ଦୁଇ ଯୁବତୀଙ୍କ ସାଥିହୋଇ ରହିବା ନିଷ୍ପତି!

ଦୁଇ ଯୁବତୀଙ୍କ ସାଥିହୋଇ ରହିବା ନିଷ୍ପତି!

କେନ୍ଦ୍ରାପଡା, (ଓଏନ୍ଏସ୍): ଆଇ.ପି.ସି ଧାରା ୩୭୭ କୁ ନେଇ ସୁପ୍ରିମକୋର୍ଟର ଖଣ୍ଡପୀଠର ରାୟ ପ୍ରକାଶ ପରେ କେନ୍ଦ୍ରାପଡ଼। ଜିଲ୍ଲର ୨ଜଣ ଯୁବତୀ କେନ୍ଦ୍ରାପଡ଼ା ନୋଟାରୀ ଆଶୁତୋଷ ମହାନ୍ତିଙ୍କ ଇଜଲାସରେ ସତ୍ୟପାଠ କରି ପରସ୍ପର ସହମତି ଭିତିର୍ରେ ସାଥି ହୋଇ ରହିବେ ବୋଲି ନଷ୍ପତି ନେଇଛନ୍ତି । ଏପରିକି ଦୁହେଁ ସାରା ଜୀବନ ଏକାଠି ରହିବା ନିଷ୍ପତି ନେଇଥିବାରୁ ଏହାକୁ ନେଇ ପରବର୍ତ୍ତୀ ସମୟରେ ଆଇନକାନୁନର ସହାୟତା ଲୋଡିବେ ନାହିଁ ବୋଲି ଉଭୟ ଶପଥ ପାଠ କରିଛନ୍ତି । ଏହା ରାଜ୍ୟର ପ୍ରଥମ ଘଟଣା ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲରେ ଚର୍ଚାର ବିଷୟ ହୋଇଛି । ଏହି ଦୁଇ ଯୁବତୀ ହେଲେ ମହାକାଳପଡ଼ା ଥାନା ଚଣ୍ଡିଅ।ପଲ୍ଲି ଗ୍ରାମର ସାବିତ୍ରୀ ପରିଡା (୨୭ବର୍ଷ) ଓ ପଟାମୁଣ୍ଡାଇ ଥାନା ଶ୍ରୀରାମପୁର ଗ୍ରାମର ମୋନାଲିସା ନାୟକ(୨୮ବର୍ଷ)। ଏକାଠି ହୋଇ ପାଠ ପଢିଥିବା ଏହି ଦୁଇ ଯୁବତୀ ସମୟ କ୍ରମେ କଟକର ଏକ ଘରୋଇ କମ୍ପାନୀରେ କାର୍ୟ୍ୟରତ ଅଛନ୍ତି । ଗୋଟିଏ ବସାରେ ରହୁଥିବାରୁ ଏମାନଙ୍କର ସମ୍ପର୍କ ଅତି ଘନିଷ୍ଟ ହୋଇ ଯାଇଥିବା କୁହା ଯାଉଛି । ଏମାନେ ପରସ୍ପରକୁ ଭଲ ପାଇ ବସିଥିଲେ । ପରିବାର ସଦସ୍ୟଙ୍କ ବିବାହ ଚାପକୁ ବାରମ୍ବାର ଏଡାଇ ଆସିଥିବା ଜଣା ପଡ଼ିଛି। ସୁପ୍ରିମକୋର୍ଟଙ୍କ ସମଲିଙ୍ଗୀ ବିବାହକୁ ନେଇ ରାୟ ପ୍ରକାଶ ପରେ ଉଭୟେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବାରୁ ଉଭୟେ ଏକତ୍ର ଅ।ଜିବନ ରହିବାକୁ ନୋଟାରୀରେ ସତ୍ୟପାଠ କରିଛନ୍ତି । ଏହି ସାତ୍ୟପାଠରେ ଆଇନଜୀବୀ ଅରୁଣ ପ୍ରସାଦ ଦାସ ସହାୟତା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଏକାଠି ରହିବାକୁ ଉଭୟଙ୍କ ପରିବାର ବିରୋଧ କରୁଥିଲେ ମଧ୍ୟ ଅ।ଇନ କିନ୍ତୁ ସିକୃତି ଦେଇଛି । ଏହାକୁ ନେଇ ପଟାମୁଣ୍ଡାଇ ଥାନା ଶ୍ରୀରାମପୁର ଗ୍ରାମର ମୋନାଲିସା ନାୟକଙ୍କ ବାପା ଅନ୍ତର୍ୟ୍ୟାମି ନାୟକ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯେଗ କିରଛନ୍ତି । ସେପଟେ ଥାନା ଅଧିକାରି କହିଛନ୍ତି ଯେ, ଉଭୟେ ପ୍ରାପ୍ତ ବୟସ ହୋଇଥିବାରୁ ଏମାନଙ୍କ ମତ ନ ନେବା ପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଠାନ ନିଅ।ଯାଇ ପାରିବ ନାହିଁ । ତଥାପି ଏ ସଂପର୍କରେ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published.