କସ୍ତୁରୀ ପକ୍ଷରୁ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା

ମୁଁ ଓଡିଆ, ମୋ ଭାଷା ବଢିଆ

ଭୁବନେଶ୍ୱର, (ଆଇଏନ୍ଏସ୍): ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ଶିକ୍ଷାଭତିକ ଅନୁଷ୍ଠାନ କସ୍ତୁରୀ ପକ୍ଷରୁ ମୁଁ ଓଡିଆ ମୋ ଭାଷା ବଢିଆ ବିଷୟ ଥାଇ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କସ୍ତୁରୀ ତାର ୨୨ତମ ପ୍ରତିଷ୍ଠା ଦିବସ ଅବସରରେ ଏବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ପ୍ରଥମ ପର୍ଯ୍ୟାୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲାବେଳେ ଆଜି ଓଡିଆ ଭାଷାକୁ ସମ୍ମାନ ଜଣାଇ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆଗାମୀ ମାର୍ଚ୍ଚ ୮ ତାରିଖରେ ଜଳ ହିଁ ଜୀବନ ଶୀର୍ଷକ ଥାଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଂପାଦକ ଭାସ୍କର ଚନ୍ଦ୍ର ନାୟକ (ରାଜା) ସୂଚନା ଦେଇଛନ୍ତି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡ. ବିଶ୍ୱନାଥ ପଟ୍ଟନାୟକ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଲିଲି ଜେନାମଣି, ସମାଜସେବୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ଓ ପ୍ରଫେସର ଶଶୀକାନ୍ତ ରାଉତ ପ୍ରମୁଖ ଯୋଗଦାନ କରି ଓଡିଆ ଭାଷା ଭାରି ବଢିଆ ଉପରେ ଆଲୋକପାତ କରିଥିଲେ । ଏଥିରେ ଭୁବନେଶ୍ୱରର କୋଣ ଅନୁକୋଣରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅଙ୍କିତା ପ୍ରଧାନ ପରିଚାଳନା କରିଥିବାବେଳେ ମମତାମୟୀ ଓ ଫକୀରମୋହନ ସହଯୋଗ କରିଥିଲେ । ଶେଷରେ ଅର୍ପିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *