ପାରାଦ୍ୱୀପ ବନ୍ଦର ପକ୍ଷରୁ ରାଷ୍ଟ୍ରିୟ ଏକତା ଦିିିିିବସ ପାଳିିତ

ସରଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକ

ପାରାଦ୍ୱୀପ, (ଆଇଏନ୍ଏସ୍): ସରଦାର ବଲ୍ଲଭଭାଇଙ୍କ ଜନ୍ମ ବାର୍ଷିକୀ ସାରାଦେଶରେ ରାଷ୍ଟ୍ରିୟ ଏକତା ଦିବସ ରୂପେ ପାଳିତ ହୋଇଥାଏ । ଏହି ଅବସରରେ ସମସ୍ତ କୋଭିଡ୍ ଗାଇଡ ଲାଇନ୍ ଅନୁସରଣ ପୂର୍ବକ ପାରାଦ୍ୱୀପ ବନ୍ଦର ପକ୍ଷରୁ ଶନିବାର ଦିନ ରାଷ୍ଟ୍ରିୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ସମେତ ବନ୍ଦରର ଅନ୍ୟ ଉଚ୍ଚ ଅଧିକାରୀ ମାନେ ସରଦାର ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ସଚିବ ଡ. ସଞ୍ଜୀବ ରଞ୍ଜନଙ୍କ ନେତୃତ୍ୱରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂନ୍ଧ୍ୟାରେ ଗୋପବନ୍ଧୁ ଷ୍ଟାଡିୟମ ଠାରେ ବନ୍ଦର ସିଆଇଏସଏଫ୍ ଯବାନଙ୍କ ଦ୍ୱାରା ଆୟୋଜିତ ଏକ ପ୍ୟାରେଡରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଅଭିବାଦନ ଗ୍ରହଣ କରିଥିଲେ ।

Leave a Reply

Your email address will not be published.