ଏକ ମୁକ୍ତ, ଅବାଧ, ନିରପେକ୍ଷ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ନିବେଦନ

ନୀଳାଦ୍ରିବିହାର ଯୁବ ସାଂସ୍କୃତିକ ସଂଘର ବାର୍ଷିକ ସାଧାରଣ ବୈଠକ

• ୨୦୧୯-୨୦ ମସିହା ପାଇଁ କର୍ମକର୍ତା ନିର୍ବାଚନ ।
• ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳୀ ତଥା ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନିନ୍ଦା ପ୍ରସ୍ତାବ ।
• ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ବିଶେଷ ଆଲୋଚନା ।
• ଆସନ୍ତା ଜୁନ୍ ମାସରେ ୨୬ତମ ବାର୍ଷିକ ସାଂସ୍କୃତିକ ମହୋସôବ ।
• ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଏକ ସିନେମା ହଲ୍ ଓ ଶ୍ମଶାନ ପାଇଁ ସରକାରଙ୍କୁ ପ୍ରସ୍ତାବ ।
• ଓଡିଶାର କିଛି ପ୍ରବାଦ ବ୍ୟକ୍ତି ବିଶେଷଙ୍କୁ ଭାରତରନô ସମ୍ମାନ ପାଇଁ ପ୍ରସ୍ତାବ ।
ଭୁବନେଶ୍ୱର, (ଓଏନ୍ଏସ୍): ସଦ୍ୟ ଘୋଷିତ ସାଧାରଣ ନିର୍ବାଚନକୁ ସ୍ୱାଗତ କରିବା ସହ ବିଶ୍ୱର ଏହି ସବୁଠୁ ବ୍ୟୟ ବହୁଳ ନିର୍ବାଚନକୁ ଏକ ମୁକ୍ତ, ଅବାଧ, ନିରପେକ୍ଷ ତଥା ଶାନ୍ତିପୂର୍ଣ୍ଣ ଭାବେ ଏହି ବୃହତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ ସହଯୋଗ କରିବା ପାଇଁ ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଦ୍ୟ ସମାପିତ ବାର୍ଷିକ ସାଧାରଣ ବୈଠକରେ ଜନସାଧାରଣଙ୍କୁ ନିବେଦନ କରାଯିବା ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଛି । ସଂଘର ସଭାପତି ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସ୍ଥାନୀୟ ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଷଦ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ କରାଯାଇଛି । ପ୍ରାରମ୍ଭରେ ସହିଦ୍ ଜବାନମାନଙ୍କ ପାଇଁ ୨ ମିନିଟ୍ ନୀରବପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ଏକ ନିନ୍ଦା ପ୍ରସ୍ତାବ ଗୃହିତ କରାଯାଇଛି । ସଂଘର ରୌପ୍ୟ ଜୟନ୍ତୀ ପଦାର୍ପଣ ପରିପ୍ରେକ୍ଷୀରେ ବର୍ଷବ୍ୟାପି ଆୟୋଜିତ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ସଂଘର ୨୬ତମ ବାର୍ଷିକ ସାଂସ୍କୃତିକ ମହୋସôôବ କରାଯିବା