ବଢିଲା ଅଙ୍ଗନବାଡି କର୍ମୀଙ୍କ ଦରମା!

ବଢିଲା ଅଙ୍ଗନବାଡି କର୍ମୀଙ୍କ ଦରମା!

ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଦି କରିଛନ୍ତି । ଏବେ ଅଙ୍କନବାଡିମାନେ ମାସିକ ଛଅ ହଜାର ଟଙ୍କା ପାଉଥିଲାବେଳେ ଏହାକୁ ସାତ ହଜାର ପାଂଚ ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ଗତ ଅକ୍ଟୋବର ମାସରୁ ଲାଗୁ ହେବ । ସେଇପରି ମିନି ଅଙ୍ଗନବାଡି କର୍ମୀ ଓ ହେଲପରମାନଙ୍କ ଦରମା ବୃଦ୍ଧି କରାଯାଇଛି । ଏହା ଦ୍ୱାରା ରାଜ୍ୟର ୭୨ ହଜାର ୫୦୦ ଅଙ୍ଗନବାଡି କର୍ମୀ ଓ ସମାନ ସଂଖ୍ୟକ ହେଲପର ୁପକୃତ ହେବେ । କେବଳ ସେତିକି ନୁହେଁ. ସେମାନଙ୍କ ଅବସର ବୟସ ୬୦ ରୁ ୬୨ କୁ ବୃଦ୍ଦି କରାଯାଇଛି । ଯେଉଁମାନେ ଅବସର ନେବେ ସେମାନଙ୍କ ପାଇଁ ମଧ୍ୟ ଆର୍ଥିକ ପ୍ରୋସ୍ୱାହନ କଥା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।

Leave a Reply

Your email address will not be published.