୧୯୬୫ ଭାରତ ପାକିସ୍ଥାନ ଯୁଦ୍ଧରେ ଆମ ବାୟୁ ସେନାର ଭୂମିକା

୧୯୬୫ ଭାରତ ପାକିସ୍ଥାନ ଯୁଦ୍ଧରେ ଆମ ବାୟୁ ସେନାର ଭୂମିକା

୧୯୬୫ ମସିହାରେ ଭାରତ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ଓ ବ୍ୟାପକ ଥିଲା । ଦ୍ୱୀତିୟ ବିଶ୍ୱଯୁଦ୍ଧ ପରେ ଏହି ଯୁଦ୍ଧରେ ସବୁଠାରୁ ଅଧିକ ସଂଖ୍ୟକ ସୈନ୍ୟ (ପା୍ରୟ ବାର ଲକ୍ଷ) ଓ ଟ୍ୟାଙ୍କ ଯୁଦ୍ଧ କ୍ଷେତ୍ରରେ ମୁତୟନ ହୋଇଥିଲେ । ୧୯୬୨ ମସିହାରେ ଚିନ ଠାରୁ ଶୋଚନିୟ ପରାଜୟ ପରେ ଭାରତର ଭାବମୂର୍ତି ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିଲା । ପାକିସ୍ଥାନର ସାମରିକ ପ୍ରେସିଡେଂଟ ଆୟୁବ୍ ଖାନ ଭାବୁଥିଲେ ପାକିସ୍ଥାନର ସେନା ବାହିନି ଅନାୟସରେ ଭାରତକୁ ଭୁତଳଶାୟି କରିଦେବେ ।
ଏହି ସଂଘର୍ଷ ୧୯୬୫ ମସିହା ଏପ୍ରିଲ ୮ ତାରିଖ ଦିନ ଭାରତ ପାକିସ୍ଥାନର ଗୁଜୁରାଟ ସୀମାରେ ଥିବା ସନ୍ତ ସନ୍ତିଆ, ଜନ ଶୁନ୍ୟ ର୍ୟାନ ଅଫ୍ କଚରେ ଆରମ୍ଭ ହୋଇଥିଲା । ହଠାତ ପାକିସ୍ଥାନର ସିମାରକ୍ଷି ବାହିନି ମାନେ ଏହି ଅଂଚଳରେ ପ୍ରବେଶ କରି ଅନେକ ଅଂଚଳ ଅଧିକାର କରିନେଲେ ଓ ଭାରତ ପକ୍ଷରୁ ଏହା ପ୍ରତିବାଦରେ ସାମରିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ ଆରମ୍ଭ କରାଗଲା । ପରେ ଏହି ବିବାଦ ଏକ ଆନ୍ତ୍ରଜାତିକ କମିସନକୁ ଯାଇଥିଲା ଓ କମିସନ ଭାରତକୁ ୯୧୦୦ ବର୍ଗ କିମି ଅ­ଳ ଦେଇ ପାକିସ୍ଥାନକୁ ମାତ୍ର ୯୧୦ ବର୍ଗ କିମି ଅଂଚଳ ପ୍ରଦାନ କରିଥିଲେ ।
ଏହାପରେ ପାକିସ୍ଥାନ ହଠାତ୍ ୨୦ ରୁ ୩୦ ହଜାର ଶସସ୍ତ୍ର ଅନୁପ୍ରବେଶକରୀଙ୍କୁ ଅଗଷ୍ଟ ମାସରେ କାଶ୍ମିରରେ ପୁରାଇ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ କରିଥିଲା । ଏହି ଯୋଜନାର ନାମ ଥିଲା ଅପରେସନ ଜିବ୍ରାଲେଟର । ମାତ୍ର କାଶ୍ମିରର ଲୋକମାନେ ସହଯୋଗ ନକରିବାରୁ ଏହି ଯୋଜନା ବି‘ଳ ହୋଇଗଲା ।
