କାଶ୍ମୀର ନୁହେଁ, ହଂକଂ କଥା ଚୀନ୍ ଚିନ୍ତା କରିବା ଉଚିତ

କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ

କାଶ୍ମୀର ନୁହେଁ, ହଂକଂ କଥା ଚୀନ୍ ଚିନ୍ତା କରିବା ଉଚିତ
ବାଲେଶ୍ୱର, (ଆଇଏନ୍ଏସ୍) : କଥାରେ ଅଛି-‘କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁୁ’ । ଅର୍ଥାତ୍ ନିଜ କଥା ବୁଝି ପାରୁନଥିବା ବ୍ୟକ୍ତି ଅନ୍ୟଲୋକଙ୍କ କଥାରେ ମୁଣ୍ଡ ପୁରାଇବା । କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଚୀନ୍ର କାର୍ଯ୍ୟଧାରା ଠିକ୍ ଉପରୋକ୍ତ କଥାକୁ ପ୍ରମାଣିତ କରୁଛି । କାଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବା ବେଳେ ପାକିସ୍ତାନ କଥାରେ ଏହାକୁ ଚୀନ୍ ଅନ୍ତର୍ଜାତିକ ପ୍ରସଙ୍ଗର ରୂପ ଦେବାକୁ ଉଦ୍ୟମ କରୁଛି । କାଶ୍ମୀରରେ ଗଣତନ୍ତ୍ରର ହତ୍ୟା କରାଯାଇଛି, ଲୋକଙ୍କର ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ଚୀନ୍ କହୁଥିବା ବେଳେ ଚୀନ୍ରେ ଗଣତନ୍ତ୍ର ଶାସନ ଚାଲିଛି କି? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାଶ୍ମୀର ପ୍ରସଙ୍ଗରେ ନିରାପତ୍ତା ପରିଷଦରେ ଭାରତ ବିରୁଦ୍ଧରେ ବୈଠକ ପାଇଁ ଚୀନ୍ ଦାବି କରୁଥିବା ସମୟରେ ହଂକଂରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ହଜାରହଜାର ଲୋକ ଦୀର୍ଘ ୧୧ ସପ୍ତାହ ଧରି ଆନେ୍ଦାଳନ କରୁଥିଲେ । ଚୀନ୍ର କମୁ୍ୟନିଷ୍ଟ ଶାସକ ହଂକଂରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆଗେଇ ଆସୁନଥିବା ବେଳେ ଭାରତର କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୁରାଇବା ପାଇଁ ସେମାନଙ୍କର କେଉଁ ନୈତିକ ଅଧିକାର ରହିଛି? କାଶ୍ମୀରରେ ମାତ୍ର କେଇ ହଜାର ଲୋକଙ୍କ ପାଇଁ ସମବେଦନା ଜଣାଉଥିବା ଚୀନ୍ର କମୁ୍ୟନିଷ୍ଟ ଶାସକମାନେ ହଂକଂରେ ମାସମାସଧରି ଆନେ୍ଦାଳନ କରୁଥିବା ଗଣତନ୍ତ୍ର ସପକ୍ଷବାଦୀ ଜନତାଙ୍କ ପ୍ରତି ସମବେଦନାର ଗୋଟିଏ ବିନ୍ଦୁ ଝରୁନାହିଁ କାହିଁକି?
ଏହି ପ୍ରସଙ୍ଗରେ ୧୭ତାରିଖରେ ଔପନ୍ୟାସିକା ତସଲିମା ନସରିନଙ୍କ ଟ୍ୱିଟ୍ ଉଳ୍ଲେଖଯୋଗ୍ୟ । ସେ ତାଙ୍କର ଟ୍ୱିଟ୍ ରେ ଲେଖିଛନ୍ତିଯେ, ଚୀନ୍ କାଶ୍ମୀରରେ ଗଣତନ୍ତ୍ର ଚାହେଁ କିନ୍ତୁ ଚୀନ୍ରେ ନୁହେଁ । ଚୀନ୍ କାଶ୍ମୀରରେ ୧ହଜାର ଗଣତନ୍ତ୍ର ସପକ୍ଷବାଦୀଙ୍କୁ ସମବେଦନା ଜଣାଉଛି କିନ୍ତୁ ହଂକଂରେ ୧ନିୟୁତ ଗଣତନ୍ତ୍ର ସପକ୍ଷବାଦୀଙ୍କୁ ନୁହେଁ । କାଶ୍ମୀର ଭଳି ନିଜର ଏକ ଆଭ୍ୟନ୍ତରୀଣ ବ୍ୟାପାରରେ ଗଣତାନ୍ତ୍ରୀକ ରାଷ୍ଟ୍ର ଭାରତ ନେଇଥିବା ପଦକ୍ଷେ ସମ୍ବନ୍ଧରେ ମନ୍ତବ୍ୟ ଦେବାର ନୈତିକ ଅଧିକାର ଏକଛତ୍ରବାଦୀ କମୁ୍ୟନିଷ୍ଟ ଶାସନାଧିନ ଚୀନ୍ର ନାହିଁ । କାରଣ-ଚୀନର ଦାବି ଅନୁସାରେ ନିରାପଦା ବୈଠକର ଅନୈାପଚାରିକ ବୈଠକ ବସିଥିବା ସମୟରେ ହ÷ିଁ ନିଜ ଦେଶରେ ହଂକଂରେ ୧୧ ସପ୍ତାହ ଧରି ଗଣତାନ୍ତ୍ରୀକ ଅଧିକାର ଦାବିକରିବା ସହିତ ଚୀନର ନିୟନ୍ତ୍ରଣ ଉଦ୍ୟ ବିରୁଦ୍ଧରେ ବିାାଳ ବିକ୍ଷୋଭମାନ ପ୍ରଦର୍ଶନ ଜାରୀ ରହିଥିଲା । ପ୍ରକାଶଯୋଗ୍ୟଯେ, ରବିବାର (୧୮ତାରିଖ) ରେ ପ୍ରାୟ ୧୭ଲକ୍ଷ ବିକ୍ଷୋଭକାରୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିସ୍ଥଳେ ନିଜ ଦେଶ କଥା ନିଜେ ବୁଝିପାରୁ ନଥିବା ଚୀନ୍ ତଥା ଚୀନ୍ର ଏକଛତ୍ରବାଦୀ କମୁ୍ୟନିଷ୍ଟ ଶାସକ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଇବା କେଉଁ ଅଧିକାର ରହିଛି ।
ପ୍ରକାଶଯୋଗ୍ୟଯେ, କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ପରେ ପାକିସ୍ତାନ ଆନ୍ତର୍ଜାତିକ ସ୍ତରରେ କୋ÷ଣସି ରାଷ୍ଟ୍ରର ସମର୍ଥନ ନପାଇ ଶେଷରେ ଚୀନଦ୍ୱାରା ମିଳିତ ଜାତିସଂଘର ନିରାପ । ପରିଷଦରେ ଏହି ପ୍ରସଙ୍ଗ ଉଠାଇ ଭାରତ ବିରୁଦ୍ଧରେ ନିଷ୍ପତି ନେଇ ବିଧିବଦ୍ଧ ଘୋଷଣା କରିବା ବାକୁ ଆପ୍ରାଣ ଉଦ୍ୟମ କରି ବିଫଳ ହୋଇଥିଲା । ନିରାପତା ପରିଷଦର ୫ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ଚୀନ୍ ଏକ ସ୍ଥାୟୀ ସଦସ୍ୟ ଥିବାରୁ, ଶେଷରେ ଚୀନର ଦାବି ଅନୁସାରେ, ନିରାପତା ପରିଷଦର ଏକ ଅନୋ÷ପଚାରିକ ରୁଦ୍ଧଦ୍ୱାର ବୈଠକ ୧୬ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଆନୁଷ୍ଠାନିକ ବୈଠକ କରି ଭାରତ ବିରୁଦ୍ଧରେ ନିଷ୍ପତି ନେଇ ବିଧିବଦ୍ଧ ଘୋଷଣା କରିବା ପାଇଁ ପାକିସ୍ତାନ ଓ ଚୀନର ଶତ ଚେଷ୍ଟା ସତ୍ୱେ ନିରାପତା ପରିଷଦର ଅଧିକାରୀ ଓ ଅନ୍ୟ ସଦସ୍ୟମାନେ ରାଜି ହୋଇନଥିଲେ । ନିରାପତ୍ତା ପରିଷଦର ୫ସ୍ଥାୟୀ ଓ ୧୦ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେବଳ ଚୀନ୍କୁ ଛାଡ଼ିଦେଲେ ଅନ୍ୟ କୋ÷ଣସି ସଦସ୍ୟ ରାଷ୍ଟ୍ର ପାକିସ୍ତାନ ସପକ୍ଷରେ ନଥିଲେ । ଏହି ବୈଠକ ଅନୈାପଚାରିକ ହୋଇଥିବାରୁ ଆଲୋଚନା ସମ୍ପର୍କରେ କୋ÷ଣସି ରେକର୍ଡ଼ ନଥିଲା କିମ୍ବା ବୈଠକ ପରେ କୋ÷ଣସି ମିଳିତ ବିବୃତି ଦିଆଯାଇନଥିଲା । ଏପରିକି ବୈଠକରେ କିଏ କଣ କହିଲା ତାହାର ମଧ୍ୟ କୋ÷ଣସି ରେକର୍ଡ଼ ନାହିଁ । ଏପରିକି ପାକିସ୍ତାନ ଓ ଭାରତକୁ ଏହି ବୈଠକରେ ସାମିଲ କରାଯାଇନଥିଲା । ମୋଟ ଉପରେ କହିବାକୁ ଗଲେ ପାକିସ୍ତାନ ଓ ଚୀନର ଉଦ୍ୟମ ସମ୍ପୂର୍ଣ୍ଣଭାବରେ ଫସରଫାଟି ଯାଇଥିଲା ।
ତା’ପରେ ମଧ୍ୟ ପାକିସ୍ତାନ ଓ ଚୀନ୍ ଭାରତ ବିରୁଦ୍ଧରେ କହିବାକୁ ପଛାଇନଥିଲେ । ବୈଠକ ପରେ ପାକିସ୍ତାନ ଓ ଚୀନର ପ୍ରତିନିଧିମାନେ ସାମ୍ବାଦିକମାନଙ୍କୁ ନିଜ ଦୃଷ୍ଟିଭଙ୍ଗି ଅନୁସାରେ ବିବୃତି ଦେଇ, ‘ଭାରତର ପପଦକ୍ଷେପକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା’ ବୋଲି କହିଥିଲେ । ଚୀନ୍ ଓ ପାକିସ୍ତାନର ଏଭଳି ମିଥ୍ୟାଚାର ଓ ଅନଧିକାର ଚର୍ଚ୍ଚା ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରରଙ୍କ ନିଦେ୍ର୍ଦଶକ୍ରମେ ଏହି ପ୍ରସଙ୍ଗରେ ଜାତିସଙ୍ଘ ନିରାପତା ପରିଷଦର ଭାରତର ସ୍ଥାୟୀ ପ୍ରତିନିଧି ତଥା ରାଷ୍ଟ୍ରଦୂତ ସୈଦ ଆକବରୁଦ୍ଦିନ୍ ସାମ୍ବାଦିଙ୍କର ପ୍ରଶ୍ନର ଉତର ଦେବାକୁ ଆଗେଇ ଆସିଥିଲେ । ତୁମେ କେବେ ପାକିସ୍ତାନ ସହିତ କତାବାର୍ତା ଆରମ୍ଭ କରିବ(?)’ ବୋଲି ପାକିସ୍ତାନର ସାମ୍ବାଦିକଙ୍କର ପ୍ରଶ୍ନ ପରେ ଆକବରୁଦ୍ଦିନ ସମସ୍ତଙ୍କୁ ଚକିତ କରି ତତ୍କ୍ଷଣାତ୍ ପୋଡିୟମ ଛାଡ଼ି ତାଙ୍କ ନିକଟକୁ ଯାଇ ହାତ ମିଳାଇବା ସହିତ ଏହି ହାତ ମିଳାଇବାରୁ ତାହା ଆରମ୍ଭ କରୁଛି ବୋଲି କହିଥିଲେ । ଏଥି ସହିତ ସିମଲା ରାଜିନାମା କଥା ମନେ ପକାଇଦେଇ, ସିମଲା ରାଜିନାମା ପ୍ରତି ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ ବୋଲି କହିବା ସହିତ ଆମେ ବନ୍ଧୁତାର ହାତ ବଢ଼ାଇ ସାରିଛୁ ବୋଲି କହିଥିଲେ । ପାକିସ୍ତାନ ଠାରୁ ତାର ପ୍ରତୁ୍ୟତର ପାଇଁ ଅପେକ୍ଷା କରିଛୁ କହି ପାକିସ୍ତାନର ସାମ୍ବାଦିକଙ୍କର ମୁହଁ ବନ୍ଦ କରିଦେଇଥିଲେ ।
ଏହି ପ୍ରସଙ୍ଗରେ (କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ) ଚୀନ୍ ବ୍ୟତୀତ ନିରପଦା ପରିଷଦର ଅନ୍ୟ ୪ସ୍ଥାୟୀ ଓ ୧୦ ଅସ୍ଥାୟୀ ସଦସ୍ୟ ପାକିସ୍ତାନ ଓ ଚୀନ୍ ସହିତ ଏକମତ ନଥିଲେ । ଏହା ଏକ ଅନୌପଚାରିକ ବୈଠକ ଥିବାରୁ ଏହି ବୈଠକରେ କୋ÷ଣସି ନିଷ୍କର୍ଷ ବାହାରିବାର ନଥିଲା । ପାକିସ୍ତାନ ଓ ଚୀନର ଏହା କେବଳ ଆତ୍ମ ସନ୍ତୋଷ ଥିଲା । ପ୍ରକୃତରେ ଦେଖିବାକୁ ଗଲେ, ପାକିସ୍ତାନରେ ଚୀନ୍ ନିବେଶ କରିଥିବା ବିପୁଳ ଅର୍ଥର ସୁରକ୍ଷା ପାଇଁ ପାକିସ୍ତାନ କଥା ମାନିବାକୁ ବାଧ୍ୟ ହେଉଛି । ନଚେତ୍ ପାକିସ୍ତାନରେ ନିବେଶ ହୋଇଥିବା ବିପୁଳ ଅର୍ଥର କ୍ଷତି ଘଟିବାର ଭୟ ଚୀନକୁ ଘାରିଥିବା ଅନୁମାନ କରାଯାଉଛି । ଏପରିସ୍ଥଳେ ନିଜ ଘରକଥା (ହଂକଂ) ବୁଝିପାରୁ ନଥିବା ଚୀନ୍ ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଇ ଲୋକହସା ହୋଇଛି କହିଲେ ଅତୁ୍ୟକ୍ତି ହେବନାହିଁ ।

Leave a Reply

Your email address will not be published.