କରୋନା ପାଇଁ ଶ୍ରେଷ୍ଠ ଅସ୍ତ୍ର୍ର: କ୍ୱାରାଂଟାଇନ

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

ସାରା ପୃଥିବୀରେ ହୁହୁ ହୋଇ କୋଭିଡ-୧୯ ଭୂତାଣୁ ରୋଗ ବ୍ୟାପିଲା ପରେ ଯେଉଁ ଶଦ୍ଦ ଟି ଆମେ ବାରମ୍ବାର ଶୁଣୁଛୁ, ତାହାହେଲା କା୍ୱରାଂଟାଇନ, ଭଲୁଂଟାରି ଆଇସୋଲେସେନ, ଲକଡାଉନ । ଏ ସବୁ ସମଷ୍ଟି ଭାବେ କା୍ୱରାଂଟାଇନ କୁ ବୁଝାନ୍ତି । ରୋଗ ବିରୁଦ୍ଧରେ ଲଢିବା ପାଇଁ ସମାଜଏହାକୁ ବହୁ ପୁରୁଣା କାଳରୁ ବ୍ୟବହାର କରି ଆସିଛି । ଆଗେ ବନ୍ଦର ମାନଙ୍କରେ ଏହି ଶଦ୍ଦର ପ୍ରୟାଗ ବେଶି ଥିଲା । ଜାହାଜମାନ ପୋତାଶ୍ରୟରେ ପ୍ରବେଶ ପୂର୍ବରୁ ଯଦି ତାହା ମଧ୍ୟରେ ସଂକ୍ରମିତ ଲୋକ ଥିବାର ଖବର ମିଳେ କିମ୍ବା ତାହା ସଂକ୍ରାମକ ରୋଗ ବ୍ୟାପି ଥିବା ଦେଶରୁ ଆସୁଥାଏ, ତାହାଲେ ଜାହାଜକୁ ପୋତାଶ୍ରୟ ଭିତରକୁ ଏକ ନିର୍ଦ୍ଧିଷ୍ଟ ଦିନ ପାଇଁ ପ୍ରବେଶ ଅନୁମତି ଦିଆଯାଏ ନାହିଁ । ଏହି ଅଟକ ସମୟ ରୋଗ ଛଟଇଜଇଘଞଓଘଋ ସମୟ ସହ ସମାନ । ବନ୍ଦର ବାହାରେ ଏକ ହଳଦିଆ ପତାକା ଉଡାଇ ଜାହାଜ ଠିଆ ହୋଇ ରହେ । ହଳଦିଆ ଚିହ୍ନ ୟୁରୋପରେ ସେତେବେଳେ ଆତଙ୍କ ଖେଳେଇଥିବା ଣଋଖଖଙଡ ୠଋଠଋଜର ସଙ୍କେତ । ଆମେରିକାର ଛଟଈଋଉର ପ୍ରଦେଶରେ ଏହା ଆରମ୍ଭ ହୋଇଥିବାରୁ ଏଥିରେ କୁ୍ୟ(ଛ)ଅକ୍ଷର ମଧ୍ୟ ଲେଖା ଥାଏ । ପତାକାକୁ ୟେଲୋ ଜ୍ୟାକ୍ କୁହାଯାଉଥିଲା ।
୧୭ ଶହ ଶତାଦ୍ଦୀରେ ପ୍ରଥମେ ଇଟାଲିର ଭେନିସ୍ ସହରରେ ଚାଳିଶ ଦିନ ଶଦ୍ଦର ପ୍ରଚଳନ ହେଲା । ସେତେବେଳେ ୪୦ ଦିନ ପର୍ଯ୍ୟନ୍ତ ରୋଗିକୁ ଅଲଗା ରଖା ଯାଉ ଥିଲା ୭ମ ଶତାଦ୍ଦୀ ବିସି ରେ ବାଇବେଲର ଲେଭିଟିଅସ ପୁସ୍ତକରେ ମୋଷେଙ୍କର ନିୟମ ଅନୁଯାୟୀ ରୋଗୀ କୁ ପୂଜକ ଅଲଗା ରହିବା ପାଇଁ ଆଦେଶ ଦେଇ ପାରୁଥିଲେ ।
୭ମ ଓ ୮ମ ଶତାଦ୍ଦୀରେ ମୁସଲମାନ ଖଲିପା ମାନେ କୁଷ୍ଠ ରୋଗୀକୁ ସମାଜରୁ ଅଲଗା ରଖିବା ପାଇଁ ନିୟମ କରିଥିଲେ । ପରେ ଦାମସ୍କସ ଠାରେ ପ୍ରଥମ କୁଷ୍ଠ ହସପିଟାଲ ପ୍ରତିଷ୍ଠାହୋଇ ରୋଗୀ ମାନଙ୍କୁ ଅଲଗା ରଖାଗଲା । ଆମ ଦେଶରେ ମଧ୍ୟ କୁଷ୍ଠ ରୋଗୀ ମାନେ ଏପର୍ଯ୍ୟନ୍ତ ନିଆରା କୁଷ୍ଠ କଲୋନି କିମ୍ବା ଗାଁ ବାହାରେ କୁଡିଆ କରି ରହୁଛନ୍ତି । ୧୮୩୮ମସିହାରେ ଭଲୁଂଟାରି ଆଇସୋଲେସନ ଶଦ୍ଦର ସୃଷ୍ଟି ହେଲା । କିଛିଦିନ ହେଲା ପୁରୀ ଗଜପତି ମହାରାଜା, ଆମେରିକାରୁ ଫେରି ଭଲୁଂଟାରି ଆଇସୋଲେସନରେ ଅଛନ୍ତି ବୋଲି ଘୋଷଣା କରିଛନ୍ତି । ମଧ୍ୟ ଯୁଗରେ ୟୁୁରୋପ ଓ ଏସିଆରେ ମହାମାରୀ ହୋଇ ଲକ୍ଷଲକ୍ଷ ଲୋକ ମରିଥିଲେ ।୧୩୪୮ରୁ ୧୩୫୯ ମଧ୍ୟରେ ୟୁରୋପରେ କଳା ମୃତୁ୍ୟ ବା ପ୍ଲେଗ ରୋଗ ବ୍ୟାପି ୩୦ ଶତକଡା ଲୋକଙ୍କୁ ମାରିଥିଲା । ୧୪୯୨ରେ ୟେଲୋ ଫେଭର, ୧୮୩୧ରେ ଏସିଆଟିକ କଲେରା, ସଫିଲିସ ୟୁରୋପରେ ମୃତୁ୍ୟର ତାଣ୍ଡବ ଖେଳାଇଥିଲା ।୧୯୦୧ ରେ ଆମେରିକାରେ ପ୍ଲେଗ ବେଳେ କର୍ଡନ ପୃଥିକରଣ ବ୍ୟବସ୍ଥା ହେଲା । ୧୯୧୮ରେ ସ୍ପେନିସ ଫ୍ଲୁ ମହାମାରୀ ପୃଥିବୀ ସାରା ମାଡିଗଲା ବସନ୍ତ, ଟାଇଫଡ, ଟାଇଫସ, ସଫିଲିସ କଲେରା, ୟେଲୋ ଜ୍ୱର ମଧ୍ୟ ମହାମାରୀ ରୂପ ନେଉଥିଲା । ସେ ସମୟରେ ଟିକା କିମ୍ବା ଆଂଟିବାୟୋଟିକ ବାହାରି ନଥିବାରୁ କ୍ୱାରାଂଟାଇନ ହିଁ ରୋଗ ବିରୁଦ୍ଧରେ ଲଢିବାପାଇଁ ମାନବ ହାତରେ ଏକମାତ୍ର ଅସ୍ତ୍ର ଥିଲା ।
କେତେକ ଦେଶରେ ରୋଗୀକୁ ଅଲଗା କରାନଯାଇ ସୁସ୍ଥ ଲୋକଙ୍କୁ କର୍ଡନ ମଧ୍ୟରେ ରଖାଯାଉଥିଲା ।
କେତେକ ପ୍ରସିଦ୍ଧ କ୍ୱାରାଂଟାଇନ୍:- ମେରି ମାଲନ-(ଟାଇଫଏଡ ମେରୀ) ଏହି ମହିଳାଙ୍କୁ ଟାଇଫଏଡ ରୋଗର ବାହକ ବୋଲି ସନେ୍ଦହ କରି ମୃତ୍ୟୁ ପର୍ଯ୍ୟନ୍ତ ୨୩ ବର୍ଷ ୭ ମାସ ନର୍ଥବ୍ରଦର ଆଇଲାଣ୍ଡରେ ଅଲଗା ରଖା ଯାଇଥିଲା ।
କାଲିହିକେକ୍ସ-୨୦୧୪ ମସିହାରେ ଏହି ନର୍ସ (ଡକ୍ଟର ଉଇଦାଉଟ ବର୍ଡର ସଂସ୍ଥାର) ଜଣକ ପଶ୍ଚିମ ଆଫ୍ରିକାରେ ଏବୋଲା ସଂକ୍ରମିତ ଅଂଚଳରେ ସେବା କରି ଫେରିଲା ପରେ ଆମେରିକାରେ ତାଙ୍କୁ ଅଲଗା ୨୧ ଦିନ ରହିବା ପାଇଁ ଆଦେଶ ଦିଆଗଲା । ଏହା ବିରୁଦ୍ଧରେ ସେ କୋର୍ଟ ଗଲେ । ମାନ୍ୟବର ବିଚାରପତି ସରକାରଙ୍କ ଆଦେଶ ରଦ୍ଧ କରି ଏଭଳି ର୍କାଯ୍ୟରେ ଖାଲି ସନେ୍ଦହ ନୁହେଁ, ନିର୍ଦ୍ଧିଷ୍ଟ ପ୍ରମାଣର ଆବଶ୍ୟକ ବୋଲି ମତ ଦେଲେ ।
