ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ ହେଉ

ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ ହେଉ

ଭୁବନେଶ୍ୱର, (ଓଏନ୍ଏସ୍): କେନ୍ଦ୍ରୀୟ ଅବହେଳା ସବୁବେଳେ ଓଡ଼ିଶା ପ୍ରଗତିରେ ବାଧକ ସାଜୁଛି । ଅନ୍ୟପକ୍ଷରେ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଅର୍ଥ ପ୍ରାୟତଃ ବାଟମାରଣା ହେଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୦୫ରେ ରାଷ୍ଟ୍ରିୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିସନ କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟରେ ଧୀରେଧୀରେ ସ୍ୱାସ୍ଥ୍ୟସେବାର ଉନ୍ନତି ହେଉଛି । ସର୍ବଶିକ୍ଷା ଯୋଜନାରେ ସ୍କୁଲ୍ ଘର ଗୁଡ଼ିକ କୋଠାରେ ପରିଣତ ହୋଇଛି । ପ୍ରାଥମିକ ଶିକ୍ଷା ବାବଦ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି । ମହିଳା ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଭାରତ ଏପରିକି ପୃଥିବୀର ସବୁଠୁ ବଡ଼ ଯୋଜନା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ(ଅଙ୍ଗନବାଡ଼ୀ ସେବା) କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୭୨ ରୁ ଚାଲି ଆସୁଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପ୍ରତ୍ୟେକ ଗାଁ ରାସ୍ତା ପକ୍କା ସଡ଼କରେ ପରିଣତ ହୋଇଛି । ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ଦ୍ୱାରା ସାଧାରଣ ଗରିବ, ଶ୍ରମିକମାନେ କିଛି ମାତ୍ରାରେ ଉପକୃତ ହେଉଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାରଙ୍କ ୧ଟଙ୍କିଆ ଚାଉଳ ଯୋଜନା ଯଦିଓ କିଛି ଲୋକଙ୍କ ପାଇଁ ଅଶୀର୍ବାଦ ହୋଇଛି, ତଥାପି ଏହି ଯୋଜନା ସବୁ ଅନାହାର ପିଡ଼ିତଙ୍କ ପାଖରେ ପହଂଚି ପାରିନାହିଁ । ଯେଉଁ ହାରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକର ସଫଳତା ମିଳିବା କଥା, ତାହା ସମ୍ଭବ ହୋଇ ନାହିଁ ।
ନବୀନ ବାବୁଙ୍କ ଶାସନ କାଳ ଆମମ୍ଭରୁ ହିଁ ସଚିବାଳୟ ଓ ନିର୍ଦେଶାଳୟରେ ଦୁର୍ନୀତି ଏବଂ ଅନିୟମିତତା ଚରମ ସୀମା ପାର କରିଥିବା ଦେଖାଯାଇପାରେ । ରାଜ୍ୟ ସରକାରଙ୍କ ସବୁ ଯୋଜନା ପ୍ରାୟତଃ ଫେଲ୍ ମାରିଛି । କୌଣସିଟିର ଲକ୍ଷ୍ୟ ସାଧନ ହୋଇନାହିଁ । ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବା ଭଳି ଶାସନ ଦେଖିବାକୁ ମିଳିନାହିଁ । କେବଳ ମନମୁଖୀ ପ୍ରଚାର ଓ ନୂଆ ନୂଆ ଯୋଜନା ଘୋଷଣାରେ ସୀମିତ ରହି ଯାଇଛି ରାଜ୍ୟର ଉନ୍ନତି । ବିକଶିତ ବା ବିକାଶଶୀଳ ରାଜ୍ୟର ବିଶେଷତଃ ତାମିଲନାଡ଼ୁର କିଛି ଯୋଜନା ଆଣି ଏଠାରେ ପ୍ରୟୋଗ କରାଯାଉଛି, ଯାହାର ଆଦିଅନ୍ତ କିଛି ନାହିଁ । ମୁଖ୍ୟମନ୍ତ୍ରୀ ସ୍ୱଂୟ ତୃଣମୂଳ ସ୍ତରର ଅବସ୍ଥା ଦେଖିନାହାନ୍ତି । କ’ଣ କ’ଣ ସମସ୍ୟା ରହିଛି ଓ ଏଠାରେ କେଉଁ ଯୋଜନା ଚାଲି ପାରିବ, ତାହା ପରିକ୍ଷା କରା ଯାଉନାହିଁ । କେବଳ ମନଇଚ୍ଛା ଖର୍ଚ୍ଚ ହେଉଛି । ଟଙ୍କିକିଆ ଚାଉଳ କ’ଣ ପାଇଁ ଦିଆ ଯାଉଛି? ଏହାଦ୍ୱାରା ଗରିବୀ କମିଛି କି? ଅପପୃଷ୍ଟି କମିଛି କି? ଶିଶୁ ଓ ମାତୃ ମୃତୁ୍ୟହାର କମିଛି କି? ବରଂ ଭାରତରେ ଗରିବୀରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହି ଥିବା ବେଳେ ପୁରୁଷ ଅପପୃଷ୍ଟିରେ ୧ମ, ଶିଶୁ ଅପପୃଷ୍ଟିରେ ଦ୍ୱିତୀୟ, ଶିଶୁ ମୃତୁ୍ୟହାରରେ ଦ୍ୱିତୀୟ, ମାତୃ ମୃତୁ୍ୟହାରରେ ୩ୟ, ମ୍ୟାଲେରିଆରେ ୨ୟ ଓ ମାରାତ୍ମକ ସଂକ୍ରାମକ ରୋଗରେ ୧ମ ସ୍ଥାନରେ ରହିଛି । ଆଉ କରଦାତାଙ୍କ ପଇସା ବରବାଦ୍ ହେଉଛି । କ୍ରମେ କରଦାତାଙ୍କ ଅବସ୍ଥା ଦୟନୀୟ ହୋଇ ଚାଲିଛି । ଆହାର ଯୋଜନାରେ ପ୍ରକୃତରେ କିଏ ଖାଉଛି ଖାଦ୍ୟ? ଯାହା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ବା ଯିଏ ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ଛଟପଟ ହେଉଛି ବା ମରୁଛି, ତା’ ପାଖରେ ଆହାର ଯୋଜନା ପହଂଚୁଛି କି? ଔଷଧ ରେଖା ତଳେ ଥିବା ଲୋକଙ୍କ ପାଖରେ ନିରାମୟ ଯୋଜନା ପହଂଚୁଛି କି? ଏମିତି ଅନେକ ଯୋଜନାର ଲମ୍ବା ତାଲିକା ରହିଛି, ଯାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚୁ ନାହିଁ । ରାଜ୍ୟର ଚାଷୀମାନେ କଠିନ ପରିଶ୍ରମ କରି ଉତ୍ପାଦନ ବଢାଉ ଥିଲେ ମଧ୍ୟ ସେମାନଙ୍କର ଉନ୍ନତି ନାହିଁ, ବଢୁନାହିଁ ଆୟ । କାହିଁକି? ତର୍ଜ୍ଜମା ହେଉଛି କି? ଜଳସେଚନର ଅବସ୍ଥା ବହୁ ଖରାପ ରହିଛି । ଗତ ୧୦ବର୍ଷ ମଧ୍ୟରେ ଜଳସେଚନ ବ୍ୟବସ୍ଥା ୩୦ରୁ ବଢି ମାତ୍ର ୩୨ ଶତକଡ଼ା ସମ୍ଭବ ହୋଇ ପାରିଛି । ଆଇନଶୃଙ୍ଖଳା ବ୍ୟବସ୍ଥା ଢିଲା ଯୋଗୁ ରାଜ୍ୟରେ ପ୍ରତିବର୍ଷ ବିଭିନ୍ନ ଅପରାଧ ସଂଖ୍ୟା ପ୍ରାୟ ୧୦ ଶତକଡ଼ା ବଢୁଥିବା ବେଳେ ମହିଳା ଦୁଷ୍କର୍ମ ତଥା ନିର୍ଯ୍ୟାତନା ସଂଖ୍ୟା ପ୍ରାୟ ୧୪ ଶତକଡ଼ା ବଢୁଛି ।
