ଆତ୍ମନିର୍ଭର ଭାରତ ଅଭିଯାନ: ପୂନରୁଦ୍ଧାର ହେବ ଜାହାଜ ତିଆରି କାରଖାନା

ସମସ୍ତ ବୃହତ ବନ୍ଦରକୁ ଭାରତ ନିର୍ମିତ ଟଗବୋଟ୍ ବ୍ୟବହାର କରିବାକୁ ନିର୍ଦେଶ

ପାରାଦ୍ୱୀପ, (ଆଇଏନ୍ଏସ୍): ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଆତ୍ମନିର୍ଭର ନୌବହନ ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଭାରତୀୟ ଜାହାଜ ନିର୍ମାଣର ପୂନଉଦ୍ଧାର କରି ସମସ୍ତ ବୃହତ ବନ୍ଦର ଗୁଡିକୁ ଭାରତ ନିର୍ମିତ ଟଗ୍ବୋଟ (ଜାହାଜକୁ ଟାଣି ଆଣୁଥିବା ଦୃଢ ବୋଟ) ଭଡାରେ ବା କିଣିବାକୁ ସେପ୍ଟେମ୍ବର ୪ ତାରିଖରେ ନିର୍ଦେଶ ଦେଇଛନ୍ତି । ମେକ୍ ଇନ୍ ଇଣ୍ଡିଆ ନିଦେ୍ର୍ଦଶ ଅନୁଯାୟୀ ଏଣିକି ବୃହତ ବନ୍ଦର ଗୁଡିକ ସମସ୍ତ ଭଡା ଓ କ୍ରୟ ସଂଶୋଧିତ ହେବ । ଜାହାଜ ଚଳାଚଳ ମନ୍ତ୍ରଣାଳୟ ସ୍ୱଦେଶ ଜାହାଜ ନିର୍ମାଣ ଉଦ୍ୟୋଗ କୁ ପ୍ରୋସôାହିତ କରିବା ପାଇଁ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଦୃଢଭାବେ କାର୍ଯ୍ୟକାରୀ କରିଛି । ଏ ସଂପର୍କରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ)ମନସୁଖ ମଣ୍ଡଭିୟା ପୁରୁଣା ସିପୟାର୍ଡର ପୁର୍ନବିନ୍ୟାସ କରାଯିବ ବୋଲି ଘୋଷଣା କରିଛନ୍ତି । ଭାରତରେ ଜାହାଜ ନିର୍ମାଣ କ୍ଷେତ୍ରରେ ଏହି ଶିଳ୍ପକୁ ଉତ୍ସାହିତ କରାଯିବ ବୋଲି କହିଛନ୍ତି । ଏହା ଦ୍ୱାରା ଆତ୍ମ ନିର୍ଭର ଭାରତ ଓ ଆତ୍ମ ନିର୍ଭର ଜାହାଜ ଚଳାଚଳକୁ ଉତ୍ସାହିତ କରିବା, ଜହାଜ ମରାମତି, ଜାହାଜର ପୁର୍ନ ବିନିଯୋଗ କ୍ଷେତ୍ରରେ ଆର୍ନ୍ତଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିବ ବୋଲି ମାନ୍ୟବର କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଭାରତରେ ଜାହାଜ ନିର୍ମାଣ କାର୍ଯ୍ୟକୁ ବିକଶିତ କରିବା ପାଇଁ ବନ୍ଦର ଗୁଡିକ ଛୋଟ ବୋଟ୍ କିଣିବା , ଭଡାରେ ଆଣିବା ନିୟମରେ ସଂଶୋଧନ କରାଯାଇଛି । ଭାରତୀୟ ବନ୍ଦର ସଂଘର ପରିଚାଳନା ନିଦେ୍ର୍ଦଶକ ଙ୍କ ଅଧିନରେ ଏକ ସ୍ଥାୟୀ ପରିଚାଳନା ସମିତି ଗଠନର ପସ୍ତାବ ରହିଛି । ଯେଉଁଥିରେ କୋଚିନ୍ ବୋଟ୍ ୟାର୍ଡ ଲିମିଟେଡ୍ ଭାରତୀୟ ପୋତ ପରିବହନ ନିଗମ, ଭାରତୀୟ ପୋତ ପରିବନହ ପଞ୍ଜିକରଣ ଙ୍କ ପିତିନିଧି ଏବଂ ଜାହାଜ ଚଳାଚଳ ବିଭାଗର ମହାନିର୍ଦେଶକ ସାମିଲ ହେବେ । ସ୍ଥାୟୀ କମିଟି ବୋଟ୍ ର ସଂକ୍ଷିପ୍ତ ସୂଚନା ପ୍ରସ୍ତୁତି କରିବେ ଏବଂ ଏହାର ଏକ ଛୋଟ ନମୁନା ପ୍ରସ୍ତୁତ କରି ପ୍ରଦର୍ଶନ କରିବେ । ସଂପ୍ରତି ଭାରତ ସରକାରଙ୍କ ନିଜସ୍ୱ କୋଚିନ୍ ସିପ୍ ୟାର୍ଡ ଲିମିଟେଡ୍ ନରୱେ ସରକାରଙ୍କ ଠାରୁ ଦୁଇଗୋଟି ଜାହାଜ ନିର୍ମାଣ ପାଇଁ ଅର୍ଡର ହାସଲ କରିଛି । ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ନିଆଯାଉଥିବା କାର୍ଯ୍ୟକ୍ରମ ମାନ ନିକଟ ଭବିଷ୍ୟତରେ ଜାହାଜ ନିର୍ମାଣ କ୍ଷେତ୍ରରେ ଆଧୁନିକୀକରଣ ହୋଇପାରିବ ବୋଳି ସୂଚନା ମିଳିଛି ।

Leave a Reply

Your email address will not be published.