ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ମକ୍ଡି୍ରଲ ଅନୁଷ୍ଠିତ

ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ମକ୍ଡି୍ରଲ ଅନୁଷ୍ଠିତ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ରିଫାଇନେରୀ ପକ୍ଷରୁ ଅନସାଇଟ ଡିଜାଷ୍ଟର ମକଡି୍ରଲ ଅନୁଷ୍ଠିତ ହୋଇଥିଲା । ବାର୍ଷିକ ସୁରକ୍ଷା କାର୍ଯ୍ୟକ୍ରମ ଅର୍ନ୍ତଗତ ଏହି କାର୍ଯ୍ୟକ୍ରମରେ ତତକାଳ ଆପାତକାଳୀନ ବିପର୍ଯ୍ୟୟ ସମୟରେ କିପରି ସୁରକ୍ଷା ଦିଆଯାଇ ପାରିବ ସେ ନେଇ ମକଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା । ରିଫାଇନାରୀ ପ୍ଳାଂଟ ମଧ୍ୟରେ ଥିବା କ୍ରୁଡ୍ ଟ୍ୟାଙ୍କ-୨୦୧-ଟିକେ-୧୨ ନିକଟରେ ଏହା ପ୍ରଦର୍ଶିତ ହୋଇଥିଲା । ଫାୟାର ଆଣ୍ଡ ସେପ୍ଟି ଓ ସିଆଇଏସଏଫ୍ (ଅଗ୍ନିଶ୍ରମ ବିଭାଗ) ର କର୍ମଚାରୀମାନେ ସମସ୍ତ ଯନ୍ତ୍ରପାତି ସହ ସେଠାରେ ପହଂଚି କୃତି୍ରମ ଅଗ୍ନିକୁ ନିର୍ବାପନ କରିଥିଲେ । କୋଭିଡ୍-୧୯ ସମୟରେ ସାମାଜିକ ଦ୍ୱରତ୍ୱ ବଜାୟ ରଖି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସ୍ଥାନୀୟ ଶିଳ୍ପସଂସ୍ଥା ପାରାଦ୍ୱୀପ ବନ୍ଦର, ଇଫକୋ, ପିପିଏଲ, ଓଡିଶା ସରକାରଙ୍କ ଅଗ୍ନିଶମ ବାହିନୀ ଏହି ମକଡ୍ରିଲ୍ ରେ ସାମିଲ ହୋଇଥିଲେ । ରିଫାଇନାରୀର ନିର୍ବାହୀ ନିଦେ୍ର୍ଦଶକ ତଥା ପାରାଦ୍ୱୀପ ରିଫାଇନାରୀର ମୁଖ୍ୟ ଟିଡିଭିଏ ଗୋପାଳକ୍ରିଷ୍ଣନଙ୍କ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବୋଲି ପାରାଦ୍ୱୀପ ରିଫାଇନେରୀର କର୍ପୋରେଟ୍ ମ୍ୟାନେଜର (ଏମ୍ଏସ୍, ଏଲ୍ଆଣ୍ଡଡି) ଏସ୍.ଏସ୍.ପାତ୍ର ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଥିଲେ ।

Leave a Reply

Your email address will not be published.