ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ବ୍ୟବସାୟୀକରଣ କେତେ ସମୀଚୀନ?

ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ବ୍ୟବସାୟୀକରଣ କେତେ ସମୀଚୀନ?

ବାଲେଶ୍ୱର, (ଆଇଏନ୍ଏସ୍) : ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଜଣେ ନାଗରିକର ମୌଳିକ ଅଧିକାର । ଉପଯୁକ୍ତ ଶିକ୍ଷା ଜଣେ ବ୍ୟକ୍ତିକୁ କେବଳ ସୁନାଗରିକ ଗଢ଼ି ତୋଳେ ନାହିଁ, ନାଗରିକର ମନରେ ଜାତୀୟତା ବୋଧ ସୃଷ୍ଟି କରିବା ସହିତ ଦେଶ ଗଠନରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଜଣେ ନାଗରିକକୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସରକାରଙ୍କର କର୍ତବ୍ୟ ମଧ୍ୟ । ଆମର ସମ୍ବିଧାନ ଭାରତର ନାଗରିକ ମାନଙ୍କୁ ଦେଇଥିବା ମୋ÷ଳିକ ଅଧିକାର ମଧ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅନ୍ତର୍ଭୁକ୍ତ । କିନ୍ତୁ ଏବେ ପ୍ରଶ୍ନ ଉଠୁଛିଯେ, ଆମର ଏହି ମୋ÷ଳିକ ଅଧିକାରକୁ ସରକାର ଆମକୁ ଯୋଗାଇବାରେ ସମର୍ଥ ହୋଇଛନ୍ତି କି?
ପ୍ରଥମେ ଆଲୋଚନା କରିବା ଶିକ୍ଷା ସମ୍ପର୍କରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଶିକ୍ଷା । ଜଣେ ଉତମ ପ୍ରଶାସନିକ ଅଧିକାରୀ ହୁଅନ୍ତୁ, ଅଥବା ଉତମ ଜନପ୍ରତିନିଧି, ସେଥି ନିମନ୍ତେ ଉପଯୁକ୍ତ ଶିକ୍ଷାର ଆବଶ୍ୟକତା ରହିଛି । କିନ୍ତୁ ଏବେକାର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି କହିଲେ ଭୁଲ୍ ହେବ ନାହିଁ । ପ୍ରାଥମିକ ଶିକ୍ଷା ହେଲା, ଶିକ୍ଷାର ମୂଳଦୁଆ । ସବୁଠାରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ପ୍ରାଥମିକ ଶିକ୍ଷା । ସର୍ବଶିକ୍ଷା ଅଭିଯାନରେ ଓଡ଼ିଶା ସରକାରଙ୍କର ଶ୍ଳୋଗାନ ଥିଲା, “ସମସ୍ତେ ପଢ଼ିବା, ସମସ୍ତେ ବଢ଼ିବା” । ଏହା କେତେ ମାତ୍ରାରେ ସଫଳ ହୋଇଛି ତାହା ନକହିଲେ ମଧ୍ୟ ସମସ୍ତେ ଜାଣନ୍ତି । ଆମର ରାଜ୍ୟ ସରକାର ପ୍ରାଥମିକ ସ୍କୁଲର ଶିକ୍ଷକମାନଙ୍କୁ ଶିକ୍ଷାଦାନ ଠାରୁ ଦୂରେଇ ନେଇ ଅନ୍ୟକାମରେ ନିୟୋଜିତ କରିଛନ୍ତି । ଜଣେ ଶିକ୍ଷକର ମୁଖ୍ୟ କାର୍ଯ୍ୟ ପିଲାଙ୍କୁ ପାଠ ପଢ଼ାଇବା ହୋଇଥିବା ବେଳେ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି ପାଇଁ ଶିକ୍ଷକମାନେ ପାଠ ପଢ଼ାଇବା କାର୍ଯ୍ୟ ଠାରୁ ବହୁଦୂରରେ । ସେମାନଙ୍କର କାର୍ଯ୍ୟ ପାଲଟିଛି ମଧ୍ୟାନ୍ନ ଭୋଜନ ହିସାବ ରଖିବା, ମଧ୍ୟାନ୍ନ ଭୋଜନ ପାଇଁ କାଠ, ପରିବା, ତେଲ, ଲୁଣ ସଂଗ୍ରହ କରିବା ସହିତ ସ୍କୁଲର ଘର ତିଆରୀ, ରୋଷେଇ ଘର ତିଆରୀ ଭଳି କାର୍ଯ୍ୟର ଠିକାଦାର ସାଜିବା । ଏହା ବ୍ୟତୀତ ପବାଠପଢ଼ା ଅପେକ୍ଷା ବିଭିନ୍ନ ରିପୋର୍ଟ ………….. । ଫଳରେ ଶିକ୍ଷକମାନେ ଶିକ୍ଷାଦାନ ଠାରୁ କ୍ରମେକ୍ରମେ ଦୂରେଇ ଯାଇସାରିଥିବା ବେଳେ ସରକାରୀ ସ୍କୁୁଲର ଏଭଳି ଅବ୍ୟବସ୍ଥାର ସୁଯୋଗ ନେଉଛନ୍ତି ପାଠ ବେପାରୀ ମାନେ । କେବଳ ସହର ନୁହେଁ ଗାଁ-ଗଣ୍ଡାରେ ମଧ୍ୟ ପାଠ ବେପାରୀଙ୍କର ଅଭାବ ନାହିଁ । ଯେଉଁଠି ଦେଖିବ ମାଳମାଳ କୋଚିଂ ସଂଟର, ଆବାସିକ ସ୍କୁଲ/କଲେଜ ସହିତ ଟିଉସନ ମାଷ୍ଟରଙ୍କ ଗହଳି । ଏହି ସମ୍ବେଦନଶୀଳ ଅବସ୍ଥାର ସମାଧାନ ପାଇଁ ସରକାରଙ୍କ ସମେତ ବିଭିନ୍ନ ସ୍ତରରେ ଉଦ୍ୟମ ହେବା ଉଚିତ ।

Leave a Reply

Your email address will not be published.