ମହାମାରୀ କରୋନା ସଂକ୍ରମଣ ପ୍ରତିରୋଧ କ୍ଷେତ୍ରରେ ବନ୍ଦର ପ୍ରଶାସନର ସଫଳତା

ମହାମାରୀ କରୋନା ସଂକ୍ରମଣ ପ୍ରତିରୋଧ କ୍ଷେତ୍ରରେ ବନ୍ଦର ପ୍ରଶାସନର ସଫଳତା

ଆଦର୍ଶ ସୃଷ୍ଟି କଲେ ମୁଖ୍ୟ ଚିକିତ୍ସାଧିକାରୀ ପ୍ରହଲ୍ଲାଦ ପଣ୍ଡା
ପାରାଦୀପ, (ଆଇଏନ୍ଏସ୍): ମହାମାରୀ କରୋନା ସଂକ୍ରମଣ ନହେବାକୁ ଏବଂ ଏହାର ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚ୍ଚେତନତା, କାର୍ଯ୍ୟାନୁଷ୍ଠାନ ଓ ନିଦେ୍ର୍ଦଶନାମା ଜାରୀ କରିବା ତଥା ସର୍ବତ୍ର ଏହା କାର୍ଯ୍ୟକାରୀ ହେବା ଦ୍ୱାରା ଏହି କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା କୁହାଯାଉଛି । ପାରାଦ୍ୱୀପ ବନ୍ଦରରେ ଦେଶ ବିଦେଶରୁ ଆସୁଥିବା ବିଭିନ୍ନ ଜାହାଜର କର୍ମଚାରୀ ମାନଙ୍କ ସାମ୍ଭାବ୍ୟ କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ୍ଦରାଂଚଳରେ ସଂକ୍ରମଣ ପରିକ୍ଷଣ ପାଇଁ ସ୍କାନର ବ୍ୟବସ୍ଥା, ବିଭିନ୍ନ ସଚ୍ଚେତନତା କାର୍ଯ୍ୟକ୍ରମ ଓ ତଦାରଖ କାର୍ଯ୍ୟ ତ୍ୱରାନ୍ୱିତ ଭାବେ ଚାଲିଛି । ତେବେ ଏସବୁ କ୍ଷେତ୍ରରେ ଚିକିତ୍ସା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନ୍ୟପକ୍ଷରେ ଏହି ଭାଇରସ ପରୀକ୍ଷଣ ପାଇଁ କିଛି ଡାକ୍ତର ଭୟଭୀତ ହୋଇ ପଛଘୁଂଚା ଦେଉଥିବା ବେଳେ ବନ୍ଦର ମୁଖ୍ୟ ଚିକିସôାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ସମୁଦ୍ର ମଧ୍ୟରେ ବନ୍ଦର ଆଙ୍କରେଜରେ ଥିବା ଜାହାଜ ମାନଙ୍କୁ ଯାଇ ସେଠାରେ କର୍ମଚାରୀ ମାନଙ୍କୁ ପରୀକ୍ଷା କରି କ୍ଲିଅରାନ୍ସ ପ୍ରମାଣପତ୍ର ଦେଲା ପରେ ଜାହାଜକୁ ପାରାଦ୍ୱୀପ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳୁଛି । ତେବେ ବରିଷ୍ଠ ଚିକିସôାଧିକାରୀ ଶ୍ରୀ ପଣ୍ଡା ସମୁଦ୍ର ମଧ୍ୟରେ ସାହସର ସହ ଆଙ୍କରେଜରେ ଥିବା ଜାହାଜଙ୍କୁ ଦୌଡି ସିଡି ମାଧ୍ୟମରେ ଚଢି ନିୟମିତ ବ୍ୟବଧାନରେ ଏହି ଭାଇରସ ପରିକ୍ଷଣରେ ତାଙ୍କର ସହଯୋଗ ସାଧାରଣରେ ବେଶ୍ ପ୍ରସଂଶିତ ହୋଇଛି । ଚର୍ଚ୍ଚା ତେବେ ଅନ୍ୟ ଡାକ୍ତର ମାନଙ୍କ ପାଇଁ ସେ ଆଦର୍ଶ ସୃଷ୍ଟି କରିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *