କୋରନା ଭାଇରସ: ପାରାଦ୍ୱୀପରେ ନୋଜ ମାସ୍କର କୃତ୍ରିମ ଅଭାବ

କୋରନା ଭାଇରସ: ପାରାଦ୍ୱୀପରେ ନୋଜ ମାସ୍କର କୃତ୍ରିମ ଅଭାବ

ପାରାଦୀପ, (ଆଇଏନ୍ଏସ୍): କୋରନା ଭାଇରସ ଭୟଭୀତତାକୁ ନେଇ ଜନସାଧାରଣ ଚିନ୍ତାରେ ଥିବାବେଳେ ନୋଜମାସ୍କର ଅଭାବ ସାଧାରଣରେ ଅସନ୍ତୋ ସୃଷ୍ଟି କରିଛି । କିଛି ଅସାଧୁ ବ୍ୟବସାୟୀ ଏହି ମାସ୍କକୁ କୃତ୍ରିମ ଅଭାବ ଦେଖାଇ ଏହାକୁ ବିନା ବିଲ୍ରେ ଚଢା ଦରରେ ବିକ୍ରି କରୁଥିବାର ଚର୍ଚ୍ଚା ହେଉଛି । ସେହିପରି ସଂକ୍ରମଣ ଦୃଷ୍ଟିରୁ ସ୍ପର୍ଶକାତର ପାରାଦ୍ୱୀପ ବନ୍ଦର ଓ ସହରାଂଚଳରେ ଦେଖାଦେଇଛି ମାସ୍କର ଅଭାବ । ଏଠାରେ ସୂଚନା ଥାଉକି ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ କୁ ଦିଲ୍ଲୀର ସ୍ପେରିମେଡ୍ ସର୍ଜିକାଲ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ବିଭିନ୍ନ ଚିକିତ୍ସା ଉପକରଣ ଓ ମାସ୍କ ଯୋଗାଇ ଦେଇଥାଏ । କିନ୍ତୁ ସଂପ୍ରତି କୋରନା ଭାଇରସ ଯୋଗୁଁ ଉକ୍ତ କମ୍ପାନୀ ବନ୍ଦର ଚିକିତ୍ସାଳୟକୁ ଆଉ ମାସ୍କ ଯୋଗାଉ ନାହିଁ ଏବଂ ଏଥିପାଇଁ ବହୁମୁଲ୍ୟ ଦାବି କରୁଛି । ସେହିପରି କଟକର ବିଭିନ୍ନ ଯୋଗାଣକାରୀ ସଂସ୍ଥା ନିର୍ଦ୍ଧାରିତ ୧ଟଙ୍କା ୩୦ପଇସା ଜାଗାରେ ଅତିରିକ୍ତ ୨୦ଟଙ୍କା ଦାବି କରୁଛନ୍ତି । ଯାହା ଫଳରେ ବନ୍ଦର ଚିକିତ୍ସାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ମାସ୍କର ଘୋର ଅଭାବ ଦେଖା ଦେଇଛି । ସରକାର ଏପରି ସଂସ୍ଥାମାନଙ୍କ ଉପରେ ଚଢଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published.