ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ପିରାମିଡ ଭଳି

ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ପିରାମିଡ ଭଳି

କେବଳ ଓଡିଶାରେ କାହିଁକି ସମଗ୍ର ଭାରତ ବର୍ଷରେ ଗ୍ରାମୀଣ ପ୍ରାଥମିକ ସ୍ୱାସ୍ଥ୍ୟସେବା(ପ୍ରାଥମିକ ସ୍ୱାସ୍ଥୃସେବା) ଅନେକଟା ତ୍ରିସ୍ତରୀୟ ପିରାମିଡ ଭଳି । ପିରାମିଡର ସବୁଠାରୁ ତଳସ୍ତରରେ ରହିଛି ସବସେଂଟର ବା ସ୍ୱାସ୍ଥ୍ୟ ଉପକେନ୍ଦ୍ର । ପ୍ରତି ପାଂଚ ହଜାର ଜନସଂଖ୍ୟାବିଶିଷ୍ଟ ଗାଁରେ ଗୋଟାଏ ଗା୍ରମ୍ୟ ସ୍ୱାସଗଥ୍ୟ ଉପକେନ୍ଦ୍ର ରହିବା କଥା(ପାର୍ବତ୍ୟ ବା ଅପହଂଚ ଇଲାକା ପାଇଁ ପ୍ରତି ତିନି ହଜାର ଲୋକରେ ଗୋଟିଏ ସ୍ୱାସ୍ଥ୍ର ଉପକେନ୍ଦ୍ର) । ସରକାରୀ ନିୟମ ଅନୁଯାୟି ଉପକେନ୍ଦ୍ରରେ କୌଣସି ଡାକ୍ତର ରହନ୍ତି ନାହିଁ । ଜଣେ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଏଠାରେ ଦାଇତ୍ୱ ନିର୍ବାହ କରନ୍ତି । ଉପକେନ୍ଦ୍ର ଗୁଡିକରେ ସାଧାରଣତଃ ପ୍ରାଥମିକ ଚିକିସ୍ôାର ବ୍ୟବସ୍ଥା ଥାଏ । ଜନସ୍ୱାସ୍ଥ୍ୟ ଏବଂ ସାଧାରଣ ସ୍ୱାସ୍ଥ୍ୟ ବିଧି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ହେଉଛି ଏମାନଙ୍କର ଅନ୍ୟତମ କାମ । ଗର୍ଭବତୀ ମା ଓ ଶିଶୁ ଯତ୍ନ ନିଆଯାଏ । ରୁରାଲ ହେଲ୍ଥ ପିରାମିଡରେ ଉପକେନ୍ଦ୍ର ଉପରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ପ୍ରତି ତିରିଶ ହଜାର ଗାଁ ଲୋକମାନଙ୍କ ପାଇଁ ରହିଛି ଚାରିରୁ ଛଅ ଶଯ୍ୟା ବିଶିଷ୍ଟ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ରୁରାଲ ହେଲ୍ଥର ଉପରେ ରହିଛି କମ୍ୟୁନିଟି ହେଲ୍ଥ ସେଂଟର ବା ସିଏଚସି । ଆମର ଏଠାରେ ସିଏଚସି ହେଉଛଇ ତିରିଶ ଶଯ୍ୟା ବିଶିଷ୍ଟ ଏକ ଛୋଟକାଟର ହସପିଟାଲ । ଏଠାରେ ଚାରି ଜଣ ବିଶେଷଞ ଡାକ୍ତରଙ୍କ ସହ ଅତି କମରେ ୨୧ ଜଣ ସ୍ୱାସ୍ଥ୍ୟ କର୍ମୀ ରହିବା କଥା । ନିୟମ ଅନୁଯାୟି ଏକ ଲକ୍ଷ କୋଡିଏ ହଜାର ଗ୍ରାମାଂଚଳ ଲୋକଙ୍କ ପାଇଁ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବା କଥା । ସରକାରୀ ସ୍ୱାସ୍ଥ୍ୟସେବାର ସବା ଉପରେ ରହିଛି ଜିଲ୍ଲା ସଦର ମହକୁବା ହସପିଟାଲ ।
ପିରାମିଡାର ତଳସ୍ତରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ସୁପାରିସ ଭିତିରେ ଏଇ ଜିଲ୍ଲା ହସପିଟାଲ ଗୁଡିକୁ ରୋଗୀମାନେ ରେଫର ହୋଇଥାନ୍ତି । ସେଠାରେ ସେମାନଙ୍କର ଚିକିସ୍ୱା କରାଯାଏ । ତେବେ ଜିଲ୍ଲା ହସପିଟାଲ ଗୁଡିକ ସବୁ ସହରରେ । ଏଣୁ ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ସହିତ ଏହାର ସିଧାସଳଖ ସମ୍ପର୍କ ବହୁତ କମ ।
ପରିସଂଖ୍ୟାନ ଦେଖିଲେ ଜଣାଯାଏ ଦଶବର୍ଷ ଭିତରେ ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାରେ ବିଶେଷ କିଛି ଉନ୍ନତି ପରିଲକ୍ଷିତ ହୋଇନାର୍ହି । ଯେତିକି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଥିଲା, ସେତିକି ରହିଛି । କିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯାଇଛି । କିନ୍ତୁ ଗତ ୧୫ ବର୍ଷ ଭିତରେ ଓଡିଶାର ଗ୍ରାମାଂଚଳରେ ଜନସଂଖ୍ୟା ଯେତିକି ବଢିଛି, ସେଇ ଅନୁପାତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା ହୋଇପାରି ନାହିଁ । ଯାହାଫଳରେ ବର୍ତମାନ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉପରେ ଅଧିକ ଚାପ ସୃଷ୍ଟି ହୋଇଛି ।
ନିକଟରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ୀ କହିଛନ୍ତି, ଓଡିଶାରେ ଡାକ୍ତରଙ୍କ ସଂଖ୍ୟା ବଢିଛି । ଏବେ ପ୍ରତି ଏଗାର ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି । ଯାହାର ପ୍ରଭାବ ଗାଁ ଗହଳର ସ୍ୱାସ୍ଥ୍ୟ ସେବା ଉପରେ ପଡୁଛି । ଗାଁରେ ଏବେ ଅଧିକ ବୁଢାବୁଢୀ ରହୁଛନ୍ତି । ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟସେବା ନିହାତି ଦରକାର । ଠିକ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଭଳି ।

ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉତରଦାଇତ୍ୱ ଉପକେନ୍ଦ୍ରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ । ସେମାନେ ଜର ଠାରୁ ଆରମ୍ଭ କରି ଝାଡା, ମ୍ୟାଲେରିଆ, ଜଣ୍ଡିସ, ଯକ୍ଷ୍ମା ପର୍ଯ୍ୟନ୍ତ ସବୁରୋଗୀଙ୍କୁ ଚିହ୍ନÿଟ କରିବା ସହିତ ସେମାନଙ୍କର ଚିକିସ୍ôା କରନ୍ତି ଏବଂ ହସପିଟାଲକୁ ପଠାଇବାର ବ୍ୟବସ୍ଥା କରନ୍ତି । ଏବେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକରେ କର୍ମଚାରୀଙ୍କ ଘୋର ଅଭାବ । ଯାହାର ପ୍ରଭାବ ରୋଗୀ ସେବାରେ ପରିଲକ୍ଷିତ ହେଉଛି ।
ଲୋକଙ୍କୁ ସୁସ୍ଥ ରଖିବାର ଅନ୍ୟତମ ଭିତିଭୂମି ହେଉଛି, ଉପକେନ୍ଦ୍ର । ଡାକ୍ତରଙ୍କର ସିନା ଅଭାବ ରହିଛି । କିନ୍ତୁ ପାରାମେଡିକାଲ କର୍ମଚାରୀମାନେ ଅଛନ୍ତି । ସେମାନଙ୍କୁ ନିଯୁକ୍ତି ଦିଆଯାଉ ନାହିଁ କାହିଁକି?
ୂୂସବୁଠାରୁ ବଡ ସମସ୍ୟା ହେଲା, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକର ଭିତିଭୂମି ନ୍ନୟନ । ଆମ ରାଜ୍ୟରେ ପାଖାପାଖି ସାତ ହଜାର ଉପକେନ୍ଦ୍ର ରହିଛି । ସେଥିରୁ ଅଧାରୁ ଅଧିକ ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ । ନିୟମିତ ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । ଗାଁ ଗହଳର ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଯାହା କିଛି ସମସ୍ୟା ଦେଖାଦେଇଛି, ତାର ମୂଳରେ ରହିଛି ଭିିତିଭୁମି ।
ଏଣୁ ଉପକେନ୍ଦ୍ରଗୁଡିକର ଉନ୍ନତିକୁ ସରକାର ତ୍ୱରାନ୍ୱିତ କରିବା ଦରକାର । ଅଧିକ ସଂଖ୍ୟାରେ ଉପକେନ୍ଦ୍ର ଖୋଳିବା ସହିତ ଅତିରିକ୍ତ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ହେବା ଦରକାର । ଆସନ୍ତା ଦଶ ବର୍ଷ ଭିତରେ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଏକ ପ୍ରମୁଖ ସମସ୍ୟାଭାବେ ଦେଖାଦେବ ।
ତଅଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ନ ଘଟିବା ଫଳରେ ଜିଲ୍ଲା ସଦର ମହକୁମା ହସପିଟାଲଗୁଡିକ ଉପରେ ଅଧିକ ଚାପ ପଡୁଛି । ଆମ ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସପିଟାଲରେ ପ୍ରତିଦିନ ତିନି ହଜାର ହଜାର ରୋଗୀ ଆଉଟଡୋରକୁ ଡାକ୍ତରଙ୍କ ସହ ପରାମର୍ଶ ପାଇଁ ଆସୁଛନ୍ତି । ଜଣେ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ ଓ ଔଷଧ ପାଇବାକୁ ତାକୁ ଗୋଟାଏ ଦିନ ଲାଗିଯାଉଛି । ସେଇ ଏକାଅବସ୍ଥା ଏମ୍ସ ରେ ମଧ୍ୟ । ରାଜଧାନୀରେ ଅନେକଗୁଡିଏ ବଡ ବଡ ବେସରକାରୀ ହସପିଟାଲ ରହିଥିଲେ ମଧ୍ୟ ଏପରି ଅବସ୍ଥା । ତେବେ ଅନ୍ୟ ଜିଲ୍ଲାଗୁଡିକର ଅବସ୍ଥା କଣ ହେଉଥିବ ।
ଆଉ ଏକ ସମସ୍ୟା ହେଲା, ତୃଣମୂଳସ୍ତରରେ ଯେପରି ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି, ଗୋଷ୍ଠୀ ଓ ଜିଲ୍ଲା ହସପିଟାଲରେ ଏହାକୁ ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀ ନାହାନ୍ତି । ଯାହା ଫଳରେ ଡାକ୍ତରଙ୍କ ଉପରେ ଅଧିକ ଚାପସୃଷ୍ଟି ହେଉଛି । ଆଗରୁ ସ୍ୱାସ୍ଥ୍ୟକର୍ମୀଙ୍କ କାମ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ସେକ୍ଟରରେ ଜଣେ ପରିଦର୍ଶକ ଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପବ୍ଲିକ ହେଲ୍ଥ ନର୍ସ ରହୁଥିଲେ । ଯେଉଁମାନେ ଜନସ୍ୱାସ୍ଥ୍ୟ କାମକୁ ତ୍ୱରାନ୍ୱିତ କରିପାରୁଥିଲେ । ସେଇପରି ଜିଲ୍ଲାରେ ଜିଲ୍ଲା ପବ୍ଲିକ ହେଲଥ ନର୍ସ ରହୁଥିଲେ । ଏମାନେ ତୃଣମୂଳ ଅର୍ଥାତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସହିତ ଯୋଗସୂତ୍ର ରଖି କାମକୁ ଆଗକୁ ନେବା ଫଳରେ ଡାକ୍ତରଙ୍କ ଡାପରୁ ଚାପ କମିଯାଉଥିଲା ।ସେମାନେ ରୋଗୀସେବା ଉପରେ ଗୁରୁତ୍ୱ ଦେଉଥିଲେ । କିନ୍ତୁ ଏହିସବୁ ପଦବୀ ଗୁଡିକ ଏବେ ନାହିଁ । ସରକାର ଯଦି ତୃଣମଳସ୍ତରରେ କାମ କରୁଥିବା କର୍ମୀମାନଙ୍କ ପଦୋନ୍ନତି ବ୍ୟବସ୍ଥା ମାଧ୍ୟମରେ ଏହି ସବୁ ପଦବୀ ର ବ୍ୟବସ୍ଥା କରନ୍ତେ, ତେବେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଅଧିକ ଶକ୍ତିଶାଳୀ ହୋଇପାରନ୍ତା ।
       ସୁବାସ ଷଡଙ୍ଗୀ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨

Leave a Reply

Your email address will not be published. Required fields are marked *