ଅଙ୍ଗନବାଡି ଦିଦିଙ୍କ ମନମାନୀ: ପିଲାଙ୍କୁ ଦେଉଛନ୍ତି ପୋକରା ଡାଲି, ଚାଉଳ

ଅଙ୍ଗନବାଡି ଦିଦିଙ୍କ ମନମାନୀ: ପିଲାଙ୍କୁ ଦେଉଛନ୍ତି ପୋକରା ଡାଲି, ଚାଉଳ

ପାରାଦ୍ୱୀପ, (ଆଇଏନ୍ଏସ୍): ଦେଶରେ ସମସ୍ତ ଶିଶୁମାନଙ୍କୁ ଅପପୃଷ୍ଟିରୁ ରକ୍ଷା ପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର ଗୁଡିକରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବହୁ ସ୍ଥାନରେ ଏହି ଯୋଜନା ସଫଳ ହେଉଥିବା ବେଳେ କେତେକ ସ୍ଥାନରେ ସରକାରଙ୍କ ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଥାଏ । କୁଜଙ୍ଗ ବ୍ଳକ୍ ଭୁତମୁଣ୍ଡାଇ ପଂଚାୟତ ଅନ୍ତର୍ଗତ ଫୁଲ ବେଲାରୀ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ବିରୁଦ୍ଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପରିବେଶଣ ହେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ପରେ ଏହାର ସମାଧାନ ହୋଇଥିଲା ଯେ ଅଙ୍ଗନବାଡି ଦିଦିଙ୍କ ଆକାଉଂଟକୁ ଟଙ୍କା ଆସିବ, ସେ ଚାଉଳ, ଡାଲି ଓ ଅଣ୍ଡା ନିଜେ କିଣି ପିଲା ମାନଙ୍କୁ ଦେବେ । ହେଲେ ଏହି କେନ୍ଦ୍ରରେ କାମ କରୁଥିବା ଦିଦି ଏବେ ପିଲାମାନଙ୍କୁ ନିମ୍ନମାନର ଚାଉଳ, ଡାଲି ଓ ଅଣ୍ଡା ବଂଟନ କରୁଥିବା ଅଭିଯୋଗ ହେଉଛି । ଉକ୍ତ ନିମ୍ନ ମାନର ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହୋଇପଡିଥିବା ଗ୍ରାମର ଆଲୋକ ସ୍ୱାଇଁ, ଡମ୍ବୁରୁଧର ସାହୁ, ବିଶ୍ୱନାଥ ବାରିକ, ସମୀର ପୃଷ୍ଟିଙ୍କ ସମେତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଦୁର୍ଗନ୍ଧଯୁକ୍ତ ଚାଉଳ, ପୋକରା ଡାଲି ଓ ୨୦ଟା ଯାଗାରେ ଆଠଟି ଅଣ୍ଡା ଦେଇଥିବା ସେମାନେ ପ୍ରକାଶ କରିଛନ୍ତି । ଉପରିସ୍ଥ କର୍ମଚାରୀଙ୍କୁ ହାତ କରି ସେ ଏପରି କାର୍ଯ୍ୟ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave a Reply

Your email address will not be published.