ଉପରେ ପ୍ରସ୍ତାବ ଗୃହୀତ କରାଯିବା ସହ ପ୍ରତିବର୍ଷ ଭଳି ୨୦୧୯-୨୦ ମସିହା ପାଇଁ ସଂଘର କର୍ମକର୍ତା ଚୟନ କରାଯାଇଥିଲା । ଏଥିରେ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ-ସଭାପତି, ବିଶ୍ୱଜିତ୍ ପଟ୍ଟନାୟକ-ସାଧାରଣ ସଂପାଦକ, ବଟକୃଷ୍ଣ ପଣ୍ଡା-ସାଂସ୍କୃତିକ ସଂପାଦକ, ପ୍ରକାଶ ଚନ୍ଦ୍ର ସାହୁ-କୋଷାଧ୍ୟକ୍ଷ ତଥା ସଂଘର ମିଡିଆ ସେଲ୍ର ସଂପାଦକ ଭାବେ ସୁକାନ୍ତ ରାଉତଙ୍କୁ ମନୋନୀତ କରାଯାଇଥିବା ବେଳେ ଅନ୍ୟମାନଙ୍କମଧ୍ୟରେ ସର୍ବଶ୍ରୀ କୁମର ବାରିକ-ଉପସଭାପତି, ଗଦାଧର ରଥ-ସହ ସଂପାଦକ, ସୁରେଶ କୁମାର ଦାଶ-କ୍ରୀଡା ସଂପାଦକ, ବିଭୁତି ଭୂଷଣ ଦାଶ-ସହ କ୍ରୀଡା ସଂପାଦକ, ବିଷ୍ଣୁ ଦାସ-ସହ ସାଂସ୍କୃତିକ ସଂପାଦକ, ନିରଞ୍ଜନ ସାହୁ- ସହ-କୋଷାଧ୍ୟକ୍ଷ, କୈଳାସ ଚନ୍ଦ୍ର ସାହୁ – ସଂଯୋଜକ, ବାଲକୃଷ୍ଣ ମଣ୍ଡଳ- ସହ-ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି । ଏତଦ୍ବ୍ୟତୀତ ସର୍ବଶ୍ରୀ ଶିଶିର ମହାରଣା, ମଦନ ମୋହନ ପୃଷ୍ଟି, ଅର୍ଜୁନ ଦେହୁରୀ, ଉମେଶ ଓଝା, ଆଲୋକ ପରିଡା, ଗୋବିନ୍ଦ ବିଶ୍ୱାଳ, କେ.ସି.ମହାପାତ୍ର ଏବଂ ସର୍ବେଶ୍ୱର ପରିଡା ପ୍ରମୁଖ ପରିଚାଳନା ସମିତିର ସଭ୍ୟ ରୂପେ ମନୋନୀତ ହୋଇଥିବାବେଳେ ସଂଘକୁ ଠିକ୍ ରାସ୍ତାରେ ପରିଚାଳନା କରିବାପାଇଁ ଇଂ.ଅଭୟ କୁମାର ସାମନ୍ତରାୟ, ସମାଜସେବୀ ତଥା ଶିକ୍ଷାବିତ୍ ଶ୍ରୀ ଚନ୍ଦ୍ରଶେଖର ପତି ତଥା ଚଳଚ୍ଚିତ୍ର ପ୍ରଯୋଯକ ତଥା ନିଦେ୍ର୍ଦଶକ ଶ୍ରୀ ସବ୍ୟସାଚ୍ଚୀ ମହାପାତ୍ର ପ୍ରମୁଖଙ୍କୁ ଉପଦେଷ୍ଟାମଣ୍ଡଳୀଙ୍କୁ ମନୋନୀତ କରାଯାଇଥିଲା । ସର୍ବଶେଷରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଏକ ସିନେମାହଲ୍ ଏବଂ ଶ୍ମଶାନ ପ୍ରତିଷ୍ଠା ତଥା ଓଡିଶାର ଗର୍ବ ଗୌରବ ୰ବିଜୁପଟ୍ଟନାୟକ, ପ୍ରବୀଣ ରାଜନୈତିଜ୍ଞ ୰ ଜାନକୀବଲ୍ଲଭ ପଟ୍ଟନାୟକ, ନାରୀନେତ୍ରୀ ୰ନନ୍ଦିନୀ ଶତପଥି, ଉକôଳମଣୀ ଗୋପବନ୍ଧୁ ଦାସଙ୍କୁ ଭାରତ ରନô ପ୍ରଦାନ କରାଯିବା ପାଇଁ ସରକାରଙ୍କ ପାଖରେ ଏକ ପ୍ରସ୍ତାବ ରଖିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଶେଷରେ ଧନ୍ୟବାଦ ପ୍ରସ୍ତାବ ସହ ପ୍ରସାଦ ସେବନ ପୂର୍ବକ ସଭାସାଙ୍ଗ କରାଯାଇଥିଲ ।

Leave a Reply

Your email address will not be published.