ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ଉତ୍ସବ

ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ଉତ୍ସବ

ନୟାହାଟ, (ଆଇଏନ୍ଏସ୍): ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ନିଆରା ପରମ୍ପରା ଦେଖିବାକୁ ମିଳିଛି । ଏହି କ୍ଷେତ୍ରରେ ପବିତ୍ର ଜନ୍ମାଷ୍ଟମୀ ଅଗଷ୍ଟ ୨୩ରେ ପାଳନ ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବର ୫ ଦିନରେ ପଂଚୁଆତି ପୂଜାରେ ପାଂଚ ପ୍ରକାର ଶସ୍ୟରେ ନିର୍ମିତ ଭୋଗ ଓ ଷଷ୍ଠୀ ଦିନରେ କେବଳ ପିଠା ଭୋଗ ଲାଗି କରାଯାଇଥାଏ । ଆଶ୍ରମର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ୨୧ ଦିନ ପରେ ଗତକାଲି ଗୁରୁବାର ସନ୍ଧ୍ୟାରେ ଶ୍ରୀକୃଷ୍ଣ ନାଟ ମନ୍ଦିରରେ ନାମକରଣ ବା ଏକୋଇଶିଆ ପୂଜା ଭଗବାନ ଶ୍ରୀକୃଷ୍ଣଙ୍କର ପାଳନ କରାଯାଇଥିଲା । ପ୍ରଥମେ ବାଳଗୋପାଳ ମହାପ୍ରଭୁଙ୍କୁ କଦମ ଗଛ ପରିକ୍ରମା କରାଇ ସ୍ୱତନ୍ତ୍ର ମଣ୍ଡପକୁ ନିଆଯାଇଥିଲା । ସେଠାରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ପରେ ବାସôଲ୍ୟ ଭାବରେ କ୍ଷୀରପାନ ପରେ ସମସ୍ତ ଭକ୍ତମାନଙ୍କ ଗହଣରେ ଝୁଲଣ କରାଯାଇଥିଲା । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ନିଦେ୍ର୍ଦଶରେ ୧୯୪୦ ମସିହାରୁ ଏହିପରି ଉତ୍ସବ ଭକ୍ତମାନେ ପାଳନ କରିଥାନ୍ତି । ସେହିପରି ବିଶ୍ୱର ମଙ୍ଗଳ ନିମିତ ମହା ବିପତିନାଶନ ନାମ ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ଅଖଣ୍ଡ ନାମଯଜ୍ଞର ୩୯ତମ ବାର୍ଷିକ ଉତ୍ସବ ପବିତ୍ର ଅନନ୍ତ ବ୍ରତ ତିଥିରେ ପାଳନ କରାଯାଇଛି । ଏହା ୧୯୮୦ ମସିହାରୁ ସ୍ଥାନୀୟ ଜନସାଧାରଣ, ଭକ୍ତ, ଶ୍ରଦ୍ଧାଳୁ ତଥା ଗୁରୁଭାଇ ଗୁରୁଭଉଣୀମାନଙ୍କ ଦ୍ୱାରା ଅହୋରାତ୍ର ଚାଲୁ ରହିଥାଏ । ବିଶ୍ୱଗୁରୁ ବାୟାବାବାଙ୍କ ଜନ୍ମ ଉତ୍ସବ ମଧ୍ୟ ଏହି କ୍ଷେତ୍ରରେ ଗଢିଉଠିଥିବା ମନ୍ଦିିରରେ ପାଳନ କରାଯାଇଛି । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ସ୍ୱଲିଖିତ ଭଜନ ଗୁଡିକୁ ସୁଶ୍ରୀ ଶକୁନ୍ତଳା ଦାଶ,ସେବିକା ସବିତା ଦାସ, ବାବାଜୀ ଅକ୍ଷୟ କୁମାର ଦାସ, ବାବାଜୀ ନେତ୍ରାନନ୍ଦ ଦାସ, ସବିତା ସାହୁ, ଅନୁମା ପ୍ରମୁଖ ଗାନ କରିଥିଲେ । ଏହି ଅଖଣ୍ଡ ନାମରେ ବହୁ କୀର୍ତନ ମଣ୍ଡଳୀ ଓ ନାମପ୍ରେମୀ ଅଂଶ ଗ୍ରହଣ କରିଥିଲେ । ପ୍ରାତଃରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଆଶ୍ରମ ଉତ୍ସବ ମୁଖର ହୋଇଉଠିଥିଲା । ଏହି ଉତ୍ସବ ଆଶ୍ରମର ୨୫ ପର୍ବରୁ ଅନ୍ୟତମ ବୋଲି ସେବକ ପ୍ରୀତିରଞ୍ଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *