ବୀରସିଂହ ଗାଦିକୁ ପ୍ରେମାଚାର୍ଯ୍ୟଙ୍କ ଶ୍ରୀବିଗ୍ରହ ପାଦୁକା ଆସିଲା

ବୀରସିଂହ ଗାଦିକୁ ପ୍ରେମାଚାର୍ଯ୍ୟଙ୍କ ଶ୍ରୀବିଗ୍ରହ ପାଦୁକା ଆସିଲା

ନୟାହାଟ, (ଆଇଏନ୍ଏସ୍): ଗୋପ ବ୍ଲକ ଅନ୍ତର୍ଗତ ନିପାଣିଆ ଗଡରେ ଥିବା ଧର୍ମପୀଠ ବୀରସିଂହ ଗାଦିକୁ ସର୍ବଧର୍ମ ସମନ୍ୱୟ ପ୍ରଚାରକ ତଥା ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କର ବ୍ରହ୍ମଲୀନ ଶ୍ରୀ ବିଗ୍ରହ ଓ ପାଦୁକା ମୁଖ୍ୟ ଆଶ୍ରମର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଶଙ୍ଖଧ୍ୱନୀ, ହୁଳହୁଳି ଓ ମହାମନ୍ତ୍ର ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ ନାମ କୀର୍ତ୍ତନରେ ଭକ୍ତମାନଙ୍କ ଗହଣରେ ପହଂଚିଥିଲା । କିମ୍ବଦନ୍ତୀ କୁହେ, ନିପାଣିଆଗଡ ଏକ ଜଙ୍ଗଲ ଥିଲା । ୧୯୭୦ରେ ବାବା ମଧୁସୂଦନ କେତେଜଣ ଭକ୍ତଙ୍କ ସହିତ ଫାଲଗୁନ ଦ୍ୱିତୀୟ ପକ୍ଷ ଦ୍ୱିତୀୟା ସେହି ଜଙ୍ଗଲରୁ ବୀରସିଂହ ଋଷିଙ୍କୁ ଉଦ୍ଧାର କରିଥିଲେ । ଏଣୁ ପ୍ରତିବର୍ଷ ଉକ୍ତ ଗ୍ରାମବାସୀ ଓ ଭକ୍ତମାନଙ୍କ ଦ୍ୱାରା ପ୍ରେମାଚାର୍ଯ୍ୟଙ୍କ ସ୍ମୃତି ଉଦେ୍ଦଶ୍ୟରେ ବୀରସିଂହ ଗାଦିରେ ଉତ୍ସବ କରାଯାଇଥାଏ । ଏହି ପୂଜା ଉପଲକ୍ଷେ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ବୀରସିଂହ ଗାଦିର ମହତ୍ୱ ଉପରେ ବାବାଜୀ ଦାମୋଦର ଦାସ, ବାବାଜୀ ନେତ୍ରାନନ୍ଦ ଦାସ ଭକ୍ତମାନଙ୍କ ଭିକ୍ଷା ଗ୍ରହଣ କରିଥିଲେ । ଏହି ପୀଠର ସେବକ ବାବାଜୀ ପୂର୍ଣ୍ଣାନନ୍ଦ ଦାସଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Leave a Reply

Your email address will not be published.