ଖୋ-ଖୋ ଟୁର୍ଣ୍ଣାମେଂଟ: ଡି.ଏ.ଭି କଳିଙ୍ଗ ନଗର ଚାମ୍ପିଅନ୍

ଖୋ-ଖୋ ଟୁର୍ଣ୍ଣାମେଂଟ: ଡି.ଏ.ଭି କଳିଙ୍ଗ ନଗର ଚାମ୍ପିଅନ୍

ଭୁବନେଶ୍ୱର, (ଆଇଏନ୍ଏସ୍): ସ୍ଥାନୀୟ କଳିଙ୍ଗ ନଗର ସ୍ଥିତ ଡି.ଏ.ଭି ସ୍କୁଲଠାରେ ଡି.ଏ.ଭି ଜାତୀୟ କ୍ରୀଡ଼ା ଜୋନାଲ୍ ବାଳକ ଖୋଖୋ ଟୁର୍ଣ୍ଣାମେଂଟ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଖୋଖୋ ଟୁର୍ଣ୍ଣାମେଂଟରେ ଡି.ଏ.ଭି ଜୋନ୍–୧ ଓ ୨ର ସମୁଦାୟ ୧୧ଟି ଟିମ୍ର ପ୍ରାୟ ୧୩୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ଡି.ଏ.ଭି ପବ୍ଲିକ୍ ସ୍କୁଲ କଳିଙ୍ଗ ନଗର ଦଳ ଚିତାକର୍ଷକ ଓ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ଡି.ଏ.ଭି ଚନ୍ଦ୍ରଶେଖରପୁର ଓ ସେମିଫାଇନାଲରେ ଡି.ଏ.ଭି ପୋଖରିପୁଟ ଓ ଫାଇନାଲ୍ରେ ଡି.ଏ.ଭି ପୁରୀକୁ ପରାସ୍ତ କରି ଚାମ୍ପିଆନ୍ ଆଖ୍ୟା ଅର୍ଜନ କରିଅଛି । ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ବିଜୟୀ ଓ ରନର୍ସଅପ୍ ଦଳକୁ ପୁରସ୍କାର ବିତରଣ ପୂର୍ବକ ଉତ୍ସାହିତ କରିଥିଲେ । ବେଷ୍ଟ ଚେଜର୍ ଭାବେ ଡି.ଏ.ଭି ପୁରୀର ଅମିତ ବେହେରା ଓ ବେଷ୍ଟ ରନର୍ ଭାବେ ଡି.ଏ.ଭି କଳିଙ୍ଗ ନଗରର ସତ୍ୟପ୍ରଜ୍ଞାନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଂଟି ବିଦ୍ୟାଳୟର କ୍ରୀଡ଼ାଶିକ୍ଷକ ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ଏ.ରବିଶଙ୍କରଙ୍କ ପ୍ରତ୍ୟକ୍ଷ ତଜ୍ୱାବଧାନରେ ସୁଚାରୁରୂପେ ସଂପାଦିତ ହୋଇଥିଲା ।

Leave a Reply

Your email address will not be published. Required fields are marked *