ଅହ୍ୱାନ କମ୍ବାଇନ୍ସ ଓ ନେହେରୁ ଯୁବକେନ୍ଦ୍ର ପକ୍ଷରୁ କରୋନା ମହାମାରୀ ସଚେତନା କାର୍ଯ୍ୟକ୍ରମ

ଅହ୍ୱାନ କମ୍ବାଇନ୍ସ ଓ ନେହେରୁ ଯୁବକେନ୍ଦ୍ର ପକ୍ଷରୁ କରୋନା ମହାମାରୀ ସଚେତନା କାର୍ଯ୍ୟକ୍ରମ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ଆହ୍ୱାନ କମ୍ବାଇନ୍ସ ପକ୍ଷରୁ ମହାମାରୀ କରୋନା ସଂକ୍ରମଣକୁ ନେଇ ପାରାଦ୍ୱୀପ ଅଠରବାଙ୍କୀ ମୁଖ୍ୟ ଛକଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର ଜଗତସିଂହପୁର ଶାଖା ସଂଯୋଜକ ନିଖିଲ କୁକୁଲା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ କମ୍ବାଇନ୍ସ ର ସ୍ୱେଚ୍ଛାସେବୀ ଓ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ମାନେ ଜନସାଧାରଣଙ୍କୁ କିପରି ଏହି ମହାମାରୀରୁ ରକ୍ଷା ମଳିପାରିବ ସେ ବିଷୟରେ ଅବଗତ କରାଇଥିଲେ । ସାମାଜିକ ଦୂରତା, ମାସ୍କ ବ୍ୟବହାର, ହାତକୁ ବାରମ୍ବାର ଧୋଇବା ବିଷୟରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଏତଦବ୍ୟତିତ ପ୍ରାୟ୧ ହଜାର ରୁ ଉଦ୍ଧ୍ୱର୍ ମାସ୍କ ସମସ୍ତ ଜନସାଧାରଣଙ୍କୁ ମାଗଣାରେ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବକେନ୍ଦ୍ରର ଶାଖା ପରିଚାଳକ ପବିତ୍ର ମୋହନ ସୁବୁଧି, କମ୍ବାଇନ୍ସର ସଂଯୋଜକ ପ୍ରଭାସ ଚନ୍ଦ୍ର ସ୍ୱାଇଁ, ନେପୁଲ୍ ସିମାଂଚଳମ୍, ସଂଜୟ ପ୍ରଧାନ, ସୁଜିତ୍ ମହାନ୍ତି, ବିଶ୍ୱଜିତ୍ ସ୍ୱାଇଁ ପ୍ରମୁଖ ଅଶଂଗ୍ରହଣ କରିଥିଲେ ।

Leave a Reply

Your email address will not be published.