ସାମ୍ବାଦିକଙ୍କୁ ଧମକ: ଥାନାରେ ଏତଲା

 ସାମ୍ବାଦିକଙ୍କୁ ଧମକ: ଥାନାରେ ଏତଲା

(ବୁଦ୍ଧିଜୀବୀ ମହଲରେ ନିନ୍ଦା)
ପାରାଦୀପ ଗଡ, (ଆଇଏନ୍ଏସ୍): ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ, ହତ୍ୟା, ଧମକ ଘଟଣା ବୃଦ୍ଧି ପାଉଛି । ସଂପ୍ରତି ମହାମାରୀ କରୋନାର ମହା ତାଣ୍ଡବ ସତ୍ୱେ ନିଜ ଜୀବନକୁ ଖାତର ନ କରି ଲୋକଙ୍କ ନିକଟରେ ସଚେତନ ବାର୍ତା ତଥା କୋଭିଡ ବାବଦୀୟ ସୂଚନା ତୁରନ୍ତ ଉପସ୍ଥାପନ କରୁଥିଲେ ବି ଅସାମାଜିକ ଲୋକଙ୍କ ଆକ୍ରୋସର ଶିକାର ହେଉଛନ୍ତି ସାମ୍ବାଦିକ ମାନେ । ଯାହା ଦେଖିବାକୁ ମିଳିଛି ପାରାଦୀପ ଗଡ ପଂଚାୟତରେ । ଓଡ଼ିଶାର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା “ଓଡିଶା ନୁ୍ୟଜ୍ ସର୍ଭିସ୍”ର କାର୍ଯ୍ୟରତ ପାରାଦୀପ ଗଡ ସାମ୍ବାଦିକ ସନ୍ତୋଷ ଦୋରାଙ୍କୁ କିଛି ଅସାମାଜିକ ଗାଳି ଗୁଲଜ କରିବା ସହ ଜୀବରେ ମାରି ଦେବାକୁ ଧମକ ଦେଇଛନ୍ତି । ସେମାନେ ଦୋରାଙ୍କ ବାସଗୃହ ନିକଟକୁ ଯାଇ ଅଶ୍ଳିଳ ଭାଷାରେ ଗାଳି କରିଥିବା ଅଭିଯୋଗ ହୋଇଛି । ଯାହାକୁ ଶୁଣି ସାମ୍ବାଦିକ ଦୋରାଙ୍କ ମା’ଘର ବାହାରକୁ ଆସିଥିଲେ । ସେଠାରେ ଅସାମାଜିକ ମାନେ ତାଙ୍କ ମା’ଙ୍କୁ ଅଭଦ୍ର ଭାଷାରେ ଗାଳି କରିବାକୁ ମଧ୍ୟ ପଛେଇ ନଥିଲେ । ଏପରିକି ବଳାକôାର କରିବା ପାଇଁ ମଧ୍ୟ ଧମକ ଦେଇଥିଲେ, ଯାହା ଦୋରାଙ୍କ ମୋବାଇଲରେ ରେକଡିଂ ହୋଇ ରହିଛି । ଏଥିନେଇ ପାରାଦୀପର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି ହୋଇଛି । ସେମାନେ ଘଟଣାକୁ ନିନ୍ଦା କରିଛନ୍ତି । ତେବେ ଏ ସଂପର୍କରେ ସାମ୍ବାଦିକ ଶ୍ରୀ ଦୋରା ଲିଖିତ ଭାବେ ଥାନାରେ ଏତଲା (ଏଫ.ଆଇ.ଆର.) ଦାୟର କରିଛନ୍ତି । ଥାନା ଭାରପ୍ରାପ୍ତ ଅଧିକାରୀ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୂ୍ରତି ଦେଇଥିବା ଜଣା ପଡ଼ିଛି ।

Leave a Reply

Your email address will not be published.