ସେପ୍ଟେମ୍ବର ୧ ତାରିଖ ଦିନ ୩୦ ରୁ ୪୦ ହଜାର ସୈନ୍ୟ, ଶକ୍ତିଶାଳି କମାଣ ଓ ଶହ ଶହ ଟ୍ୟାଙ୍କ ଧରି ପାକିସ୍ଥାନ ଅପରେସନ ଗ୍ରାଂଟ ସ୍ଲାମ ନାମରେ ଜାମ୍ମୁ ଅଂଚଳର ଛାମ୍ବ ଓ ଅଖ୍ନୁର ସେକ୍ଟରରେ ପ୍ରବଳ ଆକ୍ରମଣ ଆରମ୍ଭ କରି ଆମ ସେନା ବାହିନିକୁ ତାଜୁବ କରିଦେଲା । ଏହି ଅଂଚଳରେ ଥିବା ଚିକେନ୍ ନେକ୍ ନାମକ ଏକ ଅଣ ଓସାରିଆ ଅଂଚଳକୁ ଅଧିକାର କରି କାଶ୍ମିର ସହ ଯୋଗାଜୋଗ ବଛିନ୍ନ କରିବା ପାକିସ୍ଥାନର ଉଦେ୍ଦଶ୍ୟ ଥିଲା ଓ ଏହାର ପ୍ରତିହତ କରିବା ପାଇଁ ଭାରତ ସରକାର ବିମାନ ବାହିନିକୁ ପାକିସ୍ଥାନ ଉପରେ ଆକ୍ରମଣ ପାଇଁ ଆଦେଶ ଦେଲା ।
ଏହି ସମୟରେ ଭାରତର ପ୍ରଧାନ ମନ୍ତ୍ରୀ ଥାନ୍ତି ଲାଲବାହାଦୁର ଶାସ୍ତ୍ରୀ ଓ ପାକିସ୍ଥାନର ପ୍ରେସିଡେଂଟ ଥାନ୍ତି ଜେନେରାଲ ଆୟୁବ ଖାଁ । ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥାନ୍ତି ସରଦାର ସ୍ୱରଣ ସିଂ ଓ ସେନା ମୁଖ୍ୟ ଥାନ୍ତି ଜେନେରାଲ ଜେ.ଏନ ଚୈାଧୁରୀ ଓ ବିମାନ ବାହିନିର ମୁଖ୍ୟ ଥାନ୍ତି ଏୟାର ଚି‘ ମାରସାଲ ଅର୍ଜୁନ ସିଂ, ପାକିସ୍ଥାନର ସେନା ମୁଖ୍ୟ ଥାନ୍ତି ଜେନେରାଲ ମୁଷାଖାଁ ହିଜରା ।
ସେପ୍ଟେମ୍ବର ୧ ତାରିଖ ଦିନ ଭାରତିୟ ସମୟ ୧୭ଘ. ୧୧.ମି ସମୟରେ ଭାରତୀୟ ବାୟୁ ସେନାର ଅନେକ ଗୁଡିଏ କ୍ୟାନବେରା ଓ ଭାମ୍ପେୟାର ବିମାନ ୩ ଦଳ ହୋଇ ଯୁଦ୍ଧ କ୍ଷେତ୍ରରେ ପାକିସ୍ଥାନ ବାହିନି ଉପରେ ବୋମା ବର୍ଷଣ କରିବାକୁ ଯାତ୍ରା କଲେ । ମାତ୍ର ଅଳ୍ପ ସମୟ ମ୍ମରେ ସେମାନଙ୍କ ମ୍ମରୁ ଚାରୋଟି ବିମାନକୁ ପାକିସ୍ଥାନର ଦୁଇଟି ଏ‘୍୧୬ ସାବରଜେଟ୍ ଗୁଳି କରି ଖସାଇଦେଲା ଓ ପାକିସ୍ଥାନର ଚାଳକ ଥିଲେ ଏସ.ଏଲ ସାଫରାଜ ରଫିକ୍ୟୁ ଓ ଇମିତାଜ୍ ଭାଟ୍ଟ । ପାକିସ୍ଥାନର ଅତ୍ୟାଧୁନିକ ସାବର ଜେଟ ନିକଟରେ ଭାମ୍ପେୟାର ର ଅସହାୟତା ଦେଖି ସେହିଦିନ ରାତିରେ ୧୩୦ଟି ଭାମ୍ପେୟାରକୁ ସିମାନ୍ତରୁ ଅପଶାରଣ କରାଗଲା ଓ ତା ବଦଳରେ ଫଲାଣ୍ଡନାଟ ଓ ମିଷ୍ଟରେସ ବିମାନ ଭାରତ ମୁତୟନ କରିବାକୁ ଲାଗିଲା ।
୨ ସେପ୍ଟେମ୍ବର ଦିନ ଭାରତର ଫଲାଣ୍ଡନାଟ ଓ ମିଷ୍ଟରେସ ବିମାନ ପାକିସ୍ଥାନ ଆକାଶରେ ଉଡିବାକୁ ଲାଗିଲା । ମିଷ୍ଟରେସ ବିମାନ ତଳେ ଉଡି ତାକୁ ଆକ୍ରମଣ କରିବାକୁ ସାବରଜେଟକୁ ଆହ୍ୱାନ କରୁଥିଲା । ସାବରଜେଟ ଆସିଲା ମାନେ ଲୁଚିକରି ଥିବା ନାଟ୍ ବିମାନ ବାହାରି ଦୁଇଟି ସାବରଜେଟକୁ ଖସାଇ ଦେଲା । ସାବରଜେଟ ଖସାଇବାର ପ୍ରଥମ ଗୈାରବ ନେଲେ ଏସ.ଏଲ ବୈ÷ମାନିକ ଟ୍ରେଭେନକେଲର ଓ ତାଙ୍କୁ କୁହାଗଲା ସାବର କିଲର ଓ ସେ ବିରଚକ୍ର ଉପାଧି ପାଇଲେ । ଖସିଥିବା ଜେଟ ସହିତ ପାକିସ୍ଥାନର ବୈମାନିକ ଇସୁଫଅଲ୍ଲୀଙ୍କର ମୃତୁ୍ୟ ଘଟିଲା । ଅନ୍ୟ ଜଣେ ଭାରତୀୟ ବୈମାନିକ ବ୍ରିଜଲାଲ ସିଂ ଦ୍ୱୀତିୟ ସାବରଜେଟକୁ ଖସାଇ ନିଜେ ପାକିସ୍ଥାନର ପାସୁରିୟା ଷ୍ଟି୍ରପରେ ଭୁଲରେ ଅବତରଣ କଲେ ଓ ପାକିସ୍ଥାନରେ ବନ୍ଦିହେଲେ । ତାଙ୍କର ନାଟ ବିମାନଟିକୁ ପାକିସ୍ଥାନ ନିଜ କବ୍ଚାରେ ରଖିଲା । ବର୍ତମାନ ତାହା କରାଚି ଏୟାର ମୁ୍ୟଜିୟମରେ ପ୍ରଦର୍ଶିତ ହେଉଅଛିା । ସେପ୍ଟେମ୍ବର ୩ ତାରିଖ ଦିନ ଭାରତର ହାଲୁଆର ବିମାନ ଘାଟି ଉପରେ ଗୋଟିଏ ସାବରଜେଟ୍କୁ ଖସାଇ ଦିଆଗଲା ।
୬/୦୯/୧୯୬୫ ଦିନ ପାକିସ୍ଥାନରେ ବୈମାନିକ ଗୋଟିଏ ମିନିଟରେ ୩ଟି ହ•ର ବିମାନ ଖସାଇ ଦେଲେ ଏବଂ ପାକିସ୍ଥାନ ଭାରତର ପଠାନ କୋଟ, ଆଦମପୁର ଓ ହାଲୱାର ବିମାନ ଘାଟି ଉପରେ ଆତର୍କିତ ଆକ୍ରମଣ କଲା । ପଠାନକୋଟ ଠାରେ ୧୦ଟି ଭାରତିୟ ବିମାନ ଧ୍ୱଂସ ହେଲେ ହାଲୱାର ଠାରେ ୨ଟି ସାବରଜେଟକୁ ଖସାଇ ଦିଆଗଲା ଓ ଉଭୟ ପାଇଲଟ ମୃତୁ୍ୟ ବରଣ କଲେ । ଦୁଇଟି ଭାରତୀୟ ବିମାନ ନଷ୍ଟ ହେଲା ମାତ୍ର ପାଇଲଟ ମାନେ ବଂଚିଗଲେ । ମୃତ ପାକିସ୍ଥାନ ବୈାମାନିକ ମଧ୍ୟରେ ସ୍କାର୍ଡର ଲିଡର ରଫିକ୍ୟୁ ଥିଲେ ଯିଏକି ପ୍ରଥମ ଦିନ ଅନେକ ଭାରତୀୟ କମାନ ନଷ୍ଟ କରିଥିଲେ ।
