ନିହାରୁଣି କନ୍ଧା ଗ୍ରାମ କମିଟିର ଖବରଦାତା ସମ୍ମିଳନୀ

ଏଲ ଆଣ୍ଡ ଟି ଶ୍ରମିକଙ୍କୁ ଗାଁରେ ନ ପୁରାଇବାକୁ ଦାବି!

ପାରାଦୀପ ଗଡ, (ଆଇଏନ୍ଏସ୍): ଆଜି ପାରାଦୀପ ଗଡ ଗ୍ରାମ ପଂଚାୟତ ନିହାରୁଣି କନ୍ଧା ଗ୍ରାମ କମିଟି ତରଫରୁ ବୁଦ୍ଧିଜୀବୀମାନେ ମିଳିତ ହୋଇ ଖବର ଦାତା ସମ୍ମିଳନୀର ଆୟୋଜନ କରିଥିଲେ । ଅଭିଯୋଗ ମୁତାବକ ସ୍ଥାନୀୟ ଅଂଚଳରେ ଏଲ୍.ଆଣ୍ଡ୍.ଟି କମ୍ପାନୀ ସରକାରୀ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରୁଥିବା ଦର୍ଶାଯାଇଛି । ଉକ୍ତ କମ୍ପାନୀ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି ମାହାମାରୀ କରୋନା ସମୟରେ କୋଭିଡ ୧୯ ନିୟମକୁ ନ ମାନି ଗ୍ରାମ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଥିନେଇ ସ୍ଥାନୀୟ ଅଂଚଳରେ ଭୟର ବାତା ବରଣ ଖେଳି ଯାଇଛି । ବାହାର ରାଜ୍ୟରୁ ବସରେ ଶ୍ରମିକ ମାନଙ୍କୁ ଆଣାଯାଇ କମ୍ପାନୀ କାମରେ ନିୟୋଜିତ କରାଯାଉଛି । ଉକ୍ତ ଶ୍ରମିକ ମାନେ ଏହି ଅଂଚଳରେ ଚଳପ୍ରଚଳ ହେଉଥିଲେ ହେଁ ସରକାରୀ ନିୟମ ଅନୁଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଉନାହିଁ । ଗ୍ରାମରେ ଥିବା ଏକ ଆଶ୍ରୟସ୍ଥଳୀରେ ସେହି ଶ୍ରମିକ ମାନଙ୍କୁ ରଖା ଯାଉଛି । ଉକ୍ତ ଶ୍ରମିକମାନେ ସାଧାରଣତଃ କୋଲକାତା ଅଂଚଳର ହହୋଇଥିବା ଜଣାପଡ଼ିଛି । ତେବେ ଏସଂପର୍କରେ ଏକ ଦାବିପତ୍ର ଜିଲ୍ଲାପାଳ, ପାରାଦୀପ ଏଏସପି, ଅତିରିକ୍ତ ଜିଲ୍ଲାପାଳ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିବା ଖବର ମିଳିଛି । ଉକ୍ତ ଦାବି ପତ୍ରରେ ଗ୍ରାମବାସୀମାନେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା କୋଭିଡ ନିୟମକୁ କଡା କଡି ପାଳନ କରୁଥିବା ବେଳେ ସଂପୃକ୍ତ କମ୍ପାନୀ ଉକ୍ତ ନିୟମକୁ ଖାତିର ନ କରି ଏଭଳି ଦାଦାଗିରୀ ଚଳାଇଥିବା ଅଭିଯୋଗ ହେଉଛି । ଏଭଳି ବିପଦ ଜନକ ପରିସ୍ଥିତିରେ କମ୍ପନୀ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି ଗ୍ରାମରେ ରଖିବାରୁ ନିବୃତ ରହିବାକୁ ଗ୍ରାମ କମିଟି ଅନୁରୋଧ କରିଛି । ବହାର ଶ୍ରମିକଙ୍କୁ ଅସମୟରେ ନ ଆଣି ବରଂ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାନୀୟ ବେକାରୀ ମାନଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରିବା ସହିତ ଏଭଳି ବେଆଇନ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଉକ୍ତ ଖବରଦାତା ସମ୍ମିଳନୀରେ ଗ୍ରାମ ମୂରବୀ ନୃସିଂହ ଚରଣ ବେହେରା, ପାରାଦୀପ ଗଡର ବିଶିଷ୍ଟ ସମାଜସେବୀ ସେକ୍ ବସିର ଅଲ୍ଲୀ,ଆଇନଜୀବୀ ସଂଜୟ କୁମାର ବେହେରା, ଗ୍ରାମ କମିଟି ସଭାପତି ସୁରେନ୍ଦ୍ର ମହନ୍ତ,ସମ୍ପାଦକ ଅଜୟ କୁମାର ଓଝା ଏବଂ ଉପ ସଭାପତି ଭରତ ଚନ୍ଦ୍ର ସୂତାର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *