ବି.ଆଇ.ପି.ଏଫ୍ ସୁକିନ୍ଦା ଆଇ.ଟି.ଆଇ.ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀରେ ନିଯୁକ୍ତି

ବି.ଆଇ.ପି.ଏଫ୍ ସୁକିନ୍ଦା ଆଇ.ଟି.ଆଇ.ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀରେ ନିଯୁକ୍ତି

ଭୁବନେଶ୍ୱର/ସୁକିନ୍ଦା, (ଆଇଏନ୍ଏସ୍): ବି.ଆଇ.ପି.ଏଫ୍ ସୁକିନ୍ଦା ଆଇ.ଟି.ଆଇ.ର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟରେ ବହୁରାଷ୍ଟ୍ରୀୟ ଇଞ୍ଜିନିୟରିଙ୍ଗ୍ କମ୍ପାନୀ ଏଲ୍ ଆଣ୍ଡ୍ ଟି ଲିମିଟେଡ୍ ୨୦୧୮-୨୦ ବ୍ୟାଚ୍ର ୫୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷକ ଭାବରେ ଚୟନ କରିଛି । ସେମାନଙ୍କ ମଧ୍ୟରେ ଫିଟର୍ ଟ୍ରେଡ୍ରୁ ୩୨ଜଣ ଏବଂ ଇଲେକ୍ଟ୍ରିୟକାଲ୍ ଟ୍ରେଡ୍ରୁ ୨୧ଜଣ ସ୍ଥାନ ପାଇଛନ୍ତି ।
ମନୋନୀତ ୫୩ଜଣ ଛାତ୍ରଛାତ୍ରୀ କଟକ ନିକଟସ୍ଥ ଗୋପାଳପୁର ବାଲିକୁଦାସ୍ଥିତ ଏଲ୍ ଆଣ୍ଡ୍ ଟିର ସିଏସ୍ଟିଆଇ ତାଲିମ୍ କେନ୍ଦ୍ରରେ ମାସିକ ଷ୍ଟାଇପେଣ୍ଡ୍ ଏବଂ ମାଗଣା ରହଣି ସୁବିଧା ସହିତ ୩ ମାସର ନିଯୁକ୍ତିକାଳୀନ ତାଲିମ୍ କାର୍ଯ୍ୟ ଜାରିରଖିଛନ୍ତି । ଏହି ତାଲିମ୍ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେମାନଙ୍କୁ ଇଣ୍ଡଷ୍ଟି୍ର ଷ୍ଟାଣ୍ଡାର୍ଡର ମାସିକ ପ୍ୟାକେଜ୍ ସହିତ କମ୍ପାନୀର ବିଭିନ୍ନ ପ୍ରକଳ୍ପ ଅଂଚଳରେ ନିୟୋଜିତ କରାଯିବ ।
ପୂର୍ବରୁ ଏଲ୍ ଆଣ୍ଡ୍ ଟି ଦ୍ୱାରା ନିଯୁକ୍ତ ୨୦୧୭-୧୯ ବ୍ୟାଚ୍ର ବି.ଆଇ.ପି.ଏଫ୍ ସୁକିନ୍ଦା ଆଇ.ଟି.ଆଇ.ର ଛାତ୍ରଛାତ୍ରୀମାନେ ବର୍ତ୍ତମାନ ୨୦,୦୦୦ ଟଙ୍କାରୁ ଅଧିକ ବେତନରେ ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।
୨୦୧୬ରେ ଯାଜପୁର ଜିଲ୍ଲାର ସୁକିନ୍ଦାଠାରେ ପ୍ରତିଷ୍ଠିତ ବି.ଆଇ.ପି.ଏଫ୍ ସୁକିନ୍ଦା ଆଇ.ଟି.ଆଇ. ହେଉଛି ଏକ ଅତ୍ୟାଧୁନିକ ଗୁଣାତ୍ମକ ଆବାସିକ ଶିଳ୍ପ ତାଲିମ୍ କେନ୍ଦ୍ର, ଯାହା ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ‘ବିକାଶରେ ଭାଗିଦାରୀ କାର୍ଯ୍ୟକ୍ରମ’ର ଏକ ଅଂଶ । ଏହି ଆଇ.ଟି.ଆଇ. କେନ୍ଦ୍ରଟି କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ ମାଧ୍ୟମରେ ଭାରତ ସରକାରଙ୍କ ଅଧୀନରେ ଥିବା ଡି.ଜି.ଇ ଆଣ୍ଡ୍ ଟି.ର ଏନ୍.ସି.ଭି.ଟି, ନୂଆଦିଲ୍ଲୀ ସହିତ ଅନୁବନ୍ଧିତ । ଏହି ଶିଳ୍ପ ତାଲିମ୍ କେନ୍ଦ୍ର ଯୁବକଯୁବଦୀମାନଙ୍କୁ ଉତ୍ତମ ନିଯୁକ୍ତି ସୁଯୋଗ ପାଇବାରେ ସାହାଯ୍ୟ କରିବା ପାଇଁ ୱେଲ୍ଡର୍, ଫିଟର୍ ଏବଂ ଇଲେକ୍ଟ୍ରିକାଲ୍ସ୍ସ ଟ୍ରେଡ୍ରେ ଗୁଣାତ୍ମାକ ଦକ୍ଷତା କ୍ଷେତ୍ରରେ ଏକ ଫଳପ୍ରଦ ପଦ୍ଧତି ଉପରେ ଧ୍ୟାନ ଦେଇଥାଏ । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ୧୧୯ ଜଣ ଛାତ୍ରଛାତ୍ରୀ ତିନୋଟି ଟ୍ରେଡ୍ରେ ନାମ ଲେଖାଇଛନ୍ତି । ଯାଜପୁର ଜିଲ୍ଲାର ୨୮ ପ୍ରତିଶତ ଏବଂ ରାଜ୍ୟରେ ୪୪ ପ୍ରତିଶତ ତୁଳନାରେ ବିଆଇପିଏଫ୍ ସୁକିନ୍ଦା ଆଇ.ଟି.ଆଇ.ର ନାମଲେଖା ଅନୁପାତ ୫୪ ପ୍ରତିଶତ ଅଟେ ।

Leave a Reply

Your email address will not be published.