୭ ତାରିଖ ଦିନ ପାରାଚୁ୍ୟଟ ସାହାଯ୍ୟରେ ପାକିସ୍ଥାନ ଆକାଶ ବାହିନୀ ୧୩୫ ଜଣ କମାଣ୍ଡଙ୍କୁ ରାତ୍ରୀକାଳରେ ଆଣି ଭାରତର ସିମାନ୍ତ ଅଂଚଳରେ ଓହ୍ଲାଇ ଦେଲା । ସେମାନଙ୍କ ମ୍ମରୁ ୧୦ ଜଣକ ବ୍ୟତିତ ଅନ୍ୟ ମାନଙ୍କୁ ସାଙ୍ଗେ ସାଙ୍ଗେ ଗିରଫ କରାଗଲା ଓ ଗିରଫଙ୍କ ମଧ୍ୟରେ ଥିଲେ ସେମାନଙ୍କର ନେତା ମେଜର ଖଲିଫଭଟ୍ଟ । ସେହିଦିନ ଭାରତୀୟ ଆକାଶ ବାହିନି ପାକିସ୍ଥାନର ସାରଗୋଧା ଏୟାରଫିଲ ଉପରେ ୩୩ ଥର ବିମାନ ଆକ୍ରମଣ କରିଥିଲେ ଓ ଏଥିରେ ଭାରତର ୨ଟି ମିଷ୍ଟରସ ଓ ୩ଟି ହଣ୍ଡର ବିମାନ ନଷ୍ଟ ହୋଇଥିଲା ଓ ତା ସହିତ ଭାରତର ବୈାମାନିକ ବି.ଦେବାୟା ମୃତୁ୍ୟ ବରଣ କରିଥିଲେ । ନିଜର ମୃତୁ୍ୟ ପୂର୍ବରୁ ସେ ପାକିସ୍ଥାନର ଗୋଟିଏ ସାବରଜେଟକୁ ଖସାଇବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ତାଙ୍କ ମୃତୁ୍ୟର ୨୯ବର୍ଷ ପରେ ପାକିସ୍ଥାନର ଏକ ସାମରିକ ରିପୋର୍ଟରୁ ଜଣା ପଡିଲା ଓ ତାଙ୍କୁ ମରଣତ୍ୱର ମହାବିର ଚକ୍ର ଉପାଧି ଦିଆଗଲା । ସେହିଦିନ ପାକିସ୍ଥାନ ପୂର୍ବ ଭାରତରେ କେତୋଟି ବିମାନ ଘାଟି ଉପରେ ଆକ୍ରମଣ କରିଥିଲା ଓ କାର୍ଲିକୋଣ୍ଡା ବିମାନଘଟିର ବୈମାନିକ ଏଟିକୁକ୍ ତିନୋଟି ପାକିସ୍ଥାନ ବିମାନକୁ ଖସାଇ ଦେଇଥିଲେ ।
୮ ତାରିଖ ପରଠାରୁ ଆକଶରେ ଛକ୍କାପଞ୍ଝା ଯୁଦ୍ଧ କମିଆସିଲା । ଏହାପରେ ନିର୍ଦ୍ଧିଷ୍ଟ ସ୍ଥାନରେ ଆକ୍ରମଣ ଆରମ୍ଭ ହେଲା । ୧୩ ତାରିଖ ଦିନ ଭାରତୀୟ ବିମାନ ବାହିନି ପାକିସ୍ଥାନ ଭିତରକୁ ପସି ପେସୱାର ଓ କାହୋଟ ଉପରେ ଆକ୍ରମଣ କଲେ ଗୋଟିଏ ଏଫ୍ ୮୬ ଷ୍ଟାର ଫାଇଇଟରକୁ ଖସାଇ ଦେଲେ ଓ ପାଇଲଟ ମୃତୁ୍ୟ ବରଣକଲା । ସେମାନେ ଗୋଟିଏ ଭାରତୀୟ ନାଟକୁ ଖସାଇ ଦେଲେ । ୧୫ ତାରିଖ ଦିନ ପାକିସ୍ଥନ ତରଫରୁ ୩ଟି ଲକ୍ ହିଡ ହରକୁ୍ୟଲାସ ୧୩୦ ପରିବହନ ବିମାନକୁ ଯୁଦ୍ଧରେ ନିୟୋଜନ କଲା ଓ ସାଙ୍ଗେ ସାଙ୍ଗେ ଭାରତୀୟଙ୍କ ଗୁଳିରେ ଦୁଇଟି ନଷ୍ଟ ହୋଇଗଲା । ସେହିଦିନ ଅମୃତସର ଉପରେ ଗୋଟିଏ ସାବରଜେଟକୁ ବିମାନ ବିଧ୍ୱଂସୀ କମାଣ ମାଡରେ ଖସାଇ ଦିଆଗଲା । ସେହିଦିନ ଏକ ଦୁଃଖଦ ଘଟଣା ଘଟିଲା । ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ବଳବନ୍ତ ରାୟ ମେହେଟା ନିଜ ପରିବାର ସହ ସିମାନ୍ତରେ ବିମାନରେ ଗଲାବେଳେ ପରିଚୟ ଦେବାସତ୍ୱେ ପାକିସ୍ଥାନର ଏକ ସାବରଜେଟ ତାଙ୍କ ବିମାନକୁ ଗୁଳିକରି ଖସାଇଦେଲେ ଓ ସେଥିରେ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଓ ପାଇଲଟ ମୃତୁ୍ୟ ବରଣ କଲେ । ୨୦ ବର୍ଷ ପରେ ଗୁଳି କରିଥିବା ପାକିସ୍ଥାନର ବୈାମାନିକ ଦୁଃଖ ପ୍ରକାଶକରି ମୃତ ପାଇଲଟଙ୍କ କନ୍ୟାଙ୍କ ପାଖକୁ ଚିଠି ଟିଏ ଦେଇଥିଲେ । ୧୮ ତାରିଖ ପରେ ଆକାଶ ବାହିନିର ଆକ୍ରମଣ ଧିମେଇଗଲା । ୧୯ ତାରିଖ ଦିନ ଗୋଟିଏ ନାଟ ଧ୍ୱଂସ ହେଲା ଓ ଭାରତୀୟ ବୈମାନିକ ଡେନିଜ କେଲାର ୨ଟି ସାବରଜେଟ ଖସାଇ ଦେଲେ । ଡେନିଜ କେଲାର ସେ ହେଉଛନ୍ତି ସାବାର କଲାର ଟ୍ରେଭେନ କଲାରଙ୍କ ସାନ ଭାଇ ୨୦ ତାରିଖ ଦିନ ଗୋଟିଏ ଏଫ୍୨୬ ପାକିସ୍ଥାନ ବିମାନ ଅମୃତସର ସହର ଉପରେ ବିମାନ ବିଧ୍ୱଂସୀ କମାଣ ଗୁଳିରେ ଧ୍ୱଂସ ହୋଇଗଲା । ଆଉ ଗୋଟିଏ ସାବର ଜେଟ ଗୁରଦାସପୁର ଠାରେ ଏକ ଟ୍ରେନ ଉପରେ ଆକ୍ରମଣ କରୁଥିବା ବେଳେ ଖସାଇ ଦିଆଗଲା । ୨୧ ତାରିଖ ଦିନ ଆଗ୍ରା ବିମାନ ଘାଟିରୁ ଦଳେ ଭାରତୀୟ ବିମାନ ଏକ ହଜାର କିମି ଦୁରରେ ଥିବା ପାକିସ୍ଥାନର ମୁଖ୍ୟ ରାଡର ଷ୍ଟେସନ ବଡେନ ଅଭିମୁଖେ ଯାତ୍ରା କଲେ । ପାକିସ୍ଥାନକୁ ବିଭା୍ରନ୍ତ କରିବା ପାଇଁ ସେମାନେ ବିଭିନ୍ନ ଦିଗରେ ଓ ବିଭିନ୍ନ ଉଚ୍ଚତାରେ ଯାତ୍ରାକରି ରାଡର ଷ୍ଟେସନ ଉପରେ ୧୦ହଜାର କେଜିର ବିସ୍ପୋରକ ପକେଇବାରେ ସକ୍ଷମ ହୋଇଥିଲେ । ସେଦିନ ସାରାଗୋଦ୍ଧା ଏୟାରଫିଲ୍ଡ ଉପରେ ଗୋଟିଏ ପାକିସ୍ଥାନ ଏଫ୍ ୧୦୪ ଭାରତୀୟ କ୍ୟାନବେରା ବିମାନକୁ ଗୁଳିକଲା । ଭାରତୀୟ ବୈମାନିକ ପାରାସୁଟ ଦ୍ୱାରା ଓହ୍ଲାଇ ପାକିସ୍ଥାନ ମାଟିରେ ପହଂଚିଲେ ଓ ତାଙ୍କୁ ଗିର‘ କରାଗଲା । ସେ ହେଉଛନ୍ତି ଭାରତୀୟ ସେନା ମୁଖ୍ୟଙ୍କ ପୁଅ । ପରେ ସେ ମୁକ୍ତ ହୋଇ ଭାରତକୁ ଆସିଲେ ।
ସେପ୍ଟେମ୍ବର ୨୨ ତାରିଖ ଦିନ ସଂଦ୍ଧି ହେବାରୁ ଯୁଦ୍ଧ ବନ୍ଦ ହେଲା । ଆମେରିକା ଅଧିନରେ ଥିବା ନାଟୋ ସାମରିକ ମେଂଟର ସଦସ୍ୟ ହୋଇଥିବାରୁ ଆମେରିକା ପାକିସ୍ଥାନକୁ ଅତ୍ୟାଧୁନିକ ସାବରଜେଟ, ଷ୍ଟାରଫାଇଟର ପ୍ୟାଟେନ ଟ୍ୟାଙ୍କ ଭଳି ଉନ୍ନତ ମାନର ସାମରିକ ସରଞ୍ଜାମ ଦେଇଥିଲା । ଭାରତ କୈାଣସୀ ସାମରିକ ମେଂଟର ସଭ୍ୟ ନଥିବାରୁ ତା ନିକଟରେ ହାଲୁକା ନାଟ, ମଷ୍ଟେରର ଓ ପୁରୁଣା କାଳିଆ ଭାମ୍ପେୟାର କେନବେରା ଓ ହ•ର ଭଳି ବିମାନ ମାନ ଥିଲା । ମାତ୍ର ଭାରତୀୟ ବୈାମାନିକ ମାନେ ଅତି ଦକ୍ଷତାର ସହିତ ସେଗୁଡିକ ପରିଚାଳନା କରି ଭାରତୀୟ ଆକାଶ ସିମାକୁ ସୁରକ୍ଷିତ କରିବା ସଂଗେ ସଂଗେ ଶତୃର ପ୍ରଭୁତ କ୍ଷତି କରାଇଥିଲେ । ବିଶେତଃ ଭାରତର ହାଲୁକା ନାଟ ବିମାନ ଆମେରିକା ତିଆରି ଷ୍ଟାର ଫାଇଟର ଓ ସାବରଜେଟ ବିମାନ ପାଇଁ ଆତଙ୍କର କାରଣ ହୋଇପଡିଥିଲେ । ଏହି ଯୁଦ୍ଧରେ ଗୋଟିଏ ଦିନରେ ଆମେରିକା ତିଆରି ଅତ୍ୟାଧୁନିକ ୯୦ଟି ପ୍ୟାଟନ ଟ୍ୟାଙ୍କ ଧ୍ୱଂସ ହୋଇଥିଲା । ଓ ଏହା ସମଗ୍ର ବିଶ୍ୱବାସୀଙ୍କୁ ଆଶ୍ଚଯ୍ୟ କରିଥିଲା । ଏହି ଯାଗାର ନାମ ହେଉଛି ପ୍ୟାଟନ ନଗର ଓ ଯୁଦ୍ଧ୍ୟର ନାମ ବ୍ୟାଟେଲ ଅଫ ରିଏଲ ଏନସର ବା ଅସଲି ଉତର ଯୁଦ୍ଧ ବୋଲି ଇତିହାସରେ ଲିଖିତ ହୋଇଛି । ୧୯୬୫ ଯୁଦ୍ଧରେ ପାକିସ୍ଥାନର ୩୦ରୁ ଚାଳଶି ବିମାନ ନଷ୍ଟ ହେବା ସହିତ ଭାରତର ୬୦ ରୁ ୭୦ଟି ବିମାନ ନଷ୍ଟ ହୋଇଥିଲା ବୋଲି ଅସମର୍ଥିତ ସୁତ୍ରରୁ ଜଣାଯାଏ । ଅତ୍ୟାଧୁନିକ ବିମାନ ଆକ୍ରମଣରୁ ଦେଶକୁ ସୁରକ୍ଷା ଦେଇଥିବା ସେହି ଜବାନ ମାନେ ଦେଶ ନିକଟରେ ବନ୍ଦନିୟ । ନିକଟରେ ଆଜାଦ କାଶ୍ମିର ଭିତରକୁ ପଶି ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ନିରାପଦରେ ଫେରିଆସି ସେମାନେ ନିଜର ଉକôର୍ଷତା ପୁଣିଥରେ ପ୍ରମାଣିତ କରିଛନ୍ତି । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *