ବକେୟା ଅର୍ଥ ପାଇଁ ଅପହୃତ ଠିକାଦାରଙ୍କୁ ଉଦ୍ଧାର କଲା ପାରାଦ୍ୱୀପ ପୋଲିସ :୨ ଗିରଫ

ବକେୟା ଅର୍ଥ ପାଇଁ ଅପହୃତ ଠିକାଦାରଙ୍କୁ ଉଦ୍ଧାର କଲା ପାରାଦ୍ୱୀପ ପୋଲିସ :୨ ଗିରଫ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପରେ ବକେୟା ଅର୍ଥ ଆଦାୟକୁ କେନ୍ଦ୍ରକରି ଏକ ଅପହରଣ ଓ ମାରଧର ଅଭିଯୋଗରେ୨ଜଣଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ । ପାରାଦ୍ୱୀପ ଥାନା ଅଧିକାରୀ ରଜନୀକାନ୍ତ ସାମଲଙ୍କ ସୂଚନା ଅନୁଯାୟୀ କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଅନୁଜ କୁମାର ପଣ୍ଡା (୩୪)ଙ୍କ ଏକ ପ୍ରୋକଲିନ୍ ମେସିନ୍ ଅଏଲ୍ ଟର୍ମିନାଲ ରୋଡସ୍ଥିତ ବାଉରିଆପାଳନ୍ଦା ନିକଟରେ ଗ୍ୟାସ ପ୍ଳାଂଟ କାର୍ଯ୍ୟରେ ଲାଗିଥିଲା । ଏହି ମେସିନ୍ ତିର୍ତୋଲ ଥାନା ଅନ୍ତର୍ଗତ ପାଣ୍ଡରା ଗ୍ରାମର ବିଶ୍ୱଜିତ୍ ମହାପାତ୍ର ଠିକାଦାରଙ୍କ କାର୍ଯ୍ୟରେ ଭଡା ସୂତ୍ରରେ ଲାଗିଥିଲା । ଏ ବାବଦକୁ ବିଶ୍ୱଜିତ୍ ମାସକୁ ମାସ ଭଡା ଟଙ୍କା ଅନୁଜଙ୍କୁ ଦେବାକୁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । ହେଲେ ଦୀର୍ଘ ଦିନ ହେବ ମେସିନ୍ ଭଡା ବାବଦକୁ ଲକ୍ଷାଧିକ ଟଙ୍କା ବକେୟା ରଖିଥିଲେ ବିଶ୍ୱଜିତ୍ । ଦୀର୍ଘ ଦିନ ହେବ ଟଙ୍କା ମାଗି ନିରାଶ ହେବା ପରେ ଗତ ଗୁରୁବାର ମେସିନ୍ ଲାଗିଥିବା ସାଇଟକୁ ଯାଇଥିଲେ ଅନୁଜ । ସେଠାରେ ବିଶ୍ୱଜିତଙ୍କ ସୁପରଭାଇଜର ଶୁଭ୍ରାଂଶୁ ପରିଡାଙ୍କୁ ମାରଧର କରିବାରୁ ତାଙ୍କର କାନ୍ଧ ହାଡ ଭାଙ୍ଗିଯାଇଥିଲା । ଏହାପରେ ଅନୁଜ ତାଙ୍କର ସହଯୋଗୀ ତିର୍ତୋଲ ଥାନା କେରକେରା ଅଂଚଳର ପ୍ରକାଶ ମହାନ୍ତିଙ୍କ ସହ ମିସି ଏକ ଇଣ୍ଡିଗୋ ଗାଡି ନମ୍ବର ଓଡି୨୧ଏ-୪୧୧୪ରେ ଠିକାଦାର ବିଶ୍ୱଜିତ୍ଙ୍କୁ ଉଠାଇ ଆଣିଥିଲେ । ବିଶ୍ୱଜିତଙ୍କୁ ଅନୁଜ ଇଫକୋ ଛକ ନିକଟରେ ଥିବା ତାଙ୍କ ଅଫିସକୁ ନେଇଥିଲେ । ଏବଂ ସେଠାରେ ବନ୍ଧକ ରଖି ନିଜ ବକେୟା ଅର୍ଥ ପାଇଁ ଦାବି କରିଥିଲେ । ଏ ବାବଦରେ ସଂପୃକ୍ତ ଠିକାଦାରଙ୍କ ସୁପରଭାଇଜରଙ୍କ ଠାରୁ ଅଭିଯୋଗ ପାଇ ପୋଲିସ ସଂପୃକ୍ତ ଠିକଣାରେ ପହଂଚି ବିଶ୍ୱଜିତଙ୍କୁ ଉଦ୍ଧାର କରିବା ସହ ଅନୁଜ ଓ ପ୍ରକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଏ ବାବଦରେ ପାରାଦ୍ୱୀପ ଆଦର୍ଶ ଥାନାରେ ଏକ କେସ୍ ନମ୍ବର ୧୦୪/୧୬.