ସ୍କୁଲରେ ଶିକ୍ଷାକୁ ଛାଡ଼ି ସବୁ ଅଛି: ମୁଖ୍ୟ ଅତିଥି

ସ୍କୁଲରେ ଶିକ୍ଷାକୁ ଛାଡ଼ି ସବୁ ଅଛି: ମୁଖ୍ୟ ଅତିଥି

ବାଲେଶ୍ୱର, (ଆଇଏନ୍ଏସ୍) : : ଶିକ୍ଷା ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ସେ ‘ସର୍ବଶିକ୍ଷା ଅଭିଯାନ’ ହେଉ କିମ୍ବା ‘ମୋ ସ୍କୁଲ କଅଭିଯାନ’ । ଏହି ସବୁ କାର୍ଯ୍ୟକ୍ରମ ଦ୍ୱାରା ସ୍କୁଲରେ ବହୁକିଛି ଉନ୍ନତି ହୋଇଛି । ଫଳରେ ସ୍କୁଲରେ ଶିକ୍ଷାକୁ ଛାଡ଼ିଦେଲେ ସବୁକିଛି ରହିଛି । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସୋର ସତ୍ୟାନନ୍ଦ ହାଇସ୍କୁଲରେ ଡିଜିଟାଲ ଲାଇବ୍ରେରୀ ଉଦ୍ଘାଟନ ଅବସରରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡ.କୁମରବର ଦାସ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଥିଲେ ।
ଆଜି (ତା.୧୬.୦୨.୨୦) ମଧ୍ୟାହ୍ନରେ ସୋର ସତ୍ୟାନନ୍ଦ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା ଡିଜିଟାଲ ଳାଇବ୍ରେରୀର ଉଦଘାଟନୀ ଉତ୍ସବ । ଏହି ଉତ୍ସବ । ମୋ ସ୍କୁଲ ଅଭିଯାନରେ ବହୁ କାର୍ଯ୍ୟକ୍ରମ ଥିବା ବେଳେ ସତ୍ୟାନନ୍ଦ ହାଇସ୍କୁଲରେ ପ୍ରଥମେ ଡିଜିଟାଲ ଲାଇବ୍ରେରୀକୁ ପ୍ରାଧାନ୍ୟ ଦିଆଯାଇ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିଲା । ପୁରାତନ ଶିକ୍ଷାର୍ଥୀ ମାନଙ୍କୁଏକତ୍ରିତ କରି ସ୍କୁଲର ଉନ୍ନତି କରିବା ଏହି କାର୍ଯ୍ୟକ୍ରମର ଅଭିପ୍ରାୟ ହୋଇଥିବା ବେଳେ ସତ୍ୟାନନ୍ଦ ହାଇସ୍କୁଲରେ ଏହାର ସଫଳ ଚିତ୍ର ଦେଖିବାକୁ ମିଳିଥିଲା । ସ୍ୱର୍ଣ୍ଣଭାରତ ମଲ୍ଲିକ୍ ଏହି କାର୍ଯ୍ୟକ୍ରମର ସଭାପତି ଥିବା ବେଳେ ଏହାର ପ୍ରଛଦରେ ମୁଖ୍ୟ ଭୂମିକାରେ ଥିଲେ ପୂରାତନ ଛାତ୍ର ଅମରେନ୍ଦ୍ର ନନ୍ଦ, ପୂର୍ବାଶା ମହାନ୍ତ୍ି, ପ୍ରଦୀପ ଦାସ ପ୍ରମୁଖ ଓ ପୂର୍ବତନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ସାହୁ । ୩୭ଜଣ ପୁରାତନ ଛାତ୍ର/ଛାତ୍ରୀଙ୍କ ଦ୍ୱାରା ପ୍ରଦଲ ଅର୍ଥ (ପ୍ରଧାନ ଶିକ୍ଷକଙ୍କ ବକ୍ତବ୍ୟ ଅନୁସାରେ ଦାନ, ପୂର୍ବତନ ଛାତ୍ର ଡ.ଅଶୋକ ରାଞ୍ଜନ ଖିଲାରଙ୍କ ଅନୁସାରେ ଦାନ ନୁହେଁ ଋଣ ପରିଶୋଧ)ରେ ଏହି ଡିଜିଟାଲ ଲାଇବ୍ରେରୀ ଛିଡ଼ା ହୋଇଛି ।
ଏହି ଡିଜିଟାଲ ଲାଇବ୍ରେରୀକୁ ଉଦ୍ଘାଟନ କରିବା ସହିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଡ. କୁମରବର ଦାସ୍ ଯୋଗ ଦେଇ ସରକାରଙ୍କର ଶିକ୍ଷାନୀତିକୁ ସମାଲୋଚନାକରି ଏହି ମନ୍ତବ୍ୟ ଦେଇଥିଲେ । ବର୍ଲମାନ ସ୍କୁଲରେ ପକ୍କାଘର ସହିତ ସମସ୍ତ ଭତିଭୂମି ଉନ୍ନତ ମାନର ରହିଛି ସତ୍ୟ କିନ୍ତୁ ସ୍କୁଲର ମୁଖ୍ୟ ଅଭିପ୍ରାୟ ବିଦ୍ୟାଦାନ ନାର୍ହି । ଶିକ୍ଷକ/ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ପରିବର୍ତେ ଅଧିକ ସମୟ ରିପୋର୍ଟ ଲେଖିବାରେ ବ୍ୟସ୍ତ । ସରକାର ନୂଆ ସ୍କୁଲ (କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଭଳି) ତିଆରି କରିବାରେ ଲାଗିଛନ୍ତି । ନୂଆସ୍କୁଲ କରିବା ଅପେକ୍ଷା ଅଳ୍ପ ଖର୍ଚ୍ଚରେ ପୁରୁଣା ସ୍କୁଲର ଉନ୍ନତି କରାଯାଇପାରନ୍ତା, ଯାହା ସରକାର କରୁନାହାନ୍ତି । ଇଂରାଜୀ ମିଡିୟମ ସ୍କୁଲ ତିଆରୀ ନାମରେ ପୁରୁଣା ସ୍କୁଲକୁ ଭାଙ୍ଗିଚାଲିଛନ୍ତି ସରକାର ।
ଇଂରାଜୀ ମିଡିୟମ ସ୍କୁଲରେ ଉନ୍ନତମାନର ପାଠପଢ଼ା ହେଉଥିବା ଭାବି ବାପା,ମା ମାନେ ସେମାନଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବା ପ୍ରାଇଭେଟ୍ ସ୍କୁଲ ପାଠ ପଢ଼ାଉଛନ୍ତି, ଯାହା ବ୍ୟୟ ବହୁଳ । ଏପରିକି ପ୍ରାଇଭେଟ୍ ସ୍କୁଲରେ ଗୋଟିଏ ପିଲାକୁ ପାଠ ପଢ଼ାଇବା ଏତେ ବ୍ୟୟ ବହୁଳ ହେଲାଣିଯେ, ଅଧିକ ପିଲାଙ୍କୁ ଜନ୍ମକରି ପଢ଼ାଇବା ସମ୍ଭବ ନୁହେଁ । ତେଣୁ ମୁଖ୍ୟ ଅତିଥିଙ୍କ ଭାଷାରେ (ବ୍ୟଙ୍ଗରେ) ସରକାର ପ୍ରାଇଭେଟ ସ୍କୁଲ ଜରିଆରେ ଜନ୍ମ ନିୟନ୍ତ୍ରଣ ସହଜରେ କରିପାରିଛନ୍ତି, ଯେଉଁଥି ପାଇଁ ଫେମିଲିପ୍ଲାନିଂର ଆବଶ୍ୟକତା ନାହିଁ । ତାଙ୍କ ମତରେ ଇଂରାଜୀ ମିଡିୟମ ସ୍କୁଲରେ ଓଡ଼ିଆ ମିଡିୟମ ସ୍କୁଲ (ସରକାରୀ ସ୍କୁଲ) ଠାରୁ ଉନ୍ନତମାନର ପାଠ ପଢ଼ାହେଉଥିବା କଥାଟା ଭୁଲ । ଯାହାକୁ ଆମେ ଶିକ୍ଷିତ ବୋଲି କହୁଛୁ, ସେମାନେ ଅନ୍ଧ ଠାରୁ କୋ÷ଣସି ଗୁଣରେ କମ୍ ନୁହଁନ୍ତି । ଅନ୍ଧ ଦେକିପାରେ ନାହିଁ କିନ୍ତୁ ଶିକ୍ଷିତ ଦେଖେ ନାହିଁ । ଜଣେ ଶିକ୍ଷିତ ବ୍ୟକ୍ତିର ସାମାଜିକ ସମ୍ପୃକ୍ତି ନାହିଁ କହିଲେ ଚଳେ । ଶିକ୍ଷିତ -ଅଶିକ୍ଷିତ, ପାପ-ପୂଣ୍ୟ, ହତାଶବାଦୀ -ଆଶାବାଦୀ ସବୁ ଏକାକାର । ବର୍ତମାନ ଶିକ୍ଷିତ ବ୍ୟକ୍ତିର ସଫଳତା କହିଲେ ଅର୍ଥ ଉପାର୍ଜନ ଓ ଆମେରିକା ଗମନକୁ ହିଁ ବୁଝାଉଛି । .
ଏହି ଉତ୍ସବରେ ‘ମୋ ସ୍କୁଲ ଅଭିଯାନ’ର ସଭାପତି ସ୍ୱର୍ଣ୍ଣ ଭାରତ ମଲ୍ଲିକ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିବା ବେଳେ ଏଥିରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ଭାଗୀରଥି ବିଶ୍ୱାଳ । ଦ୍ୱିତୀୟ ପ୍ରୋଜେକ୍ଟକୁ ସଫଳ କରବା ପାଇଁ ପୂର୍ବତନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ସାହୁ ପୁରାତନ ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଶେଷରେ ଧନ୍ୟବାଦେ ଅର୍ପଣ କରିଥିଲେ ଅଜୟକୁମାର ଗାୟନ ।
ସୀତାରାମ ପାତ୍ର
୯୪୩୭୩୪୦୮୫୦

Leave a Reply

Your email address will not be published.