ଋଚ୍ଚରଜ୍ଞ ଗ୍ରାମ (ଇଂଲଣ୍ଡ)-ପ୍ଲେଗ ପାଇଁ ୧୬୬୫ ମସିହାରେ ୧ ବର୍ଷ ଏହି ଗ୍ରାମକୁ ଅଲଗା ରଖାଯାଇଥିଲା । ସେହି ଗାଁର ୨୬୫ ଜଣ ରୋଗରେ ମରିଥିଲେ ।
ଇଂରେଜ ମାନେ ୧୯୪୨ ମସିହାରେ ଦ୍ୱିତୀୟ ବିଶ୍ୱ ଯୁ୍ଦ୍ଧ ବେଳେ ଗ୍ରାନାର୍ଡ ଦ୍ୱିପରେ ଆନ୍ଥା୍ରକ୍ସ ଜିବାଣୁ ପରୀକ୍ଷା କରିଥିଲେ । ୧୯୪୨ ରୁ ୧୯୯୦ ପର୍ଯ୍ୟନ୍ତ ପୁରା ଦ୍ୱୀପକୁ ଅଲଗା ରଖାଗଲା ।
୧୮୧୪ମସିହାରେ ଇଂଲଣ୍ଡରୁ ଏକ ଜାହାଜ କିଛି କଏଦୀ ଙ୍କୁ ନେଇ ଅଷ୍ଟ୍ରେଲିଆର ସିଡନି ବନ୍ଦରରେ ପହଂଚିଲା ପରେ ଟାଇଫଏଡ ରୋଗ ସନେ୍ଦହରେ ଅନେକ ଦିନ ଅଟକ କରାଯାଇଥିଲା ।
୧୯୧୮ମସିହାରେ ସ୍ପାନିସ ଫ୍ଲୁ ବେଳେ ଇଷ୍ଟ ସାମୋସା ଦ୍ୱୀପରେ ସଂପୂର୍ଣ୍ଣ ଛଙ୍କବକ୍ସବଦ୍ଭଗ୍ଧସଦ୍ଭର ଯୋଗୁ ରୋଗକୁ ରୋକାଯାଇ ପାରିଥିଲା । ମାତ୍ର ପଶ୍ଚିମ ସାମୋସାରେ ଏହା ନକରିବାରୁ ଅନେକ ଲୋକ ମଲେ ଓ ସରକାର ତଡା ଖାଇଲା । ଆପୋଲୋ ମହାକାଶଯାନ ପୃଥିବୀ ପୃଷ୍ଠକୁ ଫେରିଲା ପରେ ମହାକାଶଚାରୀମାନଙ୍କୁ ଅଲଗା ୨୧ ଦିନ ରଖା ଯାଇଥିଲା ।
ମଲଟି ଡ୍ରଗ ରେଜିଷ୍ଟାଂଟ:-ଟିବି ଆମେରିକାର ଆଣ୍ଡୃ ସ୍ପିକର ନାମରେ ଜଣେ ବ୍ୟକ୍ତି ଠାରେ ଟିବିର କୌଣସି ଔଷଧ କାମ ନକରିବାରୁ ୨୦୦୭ ମସିହାରେ ସରକାର ତାଙ୍କର ଇନଭଲୁାଂଟାରି ଆଇସୋଲେସନ ପାଇଁ ଆଦେଶ ଦେଇଥିଲେ ।
ବର୍ତମାନ କରୋନା ଭାଇରସ ମହାମାରୀର ରୂପ ନେଇଥିବାରୁ ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହେଉଛି । ଇଟାଲିର ବିଭିନ୍ନ ସହରରେ ପ୍ରାୟ ୬୦ ମିଲିଅନ ଲୋକଙ୍କୁ କ୍ୱାରାଂଟାଇନ୍ କରା ଯାଇଛି । ସହର ମାନଙ୍କରେ ଲକ ଡାଉନ କରା ହୋଇ, ବାହାର ଲୋକ ଭିତରକୁ କିମ୍ବା ଭିତର ଲୋକ ବାହାରକୁ ଛଡା ଯାଉନି । ଚୀନରେ ମଧ୍ୟ ସମସ୍ତ ହୁଆନ ସହର ଓ ହୁବେଇ ପ୍ରଦେଶର ୫୫.୫ ମିଲିଅନ ଲୋକଙ୍କୁ କର୍ଡନରେ ରଖାଯାଇଛି ।
