ଉତର ନିର୍ବାଚନ ମଣ୍ଡଳୀରେ ୱାର୍ଡ କମିଟି ବୈଠକ

ଉତର ନିର୍ବାଚନ ମଣ୍ଡଳୀରେ ୱାର୍ଡ କମିଟି ବୈଠକ

ଭୁବନେଶ୍ୱର, (ଓଏନ୍ଏସ୍): ଉତର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତି ବିହାର ଠାରେ ୱାର୍ଡ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ପ୍ରିୟଦର୍ଶୀ ମିଶ୍ର କେନ୍ଦ୍ର ସରକାରଙ୍କ ଉପରେ ବିର୍ଷିଥିଲେ । କେନ୍ଦ୍ର ସରକାର ବାରମ୍ବାର ଓଡିଶା ବାସୀଙ୍କୁ ପ୍ରତାରଣା କରୁଛନ୍ତି, ତାହାର ଜବାବ ଲୋକମାନେ ଆଗାମୀ ନିର୍ବାଚନରେ ଦେବେ । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସଂପର୍କରେ କହିଥିଲେ । ସମସ୍ତେ ଏକାଠି ହୋଇ କେନ୍ଦ୍ର ବିରୁଦ୍ଧରେ ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧ନଂ ୱାର୍ଡର କର୍ପୋରେଟର ହରିଶ ମୁର୍ମୁ, ୨ନଂ କର୍ପୋରେଟର ମମତା ରାଉତ, ଭୁବନେଶ୍ୱର ଜିଲ୍ଲା ସଭାପତି ସ୍ୱାକ୍ଷର ମହାନ୍ତି, ସମାଜସେବୀ ମିହିର ରାଉତ, ସାଇ ମୁରବି ରିସାଲ୍ ଚାତାର ପ୍ରଧାନ ବେସାରା ଓ ଭାଗିରଥି ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ହଜାର ହଜାର ସଂଖ୍ୟକ ଜନସାଧାରଣ ଯୋଗଦେଇଥିଲେ ।

Leave a Reply

Your email address will not be published.