ଶିଶୁ ମୃତୁ୍ୟ ହାର ହ୍ରାସ ପାଇଁ ସରକାରୀ ତତ୍ପରତା ଆବଶ୍ୟକ

ଶିଶୁ ମୃତୁ୍ୟ ହାର ହ୍ରାସ ପାଇଁ ସରକାରୀ ତତ୍ପରତା ଆବଶ୍ୟକ

ଭୁବନେଶ୍ୱର, (ଓଏନ୍ଏସ୍): ଓଡ଼ିଶାରେ ଶିଶୁ ମୃତୁ୍ୟ ଓ ମାତୃ ମୃତୁ୍ୟ ହାର ସର୍ବୋଚ୍ଚ ଶିଖରରେ ପହଂଚିଛି । କଟକ ଶିଶୁ ଭବନ ଶିଶୁ ମୃତୁ୍ୟ ବିଭୀଷିକା ଏଯାଏ ମନରୁ ଲିଭିନି । ନିକଟ ଅତୀତରେ ନଗଡ଼ା ଆଦିବାସୀ ଶିଶୁ ମୃତୁ୍ୟ ଘଟଣା ଚାଂଚଲ୍ୟ ସୃଷ୍ଟି କରିଥିଲା ସାରା ଦେଶରେ । ମାଲକାନଗିରିରେ ୨ ମାସ ଧରି ପ୍ରତିଦିନ ୨ କି ୩ ଅବୋଧ ଶିଶୁଙ୍କର ମୃତୁ୍ୟ ଘଟିଥିଲା । ରାଜ୍ୟ ଓ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ, ଅଭିଜ୍ଞ ଡ଼ାକ୍ତର, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ନାକେଦମ୍ ହୋଇଥିଲେ । ସବୁ ସ୍ତରରେ ଏଥିନେଇ ବ୍ୟାପକ ବିଶ୍ଲେଷଣ ହୋଇଥିଲା, ଅନେକ ପଦକ୍ଷେପ ନିଆ ଯାଇଥିଲା । ୨୦୧୬-୧୭ ବର୍ଷରେ ରାଜ୍ୟରେ ୬ମାସ ବୟସ ମଧ୍ୟରେ ପ୍ରାୟ ୧୨ ହଜାର ଶିଶୁଙ୍କ ମୃତୁ୍ୟ ଘଟିଥିଲା । ଜନ୍ମର ମାସକ ମଧ୍ୟରେ ୬୧ ଶତକଡ଼ା ଶିଶୁଙ୍କର ପ୍ରାଣହାନି ଘଟୁଥିବା ବେଳେ ଜନ୍ମର ୨୪ ଘଂଟା ମଧ୍ୟରେ ୯ଶତକଡ଼ା ଶିଶୁଙ୍କର ମୃତୁ୍ୟ ଘଟୁଛି । ଏସବୁର କାରଣ ମ୍ୟାଲେରିଆ, ଆନେମିଆ ଏବଂ ଓଜନ କମ୍ ବୋଲି କାରଣ କୁହାଯାଉଛି । ମାତ୍ର ଏହାର ପ୍ରଚ୍ଛଦରେ ରହିଛି ମା’ର ଅପପୃଷ୍ଟିର ସଶକ୍ତ କାରଣ ।
କେବିକେର ଦୁର୍ଗମ ଆଦିବାସୀ ଗ୍ରାମ ଗୁଡ଼ିକରେ ନିୟମିତ ଏଭଳି ଘଟଣା ଘଟି ଆସୁଛି । ହେଲେ ସବୁ ଗୁଡ଼ିକ ଲୋକଲୋଚନକୁ ଆସେ ନାହିଁ । ଏହି ଘଟଣା ଗାଁରେ ନ ଘଟି ଡ଼ାକ୍ତରଖାନାରେ ଘଟିଥିବାରୁ ହିଁ ଏହା ଲୋକଲୋଚନକୁ ଆସିଥିଲା । ତଥାପି ଏହାର ମୂଳ କାରଣକୁ ସରକାର ଖୋଜୁ ନାହାନ୍ତି । ବାସ୍ତବରେ ଏହାର ମୂଳ କାରଣ ହେଲା ଅପପୃଷ୍ଟି । କାହିଁ କେବେଠୁ ଅପପୃଷ୍ଟି ଆଦିବାସୀ ଅଂଚଳକୁ ନିଜ କବ୍ଚାରେ ରଖି ଆସିଛି । ଅବଶ୍ୟ ଜାପାନୀ ଏନ୍ସେଫାଲାଇଟ୍ସ ଭୂତାଣୁ ମାଲକାନଗିରି ଅଂଚଳରେ ଉଗ୍ର ରୂପ ଧାରଣ କରିଥିଲା । ଆଉ ଅପପୃଷ୍ଟିର ଶିକାର ଆଦିବାସୀ ପିଲାଙ୍କୁ ହିଁ ଏହି ରୋଗ ସହଜରେ ନିଜ ଅାଁ ଭିତରକୁ ନେଇଗଲା । ସେହି ଅଂଚଳରେ ବହୁ ସଂଖ୍ୟାରେ ବଙ୍ଗୀୟ ଶରଣାର୍ଥୀ ଓ ଅଣ-ଆଦିବାସୀ ପରିବାର ବି ସ୍ଥାୟୀ ଭାବେ ବସବାସ କରୁଛନ୍ତି । କିନ୍ତୁ ସେମାନଙ୍କ ପିଲାଙ୍କୁ ଏହି ରୋଗ ଧରି ପାରେନି । ସରକାର ଏ ବିଷୟରେ ମୁଣ୍ଡ ଖେଳାଉ ନାହାନ୍ତି । ସରକାର ଅନେକ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଯୋଜନାର ଗତିପଥକୁ ଦେଖନ୍ତି ନାହିଁ । ଏଠାରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ପ୍ରହସନରେ ପରିଣତ ହୋଇଛି । ଜରୁରୀକାଳୀନ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ମଧ୍ୟ ବିଫଳ ହୋଇଛି । ଆଦିବାସୀ ଅଂଚଳର ୯୫ ଭାଗ ଗ୍ରାମ ଭିନ୍ନ ଏକ ଇଥିଓପିଆ ଏବଂ ସୋମାଲିଆର ରୂପ ଧାରଣ କରିଛି । କେବିକେର ଲକ୍ଷଲକ୍ଷ ଆଦିବାସୀ ଶିଶୁଙ୍କର ଭବିଷ୍ୟତ ନେଇ ଅନେକ ପ୍ରଶ୍ନବାଚୀ । ଆଦିବାସୀ ଗାଁକୁ ସ୍ୱାସ୍ଥ୍ୟସେବା ନପହଂଚିବା ଦୁଃଖ ଦାୟକ । ଏବେ ବି ଆଦିବାସୀ ମଣିଷ ଆମ୍ବ ଟାକୁଆ, ଗଛର ଚେରମୂଳ ପତ୍ର ଖାଉଛି, ·ଉଳ ସେମାନଙ୍କ ପାଇଁ ସାତ ସପନ । ଆଦିବାସୀ ମଣିଷ ଆଜି ବି ଘୁଷୁରୀ ମେଳରେ ଶୋଉଛି, ବଣ ଜଙ୍ଗଲରେ ବୁଲି କାଠ କାଟୁଛି, ମେଲେରିଆ, ଡ଼ାଇରିଆ ଓ ପୃଷ୍ଟିହୀନତାରେ ମରୁଛି । ଶହଶହ ଏନ୍ଜିଓ ଏଠାରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ମାନଙ୍କୁ ସଚେତନ କରିବାର ଦାୟିତ୍ୱରେ ଅଛନ୍ତି । ମାତ୍ର ସବୁ କିଛି ଖାତାପତ୍ରରେ ସୀମିତ ରହିଛି । ଶିଶୁ ଓ ମା’ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ସେଥିରୁ କୌଣସି ସୁଫଳ ପାଉନି ଆଦିବାସୀ ମଣିଷ । ୧୯୭୨ ମସିହା ଅକ୍ଟୋବର ୨ ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇ ଆସୁଛି ସମନ୍ନ୍ିତ ଶିଶୁ ବିକାଶ ପ୍ରକଳ୍ପ(ଆଇସିଡ଼ିଏସ୍) । ହେଲେ ଏଥିରୁ ସୁଫଳ ମିଳୁଛି କି? ସରକାର ଦେଖେଇ ଦେବେ ତାଙ୍କର ନଥିପତ୍ର-ସବୁ ଠିକ୍ଠାକ୍ ଅଛି, ହେଲେ ବାସ୍ତବତା ଯେ ଭିନ୍ନ, ସେବିଷୟରେ ଖୋଳତାଡ଼ କରିବାକୁ ସରକାରଙ୍କ ପାଖରେ ସମୟ ନାହିଁ! ସତରେ କ’ଣ ଅଙ୍ଗନୱାଡ଼ୀ କେନ୍ଦ୍ରରେ ମହିଳା ଓ ଶିଶୁ ମାନଙ୍କୁ ନିୟମିତ ସୁଷମ ଖାଦ୍ୟ ବଂଟନ ହେଉଛି? ଯଦିଓ ହଁ, ତେବେ କାହିଁକି ଅପପୃଷ୍ଟି କଥା ଉଠୁଛି ଓ ମୃତୁ୍ୟହାର ବଢୁଛି?……….
ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ତଥା ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପାଇଁ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହେଉଛି । ସରକାରୀ ଡ଼ାକ୍ତରଖାନାରେ ୨୪ ଘଂଟା ମାଗଣା ଔଷଧ ବାଂଟିବାକୁ ୨୦୧୫ ମଇ ୧ ତାରିଖରୁ ‘ନିରାମୟ’ ଯୋଜନା ଆରମ୍ଭ ହୋଇଥିଲା । ଏସବୁ ଏବେ ହାସ୍ୟାସ୍ପଦରେ ପରିଣତ ହୋଇଛି । ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୟୁନିସେଫ୍, ବି୍ରଟିଶ୍ ଏଡ଼୍ସ ସ୍କିମ୍, ୟୁଏନଡ଼ିପି, ଆରସିଏଚ୍, ଡ଼୍ୟାନଟିବି, ଜେଡ୍ÿଏସ୍ଏସ୍, ଆଇଏନ୍ଡ଼ିପି, ଆଇପିଡ଼ିପି, ଆଇଇସି, ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଆଦି ସଂସ୍ଥାରୁ ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅପର୍ଯ୍ୟାପ୍ତ ସହଯୋଗ ଆସୁଛି! ରାଜ୍ୟରେ ଶିଶୁ-ମାତୃ ମୃତୁ୍ୟହାର ହ୍ରାସ ସବୁ ଯୋଜନାର ମୁଳ ଲକ୍ଷ୍ୟ! ହେଲେ ଏସବୁ ଯୋଜନା କିପରି, କେଉଁଠି କାର୍ଯ୍ୟକାରୀ ହେଉଛି, କେହି କିଛି ଜାଣି ପାରୁ ନାହାନ୍ତି । ଶିଶୁ ଓ ମାତୃମୃତୁ୍ୟ ହାର ହ୍ରାସ ପାଇଁ ଯୋଜନାର ଅଭାବ ନାହିଁ କି ଅର୍ଥର । କେବଳ ରାଜନୀତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ରହିଛି! ତୃଟିପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯୋଗୁ ଅନାବଶ୍ୟକ ଭାବେ କୋଟି କୋଟି ଟଙ୍କା ବ୍ୟୟ ହେଉଛି ଓ ବାଟମାରଣା ହେଉଛି । କ’ଣ ପାଇଁ ସଜଡ଼ା ହୋଇ ପାରୁନି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା? କ’ଣ ପାଇଁ ହ୍ରାସ ହୋଇ ପାରୁନି ଶିଶୁ ଓ ମାତୃ ମୃତୁ୍ୟହାର? କ’ଣ ପାଇଁ ନିୟନ୍ତ୍ରଣ ହୋଇ ପାରୁନି ପ୍ରକଳ୍ପ ଦୁର୍ନୀତି? ବାସ୍ତବରେ ଏସବୁ ପ୍ରଶ୍ନର ଉତର ନାହିଁ ସରକାରଙ୍କ ପାଖରେ! ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଭିତିଭୂମିର ଅଭାବ ଓ ପରିଚାଳନାଗତ ତୃଟି ରହିଛି । କୌଣସି ଅଭିଯୋଗକୁ ଗୁରୁତ୍ୱ ଦେଉ ନାହାନ୍ତି ସଚିବ । ସରକାରୀ ନୀତି ଅବମାନନା ଯୋଗୁ ରାଜ୍ୟରେ ବିପର୍ଯ୍ୟସ୍ତ ହେଉଛି ସ୍ୱାସ୍ଥ୍ୟ ସେବା । ଏହାର ନିରାକରଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆନ୍ତରିକତାର ସହ କର୍ତବ୍ୟ କରିବା ଉଚିତ । ଓଏନ୍ଏସ୍ ।

Leave a Reply

Your email address will not be published. Required fields are marked *