ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଝୁଲଣ ପର୍ବ

ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଝୁଲଣ ପର୍ବ

ନୟାହାଟ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପଠୀ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଏକାଦଶୀ ତିଥି ରବିବାର ଠାରୁ ଆରମ୍ଭ ହୋଇଛି ଝୁଲଣ ପର୍ବ । ଭଗବାନ ବାଳଗୋପାଳ ଓ ରାଧାକୃଷ୍ଣଙ୍କୁ ‘ଜୟରାଧେ ଜୟରାଧେ’ ନାମରେ କୀର୍ତନ ହୁଳହୁଳି, ଶଙ୍ଖଧ୍ୱନୀ ସହିତ ଶହ ଶହ ଭକ୍ତମାନଙ୍କ ଗହଣରେ ମନ୍ଦିରରୁ ଝୁଲଣ ମଣ୍ଡପ ନିକଟକୁ ନିମନ୍ତ୍ରଣ କରାଯାଇଥିଲା । ଶ୍ରୀକୃଷ୍ଣ ନାଟମନ୍ଦିରର ବେଢା ପରିକ୍ରମା , କଦମ ଗଛ ପରିକ୍ରମା ପରେ ପରେ ସ୍ୱତନ୍ତ୍ର ଝୁଲଣ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଶ୍ରୀ ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶ୍ରୀ ବିଗ୍ରହ ପାଦୁକାକୁ ମହାମନ୍ତ୍ର ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମରେ ଝୁଲଣ ମଣ୍ଡପରୁ ଅଣାଯାଇଥିଲା । ସେଠାରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ମା’ମାନଙ୍କ ଦ୍ୱାରା ବନ୍ଦାପନା ପରେ ଆରମ୍ଭ ହୋଇଥିଲା ଝୁଲଣ ଗୀତ । ଏଠାରେ ଝୁଲଣ ଯାତ୍ରା ଏକ ନିଆରା ପରମ୍ପରା । ସଖା ଓ ସଖି ଭାବରେ ଦୁଇ ଭାଗରେ ବିଭକ୍ତ ହୋଇଥାନ୍ତି ଭାଇ ଓ ମା’ମାନେ । ଉଭୟ ମିଶି ରାଧାକୃଷ୍ଣଙ୍କ ଜୟଗାନ କରିଥାନ୍ତି । ଶେଷରେ ଭକ୍ତ ଆଗେ ଭଗବାନ ପଛରେ ପ୍ରମାଣିତ ହୋଇଥାଏ । ଏହି ଉସôବ ୫ ଦିନ ବ୍ୟାପି ଚାଲିବ ଏବଂ ଭାଗବାନ ବାଳଗୋପାଳ ଓ ରାଧାକୃଷ୍ଣ ୫ ଦିନ ଧରି ଦୋଳିରେ ଝୁଲିବେ । ଆସନ୍ତା ପୂର୍ଣ୍ଣିମା ଅଗଷ୍ଟ ୧୫ରେ ଏହା ଶେଷ ହେବ ବୋଲି ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.