ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମହିଳା

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମହିଳା

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ଲଦାଖର ଗଲୱାନା ଠରେ ଚୀନ୍ ସେନାର ଆକ୍ରମଣରେ ସହିଦ ହୋଇଥିବା ଜଣେ କର୍ଣ୍ଣଲ ଓ ଦୁଇ ଓଡ଼ିଆଙ୍କ ସମେତ ୨୦ଜଣ ଜବାନଙ୍କ ନିମନ୍ତେ ସହରର ବଡ଼ହାଟ ସ୍ଥିତ ପୁଣ୍ୟ ଉତକଳ ମହିଳା ମହାସଙ୍ଘ ପକ୍ଷରୁ ସାମଜିକ ଦୁରତା ବଜାଇ ରଖି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ୧୭ଜଣ ଆହାତଙ୍କ ନÿିମନ୍ତେ ଆଶୁ ଆରୋଗ୍ୟ କାମନା କରାଯାଇଛି । ମହାସଂଘର ସଭାନେତ୍ରୀ ସସ୍ମିତା ସାହୁଙ୍କ ଦ୍ୱାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ପ୍ରଥମେ ବନେ୍ଦ ଉକôଳ ଜନନୀ ଗାନ ସହତ ପ୍ରଦୀପ ଓ ପୁଷ୍ପ ଅର୍ପଣ କରାଯାଇଥିଲା । ଏଥି ସହ ଚୀନ ସାମଗ୍ରୀକୁ ନିଶ୍ଚିତ ବର୍ଜନ କରିବାଲାଗି ସ୍ୱର ଉତୋଳନ କରିଥିଲେ । ଏଥିରେ ସଂପାଦିକା ଅନୁପମା ସାହୁ, କୋଷାଧ୍ୟକ୍ଷା ବ୍ରଜେଶ୍ୱରୀ ସାହୁ, ଝରଣା ସାହୁ, ଜୋସ୍ନାରାଣୀ ସାହୁ, ଦିପ୍ତୀମୟୀ ସାହୁ, ଦିଲଜାନ ବିବି, ନଜମା ଖାତୁନ, ରେବତୀ ସାହୁ, ଲକ୍ଷ୍ମୀପ୍ରୀୟା ଦାସ, ସୁଚିତ୍ରା ଦାସ, ଚିନ୍ମୟୀ ସାହୁ, ମୀନା ସାହୁ, ଅନ୍ନପୂର୍ଣ୍ଣା ସାହୂ ଓ ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.