ମା’ ବାରଭୂଜା ପୀଠକୁ ବାବା ମଧୁସୂଦନଙ୍କ ଶ୍ରୀବିଗ୍ରହ ଆସିଲା

ମା’ ବାରଭୂଜା ପୀଠକୁ ବାବା ମଧୁସୂଦନଙ୍କ ଶ୍ରୀବିଗ୍ରହ ଆସିଲା

ଭୁବନେଶ୍ୱର, (ଆଇଏନ୍ଏସ୍): ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଖଣ୍ଡଗିରି ପାହାଡରେ ହେଉଥିବା ସାଧୁ ସମ୍ମିଳନୀରେ ସତ୍ୟ ଧର୍ମ ବାଣୀ ପ୍ରଚାରକ ପ୍ରବକ୍ତା ତଥା ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ବ୍ରହ୍ମଲୀନ ଶ୍ରୀ ବିଗ୍ରହ ଓ ପାଦୁକା ଏକ ସୁସଜ୍ଜିତ ଫୁଲ ବିମାନରେ ଖଣ୍ଡଗିରି ଶାଖା ‘ଓଁ ଗୁରୁ ମଧୁସୂଦନ ସେବା କୁଞ୍ଜ’ ର ସେବକ ବାବାଜୀ ଚିତବିନୋଦ ଦାସଙ୍କ ତତ୍ୱାବଧାନରେ ଓ ଭକ୍ତମାନଙ୍କ ଗହଣରେ ମା’ ବାରଭୂଜା ପୀଠରେ ପହଞ୍ଚିଥିଲା । କିମ୍ବଦନ୍ତୀ କହେ, ଏହି ପୀଠ ଦେଇ ୧୯୪୨ ସମିହାରେ ପ୍ରେମାଚାର୍ଯ୍ୟ ମଧୁସୂଦନ କେତେ ଜଣ ଭକ୍ତଙ୍କ ଗହଣରେ ଯାଉଥିଲା ବେଳେ ସେହି ପୀଠ ନିକଟରେ ମା’ ଙ୍କ ଶୂନ୍ୟବାଣୀ ପାଇ ପ୍ରେମାଚାର୍ଯ୍ୟ ମଧୁସୂଦନ ସେଠାରେ ସାଙ୍ଗରେ ନେଇ ଯାଇଥିବା ଛୋଟ ତମ୍ବୁ ପକାଇ ମା’ଙ୍କ ଭଜନ ସହିତ ସାଧୁ ସମାବେଶ କରିଥିଲେ । ଯାହାକି ସେହି ସିଦ୍ଧ ମହାପୁରୁଷ ପ୍ରେମାଚାର୍ଯ୍ୟଙ୍କ ସ୍ମୃତି ଉଦେ୍ଦଶ୍ୟରେ ମା’ଙ୍କ ପାଖରେ ସ୍ୱତନ୍ତ୍ର ଆସ୍ଥାନରେ ପୂଜା ପାଉଛନ୍ତି । ସନ୍ଧ୍ୟାରେ ଶତାଧିକ ସାଧୁ ଏକତ୍ରିତ ହେବା ପରେ ପ୍ରେମାଚାର୍ଯ୍ୟଙ୍କ ସ୍ୱରଚିତ ବିଶ୍ୱର ଶାନ୍ତି ପାଇଁ ସମୂହ ପ୍ରାର୍ଥନା ପ୍ରାଚୀ ଗୁରୁୁଧର୍ମ କ୍ଷେତ୍ରର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ଅଧ୍ୟକ୍ଷତାରେ ଗାନ କରାଯାଇଥିଲା ।

Leave a Reply

Your email address will not be published.