‘ମୋ ସରକାର’ କେତେ ଦରକାର?

‘ମୋ ସରକାର’ କେତେ ଦରକାର?

ସୁବାସ ଷଡଙ୍ଗୀ
ବିଜୁ ଜନତା ଦଳର ମୁଖ୍ୟ ନବୀନବାବୁ ପଂଚମ ଥର ପାଇଁ ଆଶାତୀତ ବିଜୟ ହାସଳ କରି ସରକାର ଗଠନ କରିବା ପରେ ପ୍ରଥମେ ଲୋକଙ୍କ ପାଇଁ କିଛି କାମ ଆରମ୍ଭ କରିଛନ୍ତି । ସାଧାରଣ ଲୋକେ ଚାହିଁଲେ କ୍ଷମତା ଲାଭ ସହଜ ଏକଥା ବୋଧହୁଏ ସେ ହୃଦୟଙ୍ଗମ କରିପାରିଛନ୍ତି । ଜଣେ ନେତାଙ୍କ ପାଇଁ ଏହା ଭଲ କଥା । ଇନ୍ଦିରା ଗାନ୍ଧୀ ଏମିତି ଅନେକ କଥା ଗରିବଙ୍କ ପାଇଁ ନିଜ ଭୋଟ ବ୍ୟାଙ୍କୁ ବରକରାର ରଖିବାକୁ ସମର୍ଥ ହୋଇ ପାରିଥିଲେ । ତେବେ ଅନେକ କହନ୍ତି, ପାଣ୍ଡିଆନବାବୁଙ୍କର ଏହା ହେଉଛି ମାନସପୁତ୍ର । ଯଦି ତାହାବି ସତ ହୋଇଥାଏ, ତେବେ ତାଙ୍କୁ ପ୍ରଥମେ ଧନ୍ୟବାଦ ଦେବା । କାରଣ ଲୋକଙ୍କ ପାଇଁ କିଛି କରିବାର ଅଭିପ୍ରାୟ ଜଣକ ପାଖରେ ଦେଖାଦେଲେ, ତାହା ପ୍ରଶଂସିତ ହେବା ସ୍ୱାଭାବିକ । ଓଡିଶାର ଗରିବ ଲୋକଙ୍କ ପାଇଁ କିଛି କରିବାର ମାନସିକତା ତାଙ୍କ ପାଖରେ ଅଛି, ଏହାହିଁ ସବୁଠାରୁ ବଡ କଥା । ‘ ମୋ ସରକାର’ ଯୋଜନା ଆରମ୍ଭରୁ ତାଙ୍କ ଧନ୍ୟବାଦ ଦେଉଛୁ ।
‘ ଥାନା ଆଉ ଡାକ୍ତରଖାନା’ ଏ ଦୁଇଟା ଜାଗାକୁ ଯିଏ ଯାଇଛି, େ ସହିଁ କେବଳ ନିଜର ତିକ୍ତ ଅନୁଭୂତି ବର୍ଣ୍ଣନା କରିପାରିବ । ଥାନା ଭିତରେ ପଶିବାକୁ ହେଲେ କନେଷ୍ଟବଳ ଟୋପିକୁ ସଲାମି ନଦେଲେ କଥା କହିବା ମନା । ‘ଶଳା’ ଶଦ୍ଦରୁ ସ୍ୱାଗତ ଆରମ୍ଭ ହୁଏ । ଇନସପେକ୍ଟର ନାହାନ୍ତି କହି ଦୁଇ ଚାରିଦିନ ଦୌଡିବାକୁ ହୁଏ । ତାପରେ କେତେ କଣ ହିସାବ କଲେ ଏଫଆଇଆର ଲଜ ହୁଏ । ମାତ୍ର ଏବେ ନିଜେ ଡିଜି ଫୋନ କରୁଛନ୍ତି । ପଚାରୁଛନ୍ତି, ଥାନାକୁ ଯାଇଥିଲ ବସିବାକୁ କହିଲେ କି ନାହିଁ? ପାଣି ପିଇବାକୁ ଦେଲେ ନା ନାହିଁ । ଥାନାରେ ପିଇବାକୁ ପାଣି ଦିଅନ୍ତି ନାହିଁ, ପାଣି ପିଆଇ ଦିଅନ୍ତି । ତେବେ ଯାହା ହେଉ ଇଏ କଣ କମ ବଡ କଥା? ଲୋକଙ୍କ ମାର୍କିଙ୍ଗକୁ ନେଇ ଥାନାବାବୁଙ୍କ ଚାକିରି । ବୋଧହୁଏ ସାରା ଭାରତରେ ଏହା ପ୍ରଥମ ।
ସେଇପରି ଡାକ୍ତରଖାନା । ଥାନାଠାରୁ ଅବସ୍ଥା ଆହୁରି ଖରାପ । କାରଣ ଥାନାରେ ହଇରାଣ ହେଲେ ବଂଚିହେବ । ମାତ୍ର ଡାକ୍ତରଖାନାରେ ନୁହେଁ । ସିଧା ଉପରକୁ । ବିଜୁବାବୁଙ୍କ ସରକାରରେ ପରା ଖୋଦ ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ଚିକିସ୍ôା ଅବହେଳାରୁ ମୃତ୍ୟୁବରଣ କରିଥିଲେ । ଅନ୍ୟ କାହା କଥା କହିବା? ଡାକ୍ତରଖାନାରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସୁଇପର ପର୍ଯ୍ୟନ୍ତ ସମସ୍ତଙ୍କୁ ଲାଂଚ ନଦେଲେ କେହି ଆଡ ଆଖିରେ ଚାହାନ୍ତି ନାର୍ହି । ସେଠାରୁ ଦଲାଲ ହଟାଯାଉଚି । ଡାକ୍ତରଖାନାରେ ଦଲାଲି ଚାଲିଛି । ଅଭିଯୋଗ କଲେ କିଛି ଲାଭ ନାହିଁ । କାରଣ ଗୁହାରି କରିବ ଯାହାକୁ, ମୁଁ…..’ ।
ଆସନ୍ତା ଦୁଇ ତାରିଖରୁ ଖୋଦ ମୁଖ୍ୟମନ୍ତ୍ରୀ ରୋଗୀଙ୍କୁ ପଚାରିବେ । ମାର୍କ ଦେବାକୁ କହିବେ । ସେମାନଙ୍କ ଫିଡବ୍ୟାକ ଅନୁସାରେ ଡାକ୍ତରଙ୍କ ପରମଫରମାନ୍ସ ମପାଯିବ । ଦ୍ୱିତୀୟ ଭଗବାନ ପାଲଟିଯିବେ କେବଳ ସେବକ ।
ସେଦିନ ଡିଜିବାବୁଙ୍କ ଫୋନର ବାର୍ତାଳାପ ଦେଖି ମନେ ହେଲା- କିଛି ଗୋଟାଏ ପରିବର୍ତନ ହେବ ।
ଯଦି ଥାନାକୁ ଗଲେ, ଥାନାବାବୁ ବସିବାକୁ କହିବେ, ଥଣ୍ଡାପାଣି ପିଇବାକୁ ଦେବେ, ତେବେ ବ୍ଲକ ଅଫିସ ଗଲେ, ବିଡିଓ ଗରିବ ଲୋକଟିକୁ ବସିବାକୁ ଦେଇ ଥଣ୍ଡା ପାଣି ପିଇବାକୁ ଦେଇ କଣ ପାଇଁ ଆସିଛନ୍ତି ନ ପଚାରିବେ କାହିଁକି? ଇନ୍ଦିରା ଆବାସ ବା ବିଜୁ କୁଟୀର ଯୋଜନାର ଘର ବିଡିଓ ଖୋଦ ନେଇ ଗରିବ ଷଳାକଟିର ଘରେ ଦେଇ ନ ଆସିବେ କାହିଁକି? ଇନ୍ଦିରା ଆବାସ ଘର ହେଉ ବା ରେସନ କାର୍ଡ ଅଥବା ବାର୍ଦ୍ଧକ୍ୟ ଭତା ସମ୍ପର୍କୀୟ ସମସ୍ରା ହେଉ ତାହା ସଙ୍ଗେ ସଙ୍ଗେ ସମାଧାନ ହୋଇ ନପାରିବ କାହିଁକି?
