କେନ୍ଦ୍ରାପଡ଼ା ଲୋକସଭା ଆସନରେ ନେତା ଓ ଅଭିନେତା ଲଢେଇ!

କେନ୍ଦ୍ରାପଡ଼ା ଲୋକସଭା ଆସନରେ ନେତା ଓ ଅଭିନେତା ଲଢେଇ!

କେନ୍ଦ୍ରାପଡ଼ା, (ଓଏନ୍ଏସ୍): କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡ଼ିରୁ ଅଭିନେତା ଅନୁଭବ ମହାନ୍ତି, କଂଗ୍ରେସରୁ ଧରଣୀଧର ନାୟକ ଓ ବିଜେପିରୁ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ, ମର୍ଯ୍ୟାଦା ସଂପନ୍ନ ଓ ସାରା ରାଜ୍ୟରେ ସୁପରିଚିତ ଥିବାରୁ ଏଠାରେ ତ୍ରିମୁଖୀ ଲଢେଇ ହେବା ପ୍ରାୟ ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଏଠାରେ ପ୍ରତ୍ୟେକ ପ୍ରାର୍ଥୀଙ୍କର ଦଳୀୟ ସଂଗଠନ ମଧ୍ୟ ମଜଭୁତ ରହିଛି । ମାତ୍ର ଏଠାକାର ପୂର୍ବତନ ସାଂସଦ ବୈଜୟନ୍ତ ବାବୁ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ଅନେକ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ବାସ୍ତବରେ ସାଧାରଣ ଲୋକଙ୍କ ଉନ୍ନୟନ କାର୍ଯ୍ୟରେ ସେ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରିଛନ୍ତି । ବୈଜୟନ୍ତ ପଣ୍ଡା ଜଣେ ଭିନ୍ନ ଚରିତ୍ରର ମଣିଷ । ସେ ସବୁବେଳେ କେନ୍ଦ୍ରାପଡ଼ା ଅଂଚଳରେ ରହି ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଥିବା ଦେଖା ଯାଇଛି । ଦଳମତ ନିର୍ବିଶେଷରେ କେନ୍ଦ୍ରାପଡ଼ାର ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରିଥିବା ବେଳେ ତାଙ୍କ ପ୍ରତି ମଧ୍ୟ କେନ୍ଦ୍ରାପଡ଼ା ବାସୀଙ୍କର ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳୁଛି । କେନ୍ଦ୍ରାପଡ଼ା ଅଂଚଳରେ ତାଙ୍କର ଲୋକପି୍ରୟତା କ୍ରମେ ବଢୁଥିବାରୁ ସେ ସହଜରେ ଏଠାରୁ ବିଜୟୀ ହେବେ ଏବଂ କେନ୍ଦ୍ରାପଡ଼ା ତାଙ୍କର ଅଭେଦ୍ୟ ଦୁର୍ଗ ହୋଇ ରହିଯିବ ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।

Leave a Reply

Your email address will not be published.