ପାରାଦ୍ୱୀପରେ କାୟାବିସ୍ତାର କରିଚାଲିଛି କୋରୋନା

ଏଲଆଣ୍ଡଟି କୁ କଳା ତାଲିକାଭୁକ୍ତ କରିବାକୁ ବିଜେଡିର ଦାବୀ

ପାରାଦ୍ୱୀପ, (ଆଇଏନ୍ଏସ୍): ପ୍ରଥମରୁ କୋରୋନା ମୁକ୍ତ ପାରାଦ୍ୱୀପ ସହରରେ ଏବେ କୋରୋନା ତାର କାୟା ବିସ୍ତାର କରିଚାଲିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋରୋନା ସଂକ୍ରମିତ ରାଜ୍ୟ ମାନଙ୍କରୁ ଶ୍ରମିକ ମାନଙ୍କୁ ପାରାଦ୍ୱୀପ ଆଣି ଏଠାରେ କୋରୋନା ସଂକ୍ରମଣ କରାଇବାରେ ପ୍ରମୁଖ ଭୂମୀକା ଗ୍ରହଣ କରିଛି ପାରାଦ୍ୱୀପ ରିଫାଇନାରୀ ରେ ଠିକା ସଂସ୍ଥା ଏଲଆଣ୍ଡଟି ବୋଲି ଅଭିଯୋଗ କରିଛି ପାରାଦ୍ୱୀପ ବିଜୁ ଜନତା ଦଳ । ଏହି ସଂସ୍ଥା ପ୍ରଥମେ ନିକଟସ୍ଥ ଗାଁ ମାନଙ୍କରେ ଏହି ଶ୍ରମିକ ମାନଙ୍କୁ ରଖିବାରୁ ସେଠାରେ ବିରୋଧର ଶୀକାର ହୋଇଥିଲା । ଚତୁରତାର ସହ ଏହି ସଂସ୍ଥା ପୋସ୍କୋ ବିଲଡିଂରେ ଶ୍ରମିକ ମାନଙ୍କୁ ନେଇ ରଖିଛି । ଯାହାକୁ ବିରୋଧ କରି ପାରାଦ୍ୱୀପ ବିଜୁ ଜନତା ଦଳ ଯୁଦ୍ଧଂଦେହୀ ଡାକରା ଦେଇଛି । ଗତ୧୫ ତାରିଖରେ ପାରାଦ୍ୱୀପରୁ ୫ଜଣ, ୧୬ତାରିଖରେ ୩ଜଣ, ୧୭ତାରିଖରେ ୬ଜଣ,୧୮ତାରିଖରେ୧୮ଜଣ ଓ୧୯ ତାରିଖରେ୧୯ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।୧୯ତାରିଖ ସଂନ୍ଧ୍ୟାରେ ପାରାଦ୍ୱୀପ ସହରର ମୁଖ୍ୟ ମାର୍କେଟ ବା କେନ୍ଦ୍ରସ୍ଥଳ ବଡପଡିଆ ମାର୍କେଟ ପାଖରେ ଥିବା ହେଟେଲ ଆରିଷ୍ଟୋକ୍ରାଟ ରୁ ୧୫ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାରାଦ୍ୱୀପ ଓ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପାରାଦ୍ୱୀପ ସହରକୁ କୋରୋନା ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବିଜେଡି ନଗର ସଭାପତି ବସନ୍ତ ବିଶ୍ୱାଳ ଘଟଣାକୁ ନାପସନ୍ଦ କରିଛନ୍ତି । ସହରର କେନ୍ଦ୍ରସ୍ଥଳରେ କୋରୋନା ଆକ୍ରାନ୍ତଙ୍କୁ ରଖିଥିବା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବୀ କରିଛନ୍ତି । ରବିବାର ରାତିରେ ହେଟେଲ ଆରିଷ୍ଟୋକ୍ରାଟ୍ରୁ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସହରରେ ଭୟର ବାତାବରଣ ଖେଳିଯାଇଛି । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଉକ୍ତ ହୋଟେଲକୁ ସିଲ୍ କରାଯାଇଛି । ଅପର ପକ୍ଷରେ କୋରୋନାର ବାହାକ ଏଲ୍ଆଣ୍ଡଟି କୁ କଳା ତାଲିକାମୁକ୍ତ କରିବାକୁ ନଗର ବିଜେଡି ସଭାପତି ଶ୍ରୀ ବିଶ୍ୱାଳ ଦାବୀ କରିଛନ୍ତି । ତେବେ ବିଜେଡି ଦଳ ଓ ଏହାର ସଭାପତି ବସନ୍ତ ବିଶ୍ୱାଳଙ୍କ ଏପରି ଜନହୀତକର କାର୍ଯ୍ୟକୁ ସହରବାସୀ ବେସ୍ ପ୍ରସଂଶା କରିଛନ୍ତି ।

Leave a Reply

Your email address will not be published. Required fields are marked *