ଏ ଲେଖା ପ୍ରସ୍ତୁତ କଲା ବେଳକୁ ଟିଭି ପରଦାରେ ଦୁଇଟି ଖବର ଦେଖିବାକୁ ମିଳିଲା । ଖୋର୍ଦ୍ଦ ଜିଲ୍ଲାର ବୋଲଗଡ ବ୍ଲକରେ ଜିଲ୍ଲାପାଳ ଜନଶୁଣାଣି କରିବାକୁ ଥିବା ଶିବିରରେ ଜଣେ ଦିବ୍ୟାଙ୍ଗର ଭିତରକୁ ଫର୍ମ ଆଣିବାକୁ ଯାଇଥିବା ବେଳେ, ପିଲାଟି ପଡି ଯାଇଥିଲା । ପାଖରେ ଦୁଇ ଜଣ କନେଷ୍ଟବଳ ଆରାମରେ ଚ୍ରୋର ଉପରେ ବସିଥବବା ବେଳେ ତାକୁ ଉଠାଇ ନଥିଲେ । ଜଣେ ବାହାର ଲୋକ ସେଇ ଦିବ୍ୟାଙ୍ଗ ପିଲାଟିକୁ ଉଠାଇ ବସାଇଥିଲା । ଜନଶୁଣାଣି ଶିବିର ଲୋକଙ୍କ ପାଇଁ କରାଯାଉଛି । ଦିବ୍ୟାଙ୍ଗ ପିଲାଟିର ଭତା କାହିଁକି ମଞୁର ଆଜି ପର୍ଯ୍ୟନ୍ତ ହୋଇ ନଥିଲା । ସେଥିପାଇଁ ଗାଁର ଅଙ୍ଗନବାଡି କର୍ମୀଙ୍କଠାରୁ ଏଏନଏମ ଓବିଡିଓ ଦାୟି । ଜିଲ୍ଲାପାଳଙ୍କ ଦୃଷ୍ଟିକୁ କଣ ଏହା ଆସିଛି? ନା, ନୁହେଁ । ସରକାରୀ ସେବକ ଚେୟାର ଉପରେ ବସି ଘମାଇବେ ଆଉ ଗରିବ ଲୋକ ଯାହାର ଟିକସ ପଇସାରେ ରାଜ୍ୟ ଚଳୁଛି, ସେ ହଇରାଣ ହେବେ, ଜିଲ୍ଲାପାଳ ତଦନ୍ତ କରିବେ କି?
ଏ ଖବର ପଢି ମନଟା ଆମ୍ବିଳା ହେେଇଯିବା ବେଳେ ଆଉ ଗୋଟାଏ ଖବର ଆସିଲା । ମାଲକାନଗିରି ଜିଳ୍ଲାପାଳ ରାସ୍ତାରେ ଯାଉଥିବା ବେଳେ ଦେଖିଲେ ଦୁଇ ଜଣ ଦିବ୍ୟାଙ୍ଗ ଯାଉଛନ୍ତି । ଗାଡି ଅଟକାଇ ଖୋଦ ଜିଲ୍ଲାପାଳ ସୋନଙ୍କ ସହ କଥା ହେଲେ । ସମସ୍ୟା ପଚାରିଲେ ।ଓ! କି ମହନୀୟତା । କଥାଟା ଶୁଣି ମନଟା ପୁଣି ଖୁସି ହୋଇଗଲା । ମନେ ମନେ ଭାବିଲି । ସରକାର ଅଛନ୍ତି ।
ଜଣେ ଜିଲ୍ଲାପାଳ ଆପଣା ଛାଏଁ ସହଯୋଗର ହାତ ବଢାଉଛନ୍ତି, ଆଉ ଜଣେ ଜିଲ୍ଲାପାଳ ଏହାଇ ଦେଇ ଚାଲି ଯାଉଛନ୍ତି । ସରକାର ବାହାଦୂର କାହାକୁ କେତେ ନମ୍ବର ଦେବେ ତାହା ସମୟ କହିବ ।
