କେନ୍ଦ୍ରାପଡ଼ା ସହରେ ହିନ୍ଦୁ ଏକତା ମହାସଭା!

କେନ୍ଦ୍ରାପଡ଼ା ସହରେ ହିନ୍ଦୁ ଏକତା ମହାସଭା!

କେନ୍ଦ୍ରାପଡ଼ା, (ଓଏନ୍ଏସ୍): ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ପଣା ଉତ୍ସବ ଅବସରରେ ଆଜି କେନ୍ଦ୍ରାପଡ଼ା ସହରରେ ଏକ ବିଶାଳ ହିନ୍ଦୁ ଏକତା ମହାସଭା ଅନୁଷ୍ଟିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ପକ୍ଷରୁ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରା ଶ୍ରୀ ଶ୍ରୀ ବଳଦେବ ଜିଉଙ୍କ ମନ୍ଦିର ନିକଟରୁ ବାହାରି ସାରା ସହର ପରିକ୍ରମା କରିବା ପରେ ତିନି ମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିର ପାଖରେ ପହଂଚି ଥିଲା । ଶୋଭାଯାତ୍ରା ସମୟରେ “ଜୟ ଶ୍ରୀରାମ” ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର କେନ୍ଦ୍ରାପଡ଼ା ସହର ଓ ଏହାର ଆଖପାଖ ଅଂଚଳ । ତେବେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା୧୦ ହଜାରରୁ ଉଦ୍ଧ୍ୱର୍ ହିନ୍ଦୁ ଧର୍ମାବଲମ୍ବୀ ମାନେ ଏହି ଶୋଭାଯାତ୍ରାରେ ଭାଗ ନେଇ ‘ଜୟ ଶ୍ରୀରାମ’ ଧ୍ୱନୀରେ ସହର ପରିକ୍ରମା କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ଏହି ଧାର୍ମିକ କାର୍ଯ୍ୟକ୍ରମ ସଂପନ୍ନ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଇଥିଲା ।

Leave a Reply

Your email address will not be published.