ଧର୍ମ ପରାୟଣା ମହିଳାଙ୍କ ଦ୍ୱାଦଶାହ ଉତ୍ସବ

ଧର୍ମ ପରାୟଣା ମହିଳାଙ୍କ ଦ୍ୱାଦଶାହ ଉତ୍ସବ

ଭୁବନେଶ୍ୱର, (ଓଏନ୍ଏସ୍): ଭୁବନେଶ୍ୱର ସହର ଉପକଣ୍ଠସ୍ଥ ଅନ୍ଧାରୁଆ ଗ୍ରାମର ସାମ୍ବାଦିକ ବୈକୁଣ୍ଠ ନାୟକଙ୍କ ମା’ କୁକୁମ ନାୟକ(୭୫ ବର୍ଷ) ଙ୍କର ନିଜ ବାସଭବନରେ ଗତ ୨ ତାରିଖରେ ପରଲୋକ ହୋଇ ଯାଇଛି । ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ପିଷ୍ଣୁ ପ୍ରସାଦ, ବୈକୁଣ୍ଣ, କୃଷ୍ଣଚନ୍ଦ୍ର ଓ ଝିଅ କୁନି ଏବଂ ଆତ୍ମୀୟ ମାନେ ଉପସ୍ଥିତ ଥିଲେ । ସେ ଜଣେ ମେଳାପି, ଧର୍ମ ପରାୟଣା ଏବଂ ପରୋପକାରୀ ମହିଳା ଥିଲେ । ୧୯୯୯ ମହାବାତ୍ୟା ବେଳେ ସେ ନିଜ ଘରେ ଅନେକ ବାତ୍ୟା ପୀଡ଼ିତଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ଆବଶ୍ୟକୀୟ ସେବା ଓ ସହଯୋଗ ଯୋଗାଇ ଦେଇଥିଲେ । ତାଙ୍କର ଦ୍ୱାଦଶାହ ଉପଲକ୍ଷେ ଅନ୍ଧାରୁଆ ବାସଭବନରେ ଏକ ସ୍ମୃତିସଭାର ଆୟୋଜନ ହୋଇଥିଲା । ଏଥିରେ ଜଟଣୀର ପୂର୍ବତନ ବିଧାୟକ ଶ୍ରୀ ବିଭୂତି ବଳବନ୍ତ ରାୟ, ବହୁଜନ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ସୁବ୍ରତ ସାମଲ, ଦାଣ୍ଡିମାଲ୍ ସେବକ ସଂଘର ସଭାପତି ଗୋପାଳ ନାୟକ, ଅମର ନାୟକ, ଅଶୋକ, ହରିହର, ମୋହନ, ଅର୍ଜ୍ଜୁନ ନାୟକଙ୍କ ସମେତ ବହୁ ଅତିଥି ଓ ଶୁଭେତ୍ସୁ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ସ୍ମୃତି ଚାରଣ କରିଥିଲେ ।

Leave a Reply

Your email address will not be published.