ପାରାଦୀପ ଆର୍ପିଏଫର ସଫଳତା

ଆଉ ଜଣେ ରେଲ୍ୱ ୱେବ୍ସାଇଟ୍ ହ୍ୟାକର ଗିରଫ

ପାରାଦୀପ, (ଆଇଏନ୍ଏସ୍): ରେଲ୍ୱ ୱେବ୍ସାଇଟ୍କୁ ହ୍ୟାକିଂ କରି ଅଗ୍ରୀମ ଟିକଟ ବୁକିଙ୍ଗ୍ କରୁଥିବା ଅଭିଯୋଗରେ ଆଉ ଜଣେ ହ୍ୟାକରକୁ ଗିରଫ କରିଛି ପାରାଦୀପ ରେଲ୍ଓ ପ୍ରୋଟେକ୍ସନ ଫୋର୍ସ(ଆର୍ପିଏଫ) । ଗତ ୩୧ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳରୁ ଜଣେ ଯୁବକକୁ ଆର୍ପିଏଫ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା । ଏହି ଲିଙ୍କ୍ ରେ ଆଉ ଜଣକୁ ସୋମବାର ଦିନ ଆର୍ପିଏଫ ଗିରଫ କରିଥିବା ଖବର ମିଳିଛି । ଗିରଫ ଯୁବକ ସେହି ପଟ୍ଟାମୁଣ୍ଡାଇ ଅଂଚଳ ରାଜ୍ କୁମାର ସାହୁ । ସେ ଏକ ରାଜ୍ କମୁ୍ୟନିକେସନ୍ ନାମକ ଦୋକାନରେ ବସି ଟିକଟ୍ ବୁକିଙ୍ଗ୍ କରୁଥିବା ବେଳେ ଆର୍ପିଏଫ ଗିରଫ କରିଛି । ଏହି ଘଟଣାରେ ପୂର୍ବରୁ ଗିରଫ ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକକୁ ପଚରାଉଚରା ବେଳେ ରାଜଙ୍କର ସଂପୃକ୍ତି ତଥ୍ୟ ପାଇବା ପରେ ଆର୍ପିଏଫ ଗିରଫ କରିଥିବା ଜଣାପଡିଛି । ସେ ରେଲ୍ୱ ଟିକେଟ୍ ବୁକିଙ୍ଗ୍ ପାଇଁ ଆଇଆରଟିସି ଏଜେଂଟ୍ ହୋଇଥିଲେ । ୨୦୧୭ ମସିହାରୁ ସେ ତାଙ୍କ ଏଜେନ୍ସି ମାଧ୍ୟମରେ ରେଲ୍ୱ ଟିକେଟ୍ ବୁକିଙ୍ଗ୍ କାମ କରୁଥିଲେ । ୨୫ଟି ବ୍ୟକ୍ତିଗତ ଆଇଡି ବ୍ୟବହାର କରି ଅଗ୍ରୀମ ଟିକେଟ୍ ବୁକିଙ୍ଗ୍ କରୁଥିଲେ । ଆର୍ପିଏଫ ରାଜ୍ କୁମାରଙ୍କୁ ଗିରଫ କରିବା ସହ କମ୍ପୁଟର୍ ସାମଗ୍ରୀ ଜବତ କରିଛି । ହେଲେ ବେଆଇନ୍ ସଫ୍ଟୱେୟାର ବ୍ୟବହାର କରି ଆଇଆରଟିସି ୱେବ୍ସାଇଟକୁ ହ୍ୟାକିଙ୍ଗ୍ କରିବାରେ ଏହି ର୍ୟାକେଟ କେନ୍ଦ୍ରାପଡାରେ କାମ କରୁଥିବା ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି ବୋଲି ପାରାଦୀପ ଆର୍ପିଏଫ୍ ଅଧିକାରୀ ପଙ୍କଜ କୁମାର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.