ରାଜ୍ୟରେ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରଚାର ହେଉଛି । ସ୍ୱଂୟ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ସହରରେ ଶିଳ୍ପପତି ମାନଙ୍କୁ ଭେଟି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆକୃଷ୍ଟ କରିଛନ୍ତି । ହେଲେ ଶିଳ୍ପାୟନ ପାଇଁ ରାଜ୍ୟରେ ଆବଶ୍ୟକ ଭିତିଭୂମି ସୁବିଧା ଓ ବାତାବରଣ କେତେ ଅନୁକୁଳ, ଶିଳ୍ପ ଅଭିବୃଦ୍ଧି ପାଇଁ ସରକାରଙ୍କର ଇଚ୍ଛାଶକ୍ତି କେତେ, ତାହା ହିଁ ପ୍ରଶ୍ନବାଚୀ? ଓଡ଼ିଶାରେ ଗଚ୍ଛିତ ବହୁମୂଲ୍ୟ ଖଣିଜ ସଂପଦ ପ୍ରତି ଆକୃଷ୍ଟ ହୋଇ ଅତୀତରେ ଦେଶ ବିଦେଶର ଅନେକ ବଡ଼ବଡ଼ କମ୍ପାନୀ ଓଡ଼ିଶା ଆସିଛନ୍ତି । ହେଲେ ଏବେ ରାଜ୍ୟରେ ଶିଳ୍ପର ଅବସ୍ଥା ସାଂଘାତିକ । ଶିଳ୍ପାୟନ ଯୋଗୁ ଓଡ଼ିଶାର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ କର୍ମନିଯୁକ୍ତି ପାଇବାର ଯେଉଁ ଆଶା ଥିଲା, ତାହା କାଳର କରାଳ ଗର୍ଭରେ ଧୂଳିସାତ୍ ହୋଇ ଯାଇଛି । ଏବେ ଯେତିକି ଖଣି ଖଣି ଖୋଲା ଅଛି, ତାହାର ସୁବିଧା ଶିଳ୍ପସଂସ୍ଥା ଗୁଡ଼ିକୁ ମିଳୁନାହିଁ । ଖଣିଜ ପଦାର୍ଥର ମୂଲ୍ୟ ଏତେ ଅଧିକ ଯେ, ଶିଳ୍ପସଂସ୍ଥା ଗୁଡ଼ିକ ଖଣି ମାଲିକଙ୍କ ପାଖରେ ପହଂଚି ପାରୁନାହାନ୍ତି । ଆଉ ଏ ଦିଗରେି ଓଡ଼ିଶା ଖଣି ନିଗମ (ଓଏମ୍ସି) ନିଷ୍କି୍ରୟ ହୋଇ ଯାଇଛି । ଓଏମ୍ସିର ବାର୍ଷିକ ୧୮ ମିଲିୟନ୍ ଟନ୍ ରୁ ଅଧିକ ପରିମାଣର ଉତ୍ପାଦନ କରିବାର କ୍ଷମତା ଥିଲେ ମଧ୍ୟ ଏବେ ବହୁ କମ୍ ପରିମାଣର ଉତ୍ପାଦନ କରୁଛି । ତେବେ ଓଏମ୍ସି କାହିଁକି ସକି୍ରୟ ଭୂମିକା ଗ୍ରହଣ କରି ରାଜ୍ୟରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକୁ କଂଚାମାଲ୍ ଯୋଗାଇ ଅବସ୍ଥାର ନିରାକରଣ କରୁନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସରକାରଙ୍କ ପରିଚାଳନା ଗତ ତୃଟି ଯୋଗୁ ଏଠାରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକ କଂଚାମାଲ୍ ନପାଇ ବନ୍ଦ୍ ହୋଇ ଯାଉଛି । ଆଉ ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶକୁ ଆମ ଖଣିଜ ସଂପଦ ରପ୍ତାନୀ ହେଉଛି । ଏହା କିଭଳି ନୀତି ଜାଣି ହେଉନାହିଁ । ଅତି କମ୍ରେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ଖଣିଜ ଭିତିକ ଶିଳ୍ପ ଗୁଡ଼ିକ ସହିତ ସରକାର କରିଥିବା ବୁଝାମଣା ପତ୍ର(ଏମ୍ଓୟୁ) ଅନୁସାରେ ଚାହିଦା ମୁତାବକ କଂଚାମାଲ୍ ଯୋଗାଇବାକୁ ଦେଇଥିବା ପ୍ରତିଶ୍ରୂତି ପାଳନ କରିବା ଉଚିତ । ଏହାଦ୍ୱାରା ରାଜ୍ୟର ବିକାଶ ପ୍ରକି୍ରୟା ତ୍ୱରାନ୍ୱିତ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.