ଶାନ୍ତି ପୂର୍ଣ୍ଣ ଭାବେ ପାରାଦୀପ ବନ୍ଦ ସଫଳ: ଅପରାହ୍ନରେ ଯାନବାହାନ ଚଳାଚଳ ସ୍ୱଭାବିକ

ପାରାଦୀପ, (ଓଏନ୍ଏସ୍) : ତୈଳଦର ବୃଦ୍ଧିକୁ ନେଇ ଭାରତୀୟ ଜାତୀୟ କଂଗ୍ରେସର ଭାରତ ବନ୍ଦ ଡାକରା ର ପ୍ରଭାବ ପାରାଦୀପ ସମେତ ଆଖପାଖ ଅଂଚଳରେ ଦେଖିବାକୁ ମିଳିଛି । ପାରାଦୀପର ଅଠରବାଙ୍କୀ ଦୋଛକି, ସବ୍ ଷ୍ଟେସନ ଛକ, ବଡ ପଡିଆ ଥାନା ଛକ, ଜାତୀୟ ରାଜପଥ, ରାଜ୍ୟ ରାଜପଥ ର ପାରାଦୀପ ଗଡ, ନୂଆଗଡ ଛକ ଏବଂ ଭୂତମୁଣ୍ଡାଇ ଛକ ଭଳି ପ୍ରମୁଖ ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତା ରୋକ କରିବା ସହିତ ରେଳ ଷ୍ଟେସନରେ ପାରାଦୀପ ଭଦ୍ରକ ଫାଷ୍ଟ ପ୍ୟାସେଞ୍ଜରକୁ ମଧ୍ୟ ଅଟକ ରଖିଥିବା ଦେଖା ଯାଇଥିଲଶ । ଏହାର ପ୍ରଭାବରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସ୍କୁଲ, କଲେଜ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ ଡାକରାକୁ ସଫଳ କରିଥିଲେ । ତତ୍ ସହିତ ଜାତୀୟ କଂଗ୍ରେସର ଏହି ଭାରତ ବନ୍ଦ ଆନେ୍ଦାଳନରେ ପାରାଦୀପରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି । କେତେକ ସଂଗଠନ ଏହି ଆନେ୍ଦାଳନକୁ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ କରିଛନ୍ତି । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସର ଏହି ଆନେ୍ଦାଳନକୁ ସମର୍ଥନ କରି ସିପିଆଇ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀମାନେ ସକାଳୁ ଆନେ୍ଦାଳନକୁ ଓହ୍ଲାଇ ଥିବା ବେଳେ ସିପିଆଇ ପ୍ରାୟ ୯ ଟା ବେଳକୁ ଆନେ୍ଦାଳନରେ ସାମିଲ ହେଇଥିଲା । କଂଗ୍ରେସ ନେତା ବାପି ସର୍ଖେଲ ଏବଂ ପ୍ରମୋଦ କିଶୋର ଜେନା କଂଗ୍ରେସ ତରଫରୁ ପାରାଦୀପରେ ନେତୃତ୍ୱ ନେଉଥିବା ବେଳେ ସିପିଆଇ ନେତା ଅଭୟ ସାହୁ ମଧ୍ୟ ବନ୍ଦ ଡାକରାକୁ ତିବ୍ରତର କରାଇ ଥିଲେ । ସେହିପରି ପାରାଦୀପ ଗଡ ଓ ନୂଆଗଡ ଠାରେ କଂଗ୍ରେସ ନେତା ସେକ୍ ବସିର ଅଲ୍ଲି (କୁନିଆ ଭାଇ) ଙ୍କ ନେତୃତ୍ୱରେ ଜାନକି ଆପା, ନାରଣ ମାଝୀ, ସୁରେନ୍ଦ୍ର ମହନ୍ତଙ୍କ ଭଳି ଶହଶହ ସମର୍ଥକ ରାସ୍ତା ରୋକ କରିବା ସହିତ ଭୂତମୁଣ୍ଡାଇ ଠାରେ ଧେôରନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଭାରତ ବନ୍ଦ ଡାକରାରେ ରାସ୍ତା ରୋକ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରାୟ ଶାନ୍ତିପୂର୍ଣ୍ଣ ଭାବେ ପାରାଦୀପ ଅଂଚଳରେ ବନ୍ଦ ଡାକରା ସଫଳ ହୋଇଥିବା ଖବର ମିଳିଛି । ଅପରାହ୍ନ ୨ ଟା ବେଳକୁ ପାରାଦୀପ ପୋଲିସର ଆଲୋଚନା କ୍ରମେ ବନ୍ଦର ମୁଖ୍ୟଗେଟ୍ ପାଖରୁ ଆନେ୍ଦାଳନ କାରୀମାନେ ଉଠି ଯାଇଥିଲେ । ପରେ ଯାନବାହନ ଚଳାଚଳ ସହ ଜୀବନଯାତ୍ରା ସ୍ୱାଭାବିକ ହୋଇଥିଲା ।

Leave a Reply

Your email address will not be published.