ପାରାଦ୍ୱୀପ ମାଛଧରା ବନ୍ଦର ବିଶ୍ୱସ୍ତରୀୟ ଯୋଜନାକୁ ବିଜେଡିର ପ୍ରଶଂସା

ପାରାଦ୍ୱୀପ ମାଛଧରା ବନ୍ଦର ବିଶ୍ୱସ୍ତରୀୟ ଯୋଜନାକୁ ବିଜେଡିର ପ୍ରଶଂସା

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ନେହେରୁ ବଙ୍ଗଳା ଠାରେ ଥିବା ମାଛଧରା ବନ୍ଦରକୁ ବିଶ୍ୱସ୍ତରୀୟ ମାଛଧରା ବନ୍ଦର କରିବାକୁ ଯୋଜନା ଆରମ୍ଭ ହୋଇଛି । ଏଥି ନିମନ୍ତେ ପ୍ରାୟ ୩୦ କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଛି । ମାଛ ଧରା ବନ୍ଦର ବିଶ୍ୱସ୍ତରୀୟ ହେବା ଯୋଜନାର ସଫଳତା କାମନା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ । ମାଛଧରା ବନ୍ଦର ମଧ୍ୟରେ ଥିବା ଦୋକାନଘର ଗୁଡିକର ଆଧୁନିକିକରଣ, ପଥର ବନ୍ଧର ନବୀକରଣ, ରାସ୍ତା, ପାନୀୟଜଳ ସମେତ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଶୁକ୍ରବାର ଦିନ ମାଛଧରା ବନ୍ଦର ଠାରେ ପାରାଦ୍ୱୀପ ଏଡିଏମ୍ ଡ. କାହ୍ନୁଚରଣ ଧିର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସବୁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମାଛଧରା ବନ୍ଦରରେ ଆଉ ଏକ ଅକ୍ସନ ହଲ୍ , ରେଷ୍ଟହାଉସ ଭଳି ଅତ୍ୟାବଶ୍ୟକୀୟ କାର୍ଯ୍ୟକ୍ରମ ବାବଦରେ ବ୍ୟୟବରାଦ ହୋଇଛି ।

Leave a Reply

Your email address will not be published. Required fields are marked *