ହଁ, ଏବେ ଆମେ ମୂଳ ବିଷୟକୁ ଆସିବା । ବିଡିଓମାନେ ଲୋକଙ୍କୁ ପାଖରେ ବସାଇ ସେମାନଙ୍କ କାମ କରନ୍ତୁ । ସମସ୍ରାର ସମାଧାନ ୪୮ ଘଣ୍ଟା ଭିତରେ ହେଉ । ଲୋକଙ୍କ ଫିଡବ୍ୟାକ ନେଇ ସେମାନଙ୍କ ଚରିତ୍ରପଞିକା ଲେଖାଯାଉ । ତହସିଲ ଅଫିସ କଥା ନ କହିଳେ ଭଲ । ଥାନାଠାରୁ ଆହୁରି ଖରାପ । ତହସିଳଦାର ଲୋକଙ୍କୁ ପାଖରେ ବସାଇ ପାଣି ପିଇବାକୁ ଦେଇ କାମ କରନ୍ତୁ । ଦଲାଲମାନଙ୍କର ପ୍ରାର୍ଦୁଭାବ ତହସିଳ ଅଫିସରୁ ଲୋପ ହେଉ । ଇନକମ ସାର୍ଟିଫିକେଟରୁ ଲାଂଚର ଆରମ୍ଭ । ଏଣୁ ଏହାକୁ ବନ୍ଦ କରାଯାଉ । ଏକ ନିର୍ଦ୍ଦିଷ୍ଟ ସମୟରେ ସବୁ କାମ ହେଉ । ଯେଉଁମାନେ କରିପାରୁ ନାହାନ୍ତି, ସେମାନଙ୍କୁ ଅଯୋଗ୍ୟ ଅଫିସରଭାବେ ଚିହ୍ନଟ କରି ବାଧ୍ୟତାମୂଳକ ଅବସର ଦିଆଯାଉ । ସେଇପରି ସ୍କୁଲ ଓ ଡାକ୍ତରଖାନା ଆଗରେ ବୋର୍ଡ ମରାଯାଉ । ସେଥିରେ ଅଧିକାରୀଙ୍କ ଫୋନ ନମ୍ବର ଦିଆଯାଉ । ସ୍କୁଲ ଖୋଳିନି, ଶିକ୍ଷକ ଆସି ନାହାନ୍ତି ବା ଡାକ୍ତରଖାନା ଖୋଲିନି ବା ଡାକ୍ତର ନାହାନ୍ତି- ଫୋନ କଲା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଶୁଲିଲି ଅକ୍ଟୋବର ଦୁଇ ତାରିଖରୁ ଖୋର୍ଦ୍ଦାଜିଲ୍ଲାର ସବୁ ଅଫିସରେ ଅଭିଯୋଗ ବକ୍ସ ରହିବ । ତେବେ ଅଭିଯୋଗର ତଦନ୍ତ କରିବ କିଏ? ଯେଉଁଠି ଖୋଦ ଜିଲ୍ଲାପାଳ ଦିବ୍ୟାଙ୍ଗକୁ ନ୍ୟାୟ ଦେଇ ପାରୁ ନାହାନ୍ତି, ସେ କଣ ଗରିବ ଗୁରୁବାଙ୍କ ଗୁହାରି ଶୁଣିବେ? ଯାହା ହେଉ ସରକାର ‘ମୋ ସରକାର’ ଯୋଜନା କାର୍ଯ୍ୟକାରି କରିବା ପୂର୍ବରୁ କିଛିଟା ହଲଚଲ ଆରମ୍ଭ ହୋଇଛି, ତାହାହିଁ ବଡ କଥା ।
ଏ ସରକାରରେ ସବୁଠାରୁ ବିବାଦୀୟ ଅଫିସର କିଏ? ଇଞିନିୟର ଓ ଓଏଏସ ଅଫିସର । ସେମାନଙ୍କ କାମର ଉପଯୁକ୍ତ ମୂଲ୍ୟାୟନ ହେଉ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର,ମୋ- ୯୪୩୯୬୫୨୩୨୨

Leave a Reply

Your email address will not be published.