ଏ ନେଇ ଅନେକ ଆର୍ନ୍ତଜାତୀୟ ସମ୍ମିଳନୀମାନ ହୋଇ ବିଭିନ୍ନ ନୀତି ନିର୍ଦ୍ଧାରିତ ହୋଇଛି । ସେଗୁଡିକ ହେଲା ପାରିସ -୧୮୫୨, କନଷ୍ଟାଂଟିନେପଲ-୧୮୬୯, ଭିଏନା (୧୮୭୯), ରୋମ-(୧୮୮୫) । ଦକ୍ଷିଣ ଆମେରିକାରେ ସେମାନେ ନିଜ ମହାଦେଶ ପାଇଁ ରିଓଡିଜେନରା ଠାରେ ସ୍ୱତନ୍ତ୍ର ଅଧିବେଶନ କରିଥିଲେ ।
ଅଧିକାଂଶ ରୋଗ ପାଇଁ୧୦ ଦିନ ଅଲଗା ଯଥେଷ୍ଟ ବୋଲି ସ୍ଥିର ହୋଇଛି । ପତାକା କୁ ହଳଦିଆ ବଦଳରେ ହଳଦିଆ ଓ କଳା ମିଶା କରାଯାଇଛି । ଏହାର ନାମ ରଖାଯାଇଛି ଲିମା । ଏହି ରୋଗ ହେଲେ ଗୋଟିଏ ଦେଶ ରୋଗର ଖବର ଅନ୍ୟ ଦେଶକୁ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଖବର ଦେବାକୁ ବାଧ୍ୟ ଅଟେ । ମଣିଷ ସଂକ୍ରାମକ ରୋଗକୁ ପରାସ୍ତ କରି ମହାନତାର ଯେଉଁ ସ୍ୱପ୍ନ ଦେଖୁଥିଲା ତାହା ଆଜି କରୋନା ସଂକ୍ରମଣ ଧୂଳିସାତ କରି ଦେଇଛି । ଆମେ ପୁଣି ପୁରୁଣା ବାଷ୍ପିୟ ପୋତ ଯୁଗର କ୍ୱାରାଂଟାଇନକୁ ଆଶ୍ରା କରିଛୁ । ହାଣ୍ଡସେକ୍ ବଦଳରେ ନମସ୍ତେ କହୁଛୁ । କରୋନା ବିରୁ୍ଦ୍ଧରେ ଲଢେଇ ପାଇଁ ଏହା ଯେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ତାହା ଚିନ ଠାରେ ପ୍ରମାଣିତ ହୋଇ ସାରିଛି । ଲକ୍ଷ ଲକ୍ଷ ହୁବାଇ ଅଧିବାସୀଙ୍କୁ ରୋଗୀ ମାନଙ୍କ ଠାରୁ ଅଲଗା କରି ସେମାନେ ନିଜ ଦେଶରୁ କରୋନାକୁ ପଛଘୁଂଚା ଦେବାକୁ ବାଧ୍ୟ କରିଛନ୍ତି ।
କ୍ୱରାଂଟାଇନରେ ରହୁଥିବା ବ୍ୟକ୍ତିର ମାନସିକ ଚାପ ଓ ଅଶାନ୍ତି ବଢିଯାଇଥାଏ । ବ୍ୟକ୍ତିଗତ ସ୍ୱାଧିନତା ଉପରେ ଆଂଚ ଆସେ । ଲୋକମାନଙ୍କୁ ଯେପରି ଆଇନ ନାମରେ ସରକାର ହଇରାଣ ନକରନ୍ତି ସେଥିପାଇଁ ବିଶ୍ୱମାନବିକ ଅଧିକାର କମିସନ୍ ସବୁବେଳେ ସତର୍କ ଦୃଷ୍ଟି ରଖିଥାଏ ।
ଓଡ଼ିଶା ନୁୃ୍ୟଜ୍ ସର୍ଭିସ୍, ଉମରକୋଟ, ମୋ:୯୪୩୭୨୩୫୩୮୬

Leave a Reply

Your email address will not be published.