ଚୋରି ହାଇଷ୍ପିଡ ଡିଜେଲ ଏବଂ ବୋଟ୍ ଜବତ, ତିନି ଗିରଫ

ଚୋରି ହାଇଷ୍ପିଡ ଡିଜେଲ ଏବଂ ବୋଟ୍ ଜବତ, ତିନି ଗିରଫ

ପାରାଦୀପ, (ଓଏନ୍ଏସ୍): ପାରାଦୀପ ମେରାଇନ ପୁଲିସକୁ ଏକ ବଡ ସଫଳତା ମିଳିଛି । ଗତ ତା ୦୭.୦୩.୧୯ ରିଖ ଏବଂ ଗତ ଫେବୃଆରୀ ୨୪ ତାରିଖରେ ଦୁର୍ବୃତ ମାନେ ଏସଆର କନଭର ବେଲଟ୍ ଲାଇନ ନିକଟସ୍ଥ ଆଇଓସିଏଲ ପାଇପ୍ ଲାଇନକୁ କଣା କରି ୩୮ ହଜାର ଲିଟର ହାଇଷ୍ପିଡ୍ ଡିଜେଲ ଚୋରିକରି ନେଇଥିଲେ । ଜଗତ୍ସିଂହପୁର ଏସପିଙ୍କ ନିଦେ୍ର୍ଦଶ କ୍ରମେ ଦୁଇଟି ଟିମ୍ ଏହି କାର୍ଯ୍ୟର ତନାଘନା କରିଥିଲେ । ଗୋଟିଏ ଚୋରି ର୍ୟାକେଟର ତିନିଜଣ ଙ୍କ ସହିତ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ପାଇପ୍, ତେଲ ଚୋରି ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ବୋଟକୁ ପୁଲିସ ଜବତ କରିଛି । ମହାକାଳପଡା ରାମନଗରର ରବିନ୍ଦ୍ର କୁମାର ବର୍ମନ(୩୦,ଢ୍ରାଇଭର), ଅଭୟଚାନ୍ଦପୁର ଥାନା ଅଧିନସ୍ଥ ନୂଆଗାଁର କୁଞ୍ଜବିହାରୀ ଦଳାଇ(୨୫) ଏବଂ ରାମନଗର ଅଂଚଳର ପ୍ରଶନଜିତ୍ ମଣ୍ଡଳ(୨୧) କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି । ଅନ୍ୟ ଜଣେ ସଞ୍ଜୟ ମଲ୍ଲିକ ଫେରାର ଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *