ପାରାଦ୍ୱୀପ ତୈଳବାହୀ ଜାହାଜ ଏମଟି ନିଉ ଡାଇମଣ୍ଡକୁ ଉଦ୍ଧାର

ବିଶ୍ୱ ଇତିହାସ ରଚିଲା ଭାରତୀୟ ତଟ୍ଟରକ୍ଷୀ ବାହିନୀ

ପାରାଦ୍ୱୀପ, (ଆଇଏନ୍ଏସ୍): ଅଶୋଧିତ ତୈଳବାହୀ ଜାହାଜ ଏମଟି ନିଉ ଡାଇମଣ୍ଡ ଜାହାଜରେ ଉଦ୍ଧାର କରି ଜାହାଜକୁ ସୁରକ୍ଷିତ ଅବସ୍ଥାକୁ ଆଣିଥିବା ଭାରତୀୟ ତଟ୍ଟରକ୍ଷୀ ବାହିନୀର କାର୍ଯ୍ୟକୁ ପ୍ରଶସାଂ କରି ନୂଆଦିଲ୍ଲୀ ଠାରେ ଶନିବାର ଦିନ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଭାରତୀୟ ତଟ୍ଟରକ୍ଷୀ ବାହିନୀର ଡିଜିଙ୍କ ସହ ଆଲୋଚନା କରିଥିଲେ । ସୂଚନା ଥାଉକି ଏମଟି ନିଉ ଡାଇମଣ୍ଡ ଏକ ବୃହତ ଅଶୋଧିତ ତୈଳ ବାହୀ ଜାହାଜ । ଏହାର ଲମ୍ବ ୩୩୩ ମିଟର ଥିବା ଏହାର ଓସାର ୬୦ମିଟର । ଏଥିରେ ପାଂଚଜଣ ଗ୍ରୀକ୍ ଓ ଆଠଜଣ ଫିଲିପାଇନ୍ ନାଗରିକଙ୍କ ସମେତ ସର୍ବମୋଟ୍ ତେଇଶ ଜଣ କି୍ରଉ ସଭ୍ୟ ଅଛନ୍ତି । ଏହି ଜାହାଜ ଅଗଷ୍ଟ ତେଇଶ ତାରିଖରେ କୁଏତରୁ ୨୭୦ହଜାର ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ନେଇ ପାରାଦ୍ୱୀପ ରିଫାଇନାରୀ ଅଭିମୁଖେ ଆସୁଥିବା ବେଳେ ଶ୍ରୀଲଙ୍କା ନିକଟସ୍ଥ ପୂର୍ବ ଉପକୂଳରେ ନିଆଁ ଲାଗିଯାଇଥିଲାଏବଂ ଏଥିରେ ଜଣେ କି୍ରଉଙ୍କର ମୃତୁ୍ୟ ହୋଇଥିଲା । ତେବେ ସେପ୍ଟେମ୍ବର ୫ତାରିଖ ଠାରୁ ଦୀର୍ଘ ସପ୍ତାହ ବ୍ୟାପି ଲାଗିଥିବା ଏହି ନିଆଁକୁ ଭାରତୀୟ ତଟ୍ଟରକ୍ଷୀ ବାହିନୀ ପହଂଚି ସେପ୍ଟେମ୍ବର୧୧ ତାରିଖ ଦୀନ ଏହାକୁ ଆୟତ କରିଥିଲେ । ଜାହାଜର ବିଶେଷ କ୍ଷତି ହୋଇନଥିବା ବେଳେ ତୈଳ ଲିକେଜ୍ ହୋଇନଥିଲା । ଭାରତୀୟ ତଟ୍ଟରକ୍ଷୀ ବାହିନୀର ସମୟଚିତ ପଦକ୍ଷେପ ଯୋଗୁଁ ଏହି ଜାହାଜ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇବା ସହିତ ବିଶ୍ୱ ସାମୁଦି୍ରକ ଉଦ୍ଧାର କାର୍ଯ୍ୟରେ ଏକ ବିରଳ ଇତିହାସ ସୃଷ୍ଟି କରିପାରଛି ବୋଲି ପାରାଦ୍ୱୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକଶ ।

Leave a Reply

Your email address will not be published. Required fields are marked *