ଓଡିଶା ଭୂମିହିନ ପ୍ରଜା ସମିତି ରାଜ୍ୟ ସଭାପତି ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଅମିତ୍ ଶାହାଙ୍କୁ ସମ୍ବର୍ଦ୍ଧନା

ପ୍ରତିନିଧିମାନଙ୍କୁ ଭୂବନେଶ୍ୱର, କଟକ ଓ ଢେଙ୍କାନାଳ ରେଳଷ୍ଟେସନରେ ବିପୁଳ ସ୍ୱାଗତ

ଭୂବନେଶ୍ୱର /କଟକ /ଢେଙ୍କାନାଳ, (ଆଇଏନ୍ଏସ୍): ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫(କ) ହଟା ଯାଇଥିବାରୁ ଓଡିଶା ଭୂମିହିନ ପ୍ରଜା ସମିତି ପକ୍ଷରୁ ରାଜ୍ୟ ସଭାପତି ଇଂ.ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକ ୪୭ ଜଣିଆ ପ୍ରତିନିଧିମଣ୍ଡଳୀ ଗତ ୧୮ ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସମ୍ବର୍ଦ୍ଧନା ଜଣାଇ କଳିଙ୍ଗ-ଉକ୍ରଳ ଏକ୍ସପ୍ରେସ୍ ଯୋଗେ ଆଜି ବଡିଭୋରରୁ ଆସି ଭୂବନେଶ୍ୱର ରେଳଷ୍ଟେସନରେ ଓହ୍ଲାଇବା ପରେ ସେମାନଙ୍କୁ ଇଂ. ହୋତାଙ୍କର ଭୂବନେଶ୍ୱରରେ ଥିବା ସମର୍ଥକମାନେ ଫୁଲମାଳ ପିନ୍ଧାଇ ବିପୁଳ ଭାବେ ସ୍ୱାଗତ କରିଥିଲେ ।
ସେହିପରି ବଡିସକାଳ ୪ ଟା ୧୯ ରେ କଟକ ରେଳଷ୍ଟେସନରେ ଏକ୍ସପ୍ରେସ୍ ପହଂଚିବା ପରେ ଶୀତକୁ ଖାତିର ନ କରି ଇଂ.ହୋତାଙ୍କର କଟକରେ ଥିବା ସମର୍ଥକମାନେ ସ୍ୱାଗତ କରିବାରୁ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।
ଶେଷରେ ବଲାଙ୍ଗୀର ଏକ୍ସପ୍ରେସ୍ ଯୋଗେ ଢେଙ୍କାନାଳ ରେଳଷ୍ଟେସନରେ ଓହ୍ଲାଇବା ପରେ ସେମାନଙ୍କୁ ଇଂ.ହୋତାଙ୍କର ଢେଙ୍କାନାଳରେ ଥିବା ସମର୍ଥକମାନେ ସ୍ୱାଗତ କରିବାରୁ ସମସ୍ତ ପ୍ରତିନିଧିମାନେ ଅତ୍ୟନ୍ତ ଉତ୍ସାହିତ ହୋଇପଡିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଏହି ସମସ୍ତ ପ୍ରତିନିଧି ଅତ୍ୟନ୍ତ ଗରିବ ଭୂମିହିନ ହୋଇଥିଲେ ମଧ୍ୟ ନିଜ ଖର୍ଚ୍ଚରେ ଶ୍ରୀ ଶାହାଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଯାଇଥିଲେ । ଏ ବିଷୟରେ ଜାଣିପାରି ସଂସଦରେ ବ୍ୟସ୍ତ ଥିବାରୁ ଶ୍ରୀ ଶାହାଙ୍କ ନିଦେ୍ର୍ଦଶ କ୍ରମେ ସେମାନେ କେନ୍ଦ୍ର ଗୃହ ରଷ୍ଟ୍ର ମନ୍ତ୍ରୀ ନିତ୍ୟନନ୍ଦ ରାୟଙ୍କୁ ତାଙ୍କ ନର୍ଥ ବ୍ଲକ୍ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ମହାପ୍ରଭୁ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରାଙ୍କ ପ୍ରତିମୂର୍ତି ଥିବା ଏକ ପିପିଲି ଚାନ୍ଦୁଆ ପ୍ରଦାନ କରିଛନ୍ତି ।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫(କ) ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଶ୍ରୀ ଶାହା ଭାରତର ଏକତା ଏବଂ ଅଖଣ୍ଡତା ରକ୍ଷା ନିମନ୍ତେ ଯେଉଁ ସାହସର ପରିଚୟ ଦେଇଛନ୍ତି ତାହା ଇତିହାସରେ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ଏହି ନିଃସ୍ୱାର୍ଥପର ଦେଶପ୍ରେମୀ ୪୭ ଜଣିଆ ପ୍ରତିନିଧିମଣ୍ଡଳୀଙ୍କୁ ପ୍ରମୋଦ ପ୍ରଧାନ, ଅକ୍ଷୟ ବେହେରା, ପ୍ରଭାତ ମୋତି, ରବିନ୍ଦ୍ର ମଲ୍ଲିକ, ରବିନ୍ଦ୍ର ସ୍ୱାଇଁ, ଗଣେଶ ଜେନା, ଅଶୋକ ସାମଲ, ମୁରଲୀଧର ରାଉତ, ରାମଚନ୍ଦ୍ର ସାମଲ, କେଶବ ସାମଲ, ରାମଚନ୍ଦ୍ର ସୋରେନ୍ ଏବଂ ଲକ୍ଷ୍ମଣ ମୁର୍ମୁଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ବିଭିନ୍ନ ସ୍ଥାନରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରି ପ୍ରତିନିଧିମାନଙ୍କୁ ଉତ୍ସାହିତ କରାଇଥିବାରୁ ଇଂ. ହୋତା ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published.