ଜନତାଙ୍କ ସୁରକ୍ଷାକାରୀ ମାଗୁଛି ସୁରକ୍ଷା: ଜନତାଙ୍କୁ ସୁରକ୍ଷା ଦେବ କିଏ?

ଜନତାଙ୍କ ସୁରକ୍ଷାକାରୀ ମାଗୁଛି ସୁରକ୍ଷା: ଜନତାଙ୍କୁ ସୁରକ୍ଷା ଦେବ କିଏ?

ବାଲେଶ୍ୱର, (ଆଇଏନ୍ଏସ୍): ଚାରି ଥର ପରେ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନବୀନ ପଟ୍ଟନାୟକ । ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଥିବା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଏପରି ଭାବରେ ଅବନତି ଘଟିବାରେ ଲାଗିଛିଯେ, ଜନତାଙ୍କ ସୁରକ୍ଷା ପାଇଁ ଥିବା ପୋଲିସ ଏବେ ନିଜର ସୁରକ୍ଷା ଦାବି କରୁଛି ।
ଦିନକୁ ଦିନ ରାଜ୍ୟରେ େ·ରୀ, ଡକାୟତି, ଠକେଇ, ରାହାଜାନୀ, ହତ୍ୟା, ଲୁଣ୍ଠନ ସହିତ ବଳାକôାର ବଢ଼ିବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ । ବ୍ୟାଙ୍କ ଡକାୟତି,ଏଟିଏମ୍ ଭଙ୍ଗା ନିତିଦିନିଆ ଘଟଣାରେ ପରିଣତ ହେଲାଣି । ସାଧାରଣ ଜନତା ତ୍ରାହିତ୍ରାହି ଡାକ ଛାଡ଼ିଲେଣି । ଡାକ୍ତର, ପୋଲିସ, ସାମ୍ବାଦିକ ଏପରିକି ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଲୋକଙ୍କ ସୁରକ୍ଷା ପାଇଁ ଥିବା ପୋଲିସ ସରକାରଙ୍କ ନିକଟରେ ନିଜର ସୁରକ୍ଷା ଦାବି କରିଛି ।୨୬ତାରିଖରେ ବାଲିଆପାଳ ଥାନା ଆଇଆଇସିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଓଡ଼ିଶା ପୋଲିସ ସଂଘ, ଡାକ୍ତରଙ୍କ ଭଳି ଆଇନଗତ ସୁରକ୍ଷା ଦାବି କରିଛି ସରକାରଙ୍କ ନିକଟରେ । କେବଳ ବାଲିଆପାଳ ନୁହେଁ ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକଙ୍କ ଆକ୍ରୋଶର ଶୀକାର ହେଉଛନ୍ତି ପୋଲିସ ଅଧିକାରୀମାନେ । ନିକଟ ଅତୀତରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଆଇଆଇସି, ଗଞ୍ଜାମ ପାଟପୁର ଥାନା ଆଇଆଇସି, ବାଲିଅନ୍ତା ଏସ୍ଆଇ ମଧ୍ୟ ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ । ଏହିଘଟଣାରେ ଓଡ଼ିଶା ପୋଲିସ ସଂଘ ନିଜର ଉଦ୍ବେଗ ପ୍ରକାଶ କରିବା ସହିତ ଡାକ୍ତରଙ୍କ ଭଳି ଆଇନଗତ ସୁରକ୍ଷା ଦାବି କରିଛି ସରକାରଙ୍କ ନିକଟରେ ।
ଅପରପକ୍ଷରେ, ବର୍ତମାନ ପ୍ରଶ୍ନ ଉଠେ ଯେ, ଜନତାଙ୍କ ସୁରକ୍ଷା ପାଇଁ ଥିବା ପୋଲିସ ଯଦି ନିଜକୁ ଅସୁରକ୍ଷିତ ମନେକରି ନିଜର ସୁରକ୍ଷା ଦାବି କରେ ତେବେ ପୋଲିସକୁ ସୁରକ୍ଷା ଦେବ କିଏ? ଏବଂ ଜନତା କିଭଳି ସୁରକ୍ଷା ପାଇବେ? ଏଥିରୁ ବର୍ତମାନର ସରକାର କେତେ ପାରଙ୍ଗମ, କେତେ ଦକ୍ଷ ତାହା ପ୍ରମାଣିତ ହେଉଛି ।

Leave a Reply

Your email address will not be published. Required fields are marked *