‘ସୁରକ୍ଷା’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

‘ସୁରକ୍ଷା’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଆଇଏନ୍ଏସ୍): ଚନ୍ଦ୍ରଶେଖରପୁର ‘ସୁରକ୍ଷା’ ଅନୁଷ୍ଠାନ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ନିଳାଦ୍ରି ବିହାର ସ୍ଥିତ ଶୋଭନୀୟ ଶିକ୍ଷାଶ୍ରମଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସୁରକ୍ଷା’ର ସମ୍ପାଦକ କେଶବ ରଣାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଏନ୍ସ ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ମହାପାତ୍ର, ସୁକାନ୍ତ ରାଉତ, ରବିନ୍ଦ୍ରନାଥ ପଟ୍ଟନାୟକ, ପଦ୍ମଲୋଚନ ସାହୁ, ସରୋଜିନୀ ମହାନ୍ତି, ରେବତୀ ସ, ନିର୍ମଳ ଚନ୍ଦ୍ର ମଲ୍ଲିକ, ସୁକନ୍ତ ଗିରି, ପବିତ୍ର ସ୍ୱାଇଁ, କୈଳାସ ଚନ୍ଦ୍ର ଜେନା, ମମତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର କାର୍ଯ୍ୟକର୍ତା ମିଲି ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶୋଭନୀୟ ଆଶ୍ରମର ସମସ୍ତ ଗୁରୁମା ଓ ବିଦ୍ୟାର୍ଥୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ୧ମାସ ପର୍ଯ୍ୟନ୍ତ ଚାଲିବ ଏବଂ ୧୦୦୦ ବୃକ୍ଷ ରୋପଣ କରାଯିବ ।

Leave a Reply

Your email address will not be published.