ଓଡ଼ିଶା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ କରିବାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା!

ଓଡ଼ିଶା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ କରିବାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା!ଭୁବନେଶ୍ୱର, (ଓଏନ୍ଏସ୍/ଆଇଇଏନ୍ଏସ୍): ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ତଥା କଟକ ଜିଲ୍ଲାର ମାହାଙ୍ଗା ବିଧାନସଭା କ୍ଷେତ୍ରର ବିଧାୟକ ପ୍ରତାପ ଜେନା ଜଣେ ସଫଳ ମନ୍ତ୍ରୀ ଭାବେ ଆଗକୁ ଆଗକୁ ବଢି ଚାଲିଥିବା ଦେଖାଯାଉଛି । ଆଇଏନ୍ଏସ୍ କୁ ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ, ଛାତ୍ର ଜୀବନରୁ ରାଜନୀତିରେ ସକି୍ରୟ ଥିବା ପ୍ରତାପ ବାବୁ ବହୁପ୍ରତିଭାର ଅଧିକାରୀ । ସେ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ମନ୍ତ୍ରୀ ଓ ବିଧାୟକ ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ଜଣାପଡ଼ିଛି ଯେ, ୧୯୮୫-୮୬ରେ ପ୍ରତାପ ବାବୁ ରେଭେନ୍ସା କଲେଜର ସାଇନ୍ସ ସୋସାଇଟୀର ସଂପାଦକ ଥିଲାବେଳେ ୧୯୯୦-୯୧ରେ କଟକ ମଧୁସୁଦନ ଆଇନ କଲେଜର ଛାତ୍ର ସଂସଦ ସଭାପତି, ୧୯୯୨-୯୮ରେ ରାଜ୍ୟ ଛାତ୍ର ଜନତା ଦଳର ସଭାପତି, ୧୯୯୮ରୁ ବିଜୁ ଛାତ୍ର ଜନତା ଦଳ ତଥା ବିଜୁ ପଟ୍ଟନାୟକ ସ୍ମୃତି ସଂସଦ ସଭାପତି ରହି ଆସିଛନ୍ତି । ସେ ନିଜର ରାଜନୀତିକ ଜୀବନରେ ସମସ୍ତ ନିର୍ବାଚନରେ ବିଜୟୀ ହୋଇଛନ୍ତି । ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେଡ଼ି ଟିକଟରେ ପ୍ରତିଦ୍ୱନ୍ଦିତା କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓ ୨୦୦୪ରେ ସେ କଟକ ଜିଲ୍ଲାର କିଶନନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲା ବେଳେ ୨୦୦୯ ଓ ୨୦୧୪ରେ କଟକ ଜିଲ୍ଲାର ମାହାଙ୍ଗା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନରେ ପ୍ରତାପ ବାବୁ ମାହାଙ୍ଗା ଆସନରୁ ୮୯,୬୨୮ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ସେକ୍ ମତଲୁବ୍ ଅଲ୍ଲୀଙ୍କୁ ୨୯,୨୨୦ ଭୋଟ ବ୍ୟବଧାନରେ ପରାଜିତ କରିଥିଲା ବେଳେ ୨୦୧୪ ନିର୍ବାଚନରେ ସେ ୮୯,୫୩୧ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କୁ ୨୭,୮୭୪ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ୨୦୦୯ରେ ରେ ସେ ପ୍ରଥମ ଥର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଭାବେ ୩ବର୍ଷ ୨ମାସ ୩ଦିନ ପାଇଁ ନିଜର ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ । ସେହିପରି ୨୦୧୭ ମଇ ମାସରୁ ପ୍ରତାପ ବାବୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଥିବା ବେଳେ ପରେ ତାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଥିଲା ।
ଆଇଏନ୍ଏସ୍ ପକ୍ଷରୁ ଏକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ୨୦୦୦ରୁ ୨୦୧୭ ମଧ୍ୟରେ କୌଣସି ଜଣେ ଅଭିଜ୍ଞ ମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଦେଖିବାକୁ ମିଳିନଥିଲା । ଯେଉଁ ଜଣେ ଦୁଇଜଣ ଅଭିଜ୍ଞ ବ୍ୟକ୍ତି ବିଭାଗର ଦାୟିତ୍ୱ ନେଇଥିଲେ, ସେମାନେ ଅଳ୍ପ ସମୟ ଭିତରେ ବିଭାଗରେ ନୂଆ ସଂସ୍କାର ଆଣିବା ବେଳକୁ ତାଙ୍କୁ ପଦରୁ ହଟାଇ ଦିଆଯାଇଛି । ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ, ଆଜି ପର୍ଯ୍ୟନ୍ତ କୌଣସି ଜଣେ ମନ୍ତ୍ରୀ ନିଜ କରିସ୍ମା ବଳରେ ସ୍ୱାସ୍ଥ୍ୟ ବିଭାଗରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି କୌଣସି ନୂଆ ସଂସ୍କାର । କିନ୍ତୁ ବର୍ତମାନର ମନ୍ତ୍ରୀ ପ୍ରତାପ ଜେନା ଜଣେ ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ଦାୟିତ୍ୱ ନେବା ଦିନ ଠାରୁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସି ପାରିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ସରକାରୀ ନୀତି କାର୍ଯ୍ୟକାରୀ ଉପରେ ପ୍ରତାପ ବାବୁ ବେଶ୍ ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ତାହାର କାର୍ଯ୍ୟକାରୀ ପ୍ରଣାଳୀର ନିୟମିତ ସମୀକ୍ଷା କରୁଛନ୍ତି । ସ୍ୱାସ୍ଥ୍ୟ ସଚିବାଳୟ, ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟ ଓ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟରେ ଅଭିନବ ସଂସ୍କାର ଆଣିବାରେ ସେ ରେକର୍ଡ଼ ସୃଷ୍ଟି କରିଛନ୍ତି । ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଅଂଚଳରେ ଗୋଟିଏ ପରେ ଗୋଟିଏ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପ୍ରତିଷ୍ଠା ହୋଇ ଚାଲିଛି । ନିକଟ ଭବିଷ୍ୟତରେ ରୋଗୀ ମାନଙ୍କ ପାଖରେ ହିଁ ସ୍ୱାସ୍ଥ୍ୟସେବା ପହଂଚି ଯିବାର ବ୍ୟବସ୍ଥା ପ୍ରାୟ ହୋଇ ଗଲାଣି । ବଡ଼ ମେଡ଼ିକାଲ୍ ଠାରୁ ଆରମ୍ଭ କରି ଜିଲ୍ଲା ଓ ଉପ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍, ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସମେତ ହୋମିଓପାଥୀ ତଥା ଆୟୁର୍ବେଦିକ ଡ଼ାକ୍ତରଖାନା ଗୁଡ଼ିକରେ ଅଭିନବ ସଂସ୍କାର ଅଣାଯାଇ ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଣକୁ ସକି୍ରୟ କରାଯାଇ ପାରିଛି । ଏଥିସହ ସାଧାରଣ ରୋଗୀ ମାନଙ୍କ ପାଖରେ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର ସୁଫଳ ସହଜରେ ପହଂଚାଇବା ପାଇଁ ସଶକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯେଉଁଥିପାଇଁ ଧୀରେ ଧୀରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ହୋଇ ଚାଲିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲାବେଳେ ମଧ୍ୟ ପ୍ରତାପ ବାବୁ ବିଭାଗରେ ଅନେକ ସଂସ୍କାର ଆଣିଥିଲେ । ଲଗାତାର ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସେ ୨୦୦୩-୦୪ରେ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଓ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ଏଥିସହିତ ବିଜେଡ଼ି ଦଳୀୟ ମୁଖପାତ୍ର ଭାବେ କାର୍ଯ୍ୟ କରି ସେ ବିପୁଳ ସଫଳତା ହାସଲ କରିଛନ୍ତି ଓ ଦଳରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପ୍ରତାପ ବାବୁଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ମୁଖ୍ୟତଃ ମାହାଙ୍ଗା ନିର୍ବାଚନମଣ୍ଡଳୀ ଲୋକ ମାନଙ୍କୁ ପ୍ରଭାବିତ କରିଛି । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ଓ ବନ୍ଧୁ ବତ୍ସଳତା ତାଙ୍କୁ ସାଧାରଣ ଲୋକଙ୍କ ନିକଟତର କରି ପାରିଛି । ଜଣେ ଅଭିଜ୍ଞ ମନ୍ତ୍ରୀ ଭାବେ ନିଜ ନିର୍ବାଚନ କ୍ଷେତ୍ର ସହିତ ଓଡ଼ିଶାର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଓଡ଼ିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରତାପ ବାବୁ । ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା, ମାତୃ-ଶିଶୁ ମୃତୁ୍ୟହାର ହ୍ରାସ, ପାନୀୟ ଜଳ, ପରିବେଶ, ସାକ୍ଷରତା, ଦାରିଦ୍ର୍ୟ ଦୂରୀକରଣ ଆଦି ତାଙ୍କ ସାମାଜିକ କାର୍ଯ୍ୟର ମୂଳ ଲକ୍ଷ୍ୟ । ତେବେ ମାହାଙ୍ଗା ଅଂଚଳ ସବୁଦିନ ପାଇଁ ତାଙ୍କର ଅଭେଦ୍ୟ ଦୁର୍ଗ ହୋଇ ରହିବ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଆଇଏନ୍ଏସ୍ ।

Leave a Reply

Your email address will not be published.