୭.୨୦ ଅଣ୍ଡର ସେକସନ ୩୪୧/୩୪୨/୨୬୪/୩୨୩/୩୨୫/୩୬୫/୫୦୬ ଆଇପିସି ଦାୟାର ହୋଇଥିବା ଥାନାଅଧିକାରୀ ଶ୍ରୀ ସାମଲଙ୍କ ଠାରୁ ପ୍ରକାଶ । ତେବେ ଶିଳ୍ପ ଓ ବନ୍ଦର ସହରରେ ବେକାରୀ ଓ ବେରୋଜଗାରୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧିପାଇ ଚାଲିଥିବା ବେଳେ କିଛି ଯୁବକ ନିଜ ଜୀବିକା ପାଇଁ ବହୁ କଷ୍ଟରେ ଟ୍ରକ, ମେସିନ୍, ଟ୍ରାକଟର ଇତ୍ୟାଦି ଋଣରେ ଆଣି ସ୍ଥାନୀୟ ଅଂଚଳରେ ଛୋଟବଡ ଠିକାଦାରଙ୍କ ପାଖରେ ଲଗାଇଥାନ୍ତି । କିନ୍ତୁ ସଂପୃକ୍ତ ଠିକାଦାର କମ୍ପାନୀରୁ ତାଙ୍କର ପାଉଣା ଠିକଣା ସମୟରେ ପାଉଥିବା ବେଳେ ତାଙ୍କ ଅଧିନରେ ଲାଗିଥିବା ଏହି ସବୁ ଯାନର ଭଡା ସମୟାନୁଯାୟୀ ଦେଉନଥିବାରୁ ଏହି ଗାଡିମାନଙ୍କର ମାଲିକ ମାନେ ଠିକାଣା ସମୟରେ ସେମାନଙ୍କର ଋଣ କିସ୍ତି ନ ଦେଇପାରି ହଇରାଣ ହେଉଥିବା ଦେଖାଯାଉଛି । ଏଥିଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି ।
ରାଜ୍ୟ ବାହାର ଶ୍ରମିକଙ୍କ ପାରାଦ୍ୱୀପ ପ୍ରବେଶକୁ ବିଜେଡିର ବିରୋଧ
ତୁରନ୍ତ ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଳାଇବ ଦଳ
ପାରାଦ୍ୱୀପ ତା୧୯/୦୭ ସମଗ୍ର ଦେଶରେ କୋରୋନା ସଂକ୍ରମଣକ ବ୍ୟାପିବାପରେ ସରକାର ବିଭିନ୍ନ ପ୍ରକାର କଟକଣା ଲାଗୁ କରିଥିଲେ । ଦେଶର ସମସ୍ତ ଶିଳ୍ପାନୁଷ୍ଠାନ କୋରୋନାର ପ୍ରଭାବରେ ବନ୍ଦ ହୋଇଯାଇଥିଲା । ଫଳରେ ଦେଶର ଶିଳ୍ପ ସଂସ୍ଥା ସହ ଶ୍ରମିକ ମାନେ ଜୀବିକା ହରେଇଥିଲେ । ଲକ୍ଡାଉନ୍, ସଟଡାଉନ ନିୟମ କୋହଳ ହେବା ପରେ ଶିଳ୍ପ ସଂସ୍ଥା ଖୋଲିବା ଓ ଶ୍ରମିକ କାମରେ ଯୋଗ ଦେବାକୁ ସରକାର ଘୋଷଣା କରିଥିଲେ । ଏହି କ୍ରମରେ ପାରାଦ୍ୱୀପରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରମିକ ମାନେ ଆସିବା ଆରମ୍ଭ କଲେ । ପାରାଦ୍ୱୀପ ଏବଂ ପାରାଦ୍ୱୀପ ରିଫାଇନାରୀ ରେ ଠିକା କାମ ନେଇଥିବା ଏଲଆଣ୍ଡଟି ବାହାର ରାଜ୍ୟରୁ ଶ୍ରମିକ ଆଣିଛି କାମରେ ନିୟୋଜନ ନିମନ୍ତେ । ଯେଉଁ ଶ୍ରମିକମାନେ ଆସିଛନ୍ତି ଅଧିକ କୋରୋନା ସଂକ୍ରମିତ ରାଜ୍ୟରୁ ଆସିଛନ୍ତି ।

Leave a Reply

Your email address will not be published.