ପାରାଦ୍ୱୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ଡ.ରବି ଦାସଙ୍କ ପରଲୋକ

ପାରାଦ୍ୱୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ଡ.ରବି ଦାସଙ୍କ ପରଲୋକ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ଅଂଚଳର ଜଣାଶୁଣା ସମାଜସେବୀ ତଥା ପାରାଦ୍ୱୀପ ଟ୍ରଷ୍ଟ ବୋର୍ଡର ପୂର୍ବତନ ସଦସ୍ୟ ଡ. ରବିନ୍ଦ୍ର ନାଥ ଦାସଙ୍କର ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପାରାଦ୍ୱୀପରେ ସେ ଡ.ରବି ଦାସ ଭାବେ ପରିଚିତ । ପାରାଦ୍ୱୀପର ବିଭିନ୍ନ ସାମାଜିକ ତଥା ଗଣ ଅନୁଷ୍ଠାନ ଗୁଡିକରେ ସାମିଲ ଥିବା ଡ. ଦାସ ପାରାଦ୍ୱୀପ ଚୁଗୁଲି ବ୍ରଦର୍ସ ନାମକ ଏକ ସଂସ୍ଥାର ଆଂଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ପାରାଦ୍ୱୀପ ର ପୂର୍ବତନ ପୌରପାଳ ବସନ୍ତ ବିଶ୍ୱାଳ, ଷ୍ଟେଟ ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟର ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ପାରାଦ୍ୱୀପ ପୋର୍ଟ ଷ୍ଟିଭେଡର୍ସ ଆସୋସେସନ ସଂପାଦକ ଅର୍ନ୍ତଯ୍ୟାମୀ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ସଞ୍ଜୟ କୁମାର ମିଶ୍ର, ରବିନ୍ଦ୍ର କୁମାର ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *