ବିଜୁଳି ଚୋର – ନେସ୍କୋ ଅଧିକାରୀଙ୍କ ଚୋରା ପ୍ରେମ: କ୍ଷତି ଭରୁଛନ୍ତି ଗ୍ରାହକ!

ବାଲେଶ୍ୱର (ଓ.ଏନ.ଏସ୍) : ସୋର ନେସ୍କୋ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଚାଲିଛି ଚୋରା ପ୍ରେମ । ନେସ୍କୋ ଅଧିକାରୀଙ୍କ ଆଖିରେ ଆଙ୍ଗୁଳି ଖେଞ୍ଚି ଦେଖାଇଦେଲେ ମଧ୍ୟ ବିଜୁଳି ଚୋରୀକୁ ଦେଖୁ ନାହାନ୍ତି ନେସ୍କୋ ଅଧିକାରୀ । ଅପରପକ୍ଷରେ ବିଜୁଳ ବିଭାଗ କ୍ଷତିରେ ଚାଲୁଥିବା ଦେଖାଇ କ୍ଷତି ଭରଣା ପାଇଁ ବିଜୁଳି ଦର ବୃଦ୍ଧି କରି ଚାଲିଛି ବିଜୁଳି ବିଭାଗ ।
ସୋରର ଉତ୍ତରେଶ୍ୱର ଠାରେ ରାସ୍ତା ଡିିଭାଇଡରକୁ ଉଚ୍ଚା କରିବା ପାଇଁ ଆଜି (ତା୦୯.୦୯.୨୦୧୮ରିଖ) ସନ୍ଧ୍ୟା ସମୟରେ ଠିକାଦାର କାମ କରୁଥିଲେ । ଏହି କାମ ପାଇଁ ହୋଇଥିବା ଡିଭାଇଡରରେ ଡ୍ରିଲ କରି ରଡ଼ ପୋତା ଚାଲିଥିଲା । ଡ୍ରିଲ ମେସିନ ବିଦୁ୍ୟତ୍ରେ ଚାଲୁଥିବା ବେଳେ ସମ୍ପୃକ୍ତ ଠିକାଦାର ହୋକିଂ କରି ଡ୍ରିଲ ମେସିନ୍ ଚଲାଉଥିବାର ଦେଖିବାକୁ ମିଳିଥିଲା । ଏହି ହୋକିଂ ସମ୍ପର୍କରେ ସୋରର ଇଲେକ୍ଟ୍ରିକାଲ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇବାରୁ ସବୁଜାଗାରେ ଏମିତି ଚାଲିଛି ସେମାନେ କରୁଥିବେ ବୋଲି କହିଥିଲେ । କିନ୍ତୁ ବେଆଇନଭାବେ ହୋକିଂ କରି, ବିଜୁଳି ଚୋରୀ କରାଯାଉଥିବାରୁ ଆସି କାହିଁକି ମେସିନକୁ ସିଜ୍ କରୁ ନାହାନ୍ତି ବୋଲି ପଚାରିବାରୁ ଆମେ କଣ ଛିଡ଼ା ହୋଇ ରହିଛୁ ସଙ୍ଗେସଙ୍ଗେ ଯାଇ ସିଜ୍ କରିବୁ? ଏହା ଥିଲା ସୋର ନେସ୍କୋ ସୋର ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଉତ୍ତର ।
ଏହା ପ୍ରଥମ ନୁହେଁ, ପୂର୍ବରୁ ସୋର ଗ୍ରାମ୍ୟ ଉନ୍ନୟନ ଡାକବଙ୍ଗଳା ଠାରୁ ଫେଡେରାଲ ବ୍ୟାଙ୍କ ପର୍ଯ୍ୟନ୍ତ ରାସ୍ତାର ଡିଭାଇଡରରେ ଲାଗିଥିବା ଏଲଇଡି ଳଗାଇବା ପାଇଁ ହେଉଥିବା କାମରେ ମଧ୍ୟ ହୋକିଂକରି ମେସିନ୍ ବ୍ରବହାର କରାଯାଇଥିଲା । ଏହିଭଳି ବାରମ୍ବାର ଠିକାଦାରମାନେ ବିଜୁଳି ଚୋରୀ କରୁ ଥିବା ବେଳେ ବିଜୁଳି ବିଭାଗର ଅଧିକାରୀମାନେ ସବୁୁ ଦେଖି ଚୁପ୍ ରହୁଛନ୍ତି । ଅପରପକ୍ଷରେ ବିଜୁଳି ବିଭାଗ କ୍ଷତିରେ ଚାଲୁଥିବା ଦର୍ଶାଇ ବିଜୁଳି ଦରକୁ ବଢ଼ାଇ ଚାଲିଛନ୍ତି ସରକାର । ଅର୍ଥାତ୍ ଠିକାଦାର ଓ କେତେକ ବ୍ୟକ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ବିଜୁଳି ଚୋରୀ କରୁଥିବା ବେଳେ ସେହି କ୍ଷତିକୁ ଭରଣା କରୁଛନ୍ତି ଉପଭୋକ୍ତାମାନେ । ଜଣେ ଉପଭୋକ୍ତାର ମିଟର ଯଦି ଗୋଟିଏ ଦିନ ଆଗରୁ ଖରାପ ହୋଇଯାଏ, ତେବେ ସଙ୍ଗେସଙ୍ଗେ ମାସକର ମିନିମମ୍ ଚାର୍ଜ ଗ୍ରାହକ ଠାରୁ ବିଭାଗ ଆଦୟ କରିବାକୁ ଆଗେଇ ଯାଉଥିବାବେଳେ, ବିଜୁଳି ଚୋରୀ ହେଉଥିବା ଖବର ଦେବାପରେ ମଧ୍ୟ ସୋର ନେସ୍କୋ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କର ନିଦ ନ ଭାଙ୍ଗିବା, ବିଜୁଳି ଚୋରଙ୍କ ସହିତ ନେସ୍କୋ ଅଧିକାରୀଙ୍କର ଚୋରା ପ୍ରେମ ଚାଲିଥିବା ପ୍ରମାଣିତ କରୁ ନାହିଁକି?
ସୀତାରାମ ପାତ୍ର

Leave a Reply

Your email address will not be published.