ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କୁ କରୋନା ଯୋଦ୍ଧା ସମ୍ମାନ

ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କୁ କରୋନା ଯୋଦ୍ଧା ସମ୍ମାନ

ପାରାଦ୍ୱୀପ, (ଆଇଏନ୍ଏସ୍): କରୋନା ସଂକ୍ରମଣ ପ୍ରତିହତ ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ପାରାଦ୍ୱୀପ ବନ୍ଦରରେ ପଣ୍ୟ କାରବାର ପାଇଁ ବିଭିନ୍ନ ଦେଶ ବିଦେଶରୁ ଆସୁଥିବା ଜାହାଜ ମାନଙ୍କର କର୍ମଚାରୀ ମାନଙ୍କ ଠାରେ ସାମ୍ଭାବ୍ୟ କରୋନା ସଂକ୍ରମଣ ଦୃଷ୍ଟିରୁ ଏବଂ ସାମୁହିକ ସଂକ୍ରମଣ ପ୍ରତିରୋଧ କ୍ଷେତ୍ରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁମୁଖୀ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏ ପରିପ୍ରେକ୍ଷୀରେ ପାରାଦ୍ୱୀପର ଅଗ୍ରଣୀ ସମାଜିକ ଅନୁଷ୍ଠାନ ସ୍ମାଇଲ ଚାରଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦିନ ଅପରାହ୍ନରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟର ଉପଦେଷ୍ଟା ତଥା ପୂର୍ବତନ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଆଇନଜିବୀ ସୁରେଶ ଚନ୍ଦ୍ର ଦାସ ଓ ସଭାପତି ଡ. ସଚିତ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏଙ୍କୁ ପୁଷ୍ପଗୁଚ୍ଛ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *