୯ ଦଫା ଦାବିରେ କଟକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଲେ କସ ବୋର୍ଡ ଇଣ୍ଡଷ୍ଟ୍ରିଜ୍ ଶ୍ରମିକ ୟୁନିୟନର ଶତାଧିକ କାର୍ଯ୍ୟକର୍ତା

୯ ଦଫା ଦାବିରେ କଟକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଲେ କସ ବୋର୍ଡ ଇଣ୍ଡଷ୍ଟ୍ରିଜ୍ ଶ୍ରମିକ ୟୁନିୟନର ଶତାଧିକ କାର୍ଯ୍ୟକର୍ତା

ବର୍ଷକ ତଳୁ ଦରମା ପାଇ ନ ଥିବାରୁ ୨୭ ଅଗଷ୍ଟ ସୁଦ୍ଧା ଦାବିପୁରଣ ନ ହେଲେ ସପରିବାରେ ଆତ୍ମାହୁତି ଦେବାକୁ ଧମକ୍

କଟକ, (ଆଇଏନ୍ଏସ୍): ଆଜି କସ ବୋର୍ଡ ଇଣ୍ଡଷ୍ଟ୍ରିଜ୍ ଶ୍ରମିକ ୟୁନିୟନ୍ର ଶତାଧିକ କାର୍ଯ୍ୟକର୍ତା ୟୁନିୟନ୍ର ମୁଖ୍ୟ ଉପଦେଷ୍ଟା ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକ ର୍ୟାଲିରେ ଆସି କଟକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇ ୯ ଦଫା ସମ୍ବଳିତ ଏକ ଦାବିପତ୍ର ସମସ୍ତ ଦସ୍ତାବିଜ ସହିତ ପ୍ରଦାନ କରିଛନ୍ତି ।
ଏଥିସହିତ ତୁରନ୍ତ ଉକ୍ତ ଦାବିଗୁଡିକ ପୁରଣ କରା ନ ଗଲେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆଗାମୀ ୨୭ ଅଗଷ୍ଟ ୨୦୧୯ ଠାରୁ ଦାବିପୁରଣ ପର୍ଯ୍ୟନ୍ତ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଲିଖିତ ଆକାରରେ ଜଣାଇ ଦେଇଛନ୍ତି ।
ଶ୍ରମିକମାନେ ଗତ ୧ବର୍ଷ ହେବ ଦରମା ପାଇ ନ ଥିବାରୁ ସପରିବାରେ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।
ସେମାନଙ୍କର ଦାବିଗୁଡିକ ହେଲା ଗତ ଅଗଷ୍ଟ ୨୦୧୮ ରୁ ଆଜି ପର୍ଯ୍ୟନ୍ତ ଦରମା ମିଳି ନ ଥିବାରୁ ତୁରନ୍ତ ବକେୟା ଦରମା ପ୍ରଦାନ କରାଯିବା ସହିତ ଆଗକୁ ନିୟମିତ ଭାବେ ଦରମା ପ୍ରଦାନ, ବକେୟା ଇପିଏଫ୍ ଓ ଇଏସ୍ଆଇ ଡିପୋଜିଟ୍ ; କସ ବୋର୍ଡ ଇଣ୍ଡଷ୍ଟ୍ରିକୁ ମିଛରେ ଋଗଣ ଶିଳ୍ପ ଭାବରେ ଘୋଷଣା କରି ପ୍ରତ୍ୟେକ ଶ୍ରମିକଙ୍କ ଦରମାରୁ ୧୨% ଲେଖାଁ କଟାଯାଇଥିଲେ ମଧ୍ୟ ମାତ୍ର ୧୦% ଲେଖାଁ ଡିପୋଜିଟ୍ କରାଯାଇଥିବାରୁ ବାକି ୨% ଅର୍ଥ ରାଶିକୁ ତୁରନ୍ତ ସମସ୍ତ ଶ୍ରମିକଙ୍କୁ ଫେରସ୍ତ, ବ୍ୟକ୍ତିଗତ ଏଲଆଇସି ଇନସୁରାନ୍ସ ପଲିସି ନିମନ୍ତେ ଶ୍ରମିକମାନଙ୍କର ଦରମାରୁ କଂପାନୀ ପ୍ରିମିୟମ୍ ବାବଦ ଅର୍ଥ କାଟି ରଖୁଥିଲେ ମଧ୍ୟ ଏଲଆଇସି ସଂସ୍ଥାରେ ଡିପୋଜିଟ୍ କରି ନ ଥିବାରୁ ଏଭଳି ସଂଗୀନ ଅପରାଧ ପାଇଁ କଂପାନୀ ମାଲିକଙ୍କୁ ତୁରନ୍ତ ଗିରଫ, ରିଟାୟାର୍ଡ୍ ହୋଇଯାଉଥିବା ଶ୍ରମିକମାନଙ୍କୁ ରିଟାୟାର୍ଡ୍ମେଣ୍ଟ୍ ବେନିଫିଟ୍ ପ୍ରଦାନ, ଦେହାନ୍ତ ପରେ ଶ୍ରମିକଙ୍କ ପରିବାରକୁ ସେମାନଙ୍କର ସମସ୍ତ ପ୍ରାପ୍ୟ ପ୍ରଦାନ, ଶ୍ରମିକମାନଙ୍କୁ ଡଷ୍ଟ୍, ପ୍ରଡକ୍ସନ୍, ହିଟ୍,ଏଣ୍ଟ୍ର୍ଟେନ୍ମେଣ୍ଟ୍, ସେଫ୍ଟି ଇତ୍ୟାଦି ସମସ୍ତ ଆଲାଉନସ ଏବଂ ବୋନସ୍ ପ୍ରଦାନ ତଥା ସ୍ଥାୟୀ ଶ୍ରମିକଙ୍କର ରିଟାୟାର୍ଡ୍ମେଣ୍ଟ୍ ପରେ ତାଙ୍କ ସ୍ଥାନରେ କାଜୁଆଲ୍ ଶ୍ରମିକଙ୍କୁ ଅଭିଜ୍ଞତା ଅନୁଯାୟୀ ସ୍ଥାୟୀ ନିଯୁକ୍ତି ଦିଆଯିବା ।

Leave a Reply

Your email address will not be published. Required fields are marked *