ଆମ ଦେଶରେ ସୁସ୍ଥ ଗଣତନ୍ତ୍ର କେବେ?

ଆମ ଦେଶରେ ସୁସ୍ଥ ଗଣତନ୍ତ୍ର କେବେ?

ବାଲେଶ୍ୱର, (ଆଇଏନ୍ଏସ୍): ଭାରତ ବିଶ୍ୱର ଏକ ବୃହତ୍ ଗଣତନ୍ତ୍ର ରାଷ୍ଟ୍ର । ଏହାର ଜନସଂଖ୍ୟା ୧୨୫କୋଟିରୁ ଉଦ୍ଧ୍ୱର୍ । ଏହି ବିଶାଳ ଗଣତନ୍ତ୍ର ରାଷ୍ଟ୍ରରେ ଗଣତନ୍ତ୍ର ଏବେ ବିପନ୍ନ । ଏହା ପ୍ରମାଣିତ କରିଛି ଚଳିତ ବର୍ଷର (୨୦୧୯) ନିର୍ବାଚନ । ଭାରତ ସ୍ୱାଧୀନ ହେବା ଠାରୁ ଦେଶରେ ଯେତେ ନିର୍ବାଚନ ହୋଇଯାଇଛି, ଚଳିତ ବର୍ଷର ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରୟୋଗ ସର୍ବାଧିକ । ବିଭିନ୍ନ ସ୍ଥାନରେ ଘଟିଥିବା ରାଜନୈତିକ ହିଂସା ଏବଂ ପୋଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ଼ ଦ୍ୱାରା ଜବତ ହୋଇଥିବା ବିପୁଳ ପରିମାଣର ଅର୍ଥରାଶି ପ୍ରମାଣିତ କରୁଛି, ନେତାମାନେ ନିର୍ବାଚନ ଜିତିବା ପାଇଁ କିଭଳି ଅର୍ଥବଳ ଓ ବାହୁବଳର ପ୍ରୟୋଗ କରୁଛନ୍ତି, ନିମ୍ନରେ ପ୍ରଦତ ଉଦାହରଣ ତାହା ପ୍ରମାଣିତ କରୁଛି ।
ଓଡ଼ିଶାରେ ଏପ୍ରିଲ ୧୩, ୧୮, ୨୩, ୨୯ ତାରିଖରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଯାଇଛି । ନିର୍ବାଚନ ସମୟରେ (ପୂର୍ବରୁ ଓ ପରେ ମଧ୍ୟ) ରାଜ୍ୟରେ ବ୍ୟାପକ ରାଜନୈତିକ ହିଂସାକାଣ୍ଡ ଘଟିଯାଇଛି । ଖୋର୍ଦ୍ଧାରେ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିବା ବେଳେ ଏପ୍ରିଲ୨୯ତାରିଖରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଜଗତ୍ସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡ଼କୁଞ୍ଜଙ୍ଗ ପଂଚାୟତର ବୁଥ୍ ନଂ.-୨୦୭ରେ ଭୋଟ ଗ୍ରହଣ ଚାଲିଥିବା ସମୟରେ କଂଗ୍ରେସ ସମର୍ଥକ ଲଛମନ ବେହେରାଙ୍କୁ ଜନୈକ ବ୍ୟକ୍ତିି ଭଙ୍ଗାବୋତଲରେ ଭୁଷି ହତ୍ୟା କରିଥିଲେ । ଏପ୍ରିଲ ୨୧ ତାରିଖରେ ଭୁବନେଶ୍ୱରର ୮ନମ୍ବର ୟୁନିଟ୍ରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଝାରପଡ଼ା କେନାଲ ରୋଡ଼ରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ କେନ୍ଦୁଝର ଜିଳ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବଦ୍ରିପାତ୍ରଙ୍କ ପୁଅ ଓ ସମର୍ଥକମାନେ ଆକ୍ରମଣ ଓ ଏହି (ଘସିପୁରା) ନିର୍ବାଚନ ମଣ୍ଡଳୀର ୨୭୫ନମ୍ବର ବୁଥରେ ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ ଓ ତାଙ୍କ ଦିଅର ସନ୍ତୋଷ ସାହୁ ଦିନ ୨ଟା ଠାରୁ ୬ଟା ପର୍ଯ୍ୟନ୍ତ ବୁଥ ଭିତରେ ରହି ଭୋଟର ମାନଙ୍କୁ ପ୍ରଭାବିତ କରିଥିବା ଭଳି ଚିତ୍ର ନଜରକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ତୃତୀୟ ପର୍ଯ୍ୟାୟ ନିର୍ବାଚନର ମାତ୍ର କେଇଘଂଟା ପୂର୍ବରୁ ବିଜେଡି ସରକାରର ମନ୍ତ୍ରୀ ଥିବା ପ୍ରଦୀପ ମହାରଥୀ ଫ୍ଲାଇଁ ସ୍କ୍ୱାର୍ଡ଼ ଓ ମାଜିଷ୍ଟ୍ରେଟ୍ଙ୍କ ୁପରେ ଆକ୍ରମଣ କରିବା ଘଟଣା ନିର୍ବାଚନରେ ଗୁଣ୍ଡାରାଜ, ବାହୁବଳ କେଉଁ ପରିମାଣରେ ବ୍ୟବହାର କରାଯାଉଛି ଏହାଠାରୁ ଅଧିକ ଉପଯୁକ୍ତ ଉଦାହରଣ ବୋଧହୁଏ ଆଉକିଛି ଆବଶ୍ୟକ ନାହିଁ କହିଲେ ଅତୁ୍ୟକ୍ତି ହେବନାହିଁ । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ବାଲିଆପାଳ ଥାନା ବବଡ଼ କସବା ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ୩୦ତାରିଖରେ ଘଟିଥିବା ନିର୍ବାଚନ ପରବର୍ତି ହିଂସା ଘଟିଥିଲା । ଏହି ଘଟଣାରେ କାଳିଚରଣ ଜେନା, ଶ୍ରୀକାନ୍ତ କୁମାର ମହାପାତ୍ର, ବିଜୟ କୁମାର ଜେନା ପ୍ରଭୃତିଙ୍କ ଉପରେ ଆକ୍ରମଣ କରାଯାଇଥିଲା । ପଶ୍ଚିମବଙ୍ଗ କଥା ନକହିବା ଭଲ । ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ହତ୍ୟା ସହିତ ବୁଥ ଦଖଲ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ସମୟରେ ୨୦ରୁ ଅଧିକ ସ୍ଥାନରେ ଟିଏମସି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏକ ମତଦାନ କେନ୍ଦ୍ର ନିକଟରେ ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କ ଉପରେ ଟିିଏମସି ସମର୍ଥକମାନେ ଆକ୍ରମଣ କରିଥିବାବେଳେ ଝାଡ଼ଗ୍ରାମରେ ଜଣେ ବିଜେପି ସମର୍ଥକଙ୍କର ଶବ ଉଦ୍ଧାର ହୋଇଥିଲା । ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ୧୫ତାରିଖରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ଼ସୋ ସମୟରେ ବିଜେପି ଓ ତୃଣମୂଳ କର୍ମୀଙ୍କ ମଧ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି । କେବଳ ହିଂସା ନୁହେଁ, ନିର୍ବାଚନକୁ କେନ୍ଦ୍ରକରି ହତ୍ୟା, ଆକ୍ରମଣ, ଗୋଷ୍ଠି ସଂଘର୍ଷ, ବୁଥ ଜବରଦଖଲ ଭଳି ଘଟଣା ବହୁଳ ପରିମାଣରେ ଘଟିଛି ।
ଏହା ବ୍ୟତୀତ ନିର୍ବାଚନରେ ପ୍ରଚୁର ଭାବରେ ଅର୍ଥବଳ ମଧ୍ୟ ପ୍ରୟୋଗ କରାଯାଇଥିବାର ନମୂନା ଦେଖିବାକୁ ମିଳିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ବେଳକୁ ରେକର୍ଡ଼ ପରିମାଣର ଅର୍ଥ ଜବତ ହୋଇଛି । ଜବତ ନଗଦ ଅର୍ଥର ପରିମାଣ ୭୫୦କୋଟି କୁ ଟପିଥିବା ବେଳେ ୨୪୦.୪୮୮ଲିଟର ମଦ ଜବତ ହୋଇଛି । ଜବତ ହୋଇଥିବା ନଗଦ ଅର୍ଥ, ସୁନା, ରୂପା, ମଦ ଓ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ସହିତ ବହୁ ମୂଲ୍ୟବାନ ବସ୍ତୁର ପରିମାଣ ୩୧୬୬କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ । ଓଡ଼ିଶାର ବିିଭିନ୍ନ ସସ୍ଥାନରୁ ପୋଲିସ ଓ ଫ୍ଲାଇଁ ସ୍କ୍ୱାର୍ଡ଼ ମଧ୍ୟ ବିପୁଳ ପରିମାଣର ଅର୍ଥ ଜବତ କରିଛି । ଏପ୍ରିଲ ୪ତାରିଖରେ ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଛକ ନିକଟରେ ଦେଢ଼ଲକ୍ଷ ଟଙ୍କା ଜବତ ହୋଇଥିଲା । ଓଡି ୧୮-୧୮୧୮ ଇଣ୍ଡିଗୋରୁ ୧ଲକ୍ଷ ଜବତ ହୋଇଥିବା ବେଳେ ଏପି ୩୦ଏଏଚ୍ ୫୩୦୦ ଟାଭେରା ଗାଡ଼ିରୁ ୫୦ହଜାର ଜବତ ହୋଇଥିଲା । ସେହିପରି ସମ୍ବଲପୁରର ଠେଲକୋଇ ପ୍ଲାଟା ସମମ୍ମୁଖରୁ ପୋଲିିସ ଓ ଫ୍ଲାଇଁସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଓଆର ୨୩ ସି ୬୯୬୯ ଟାଟା ସୁମୋଭିକ୍ଟର ରୁ ୧ଲକ୍ଷ ୩ହଜାର ଟଙ୍କା ଜବତ କରିଥିଲା । ଏପ୍ରିଲ ୫ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍ ଛକ ନିକଟରୁ ଏକ ମାରୁତି କାରରୁ ୯ଲକ୍ଷ ୨୪ହଜାର ଟଙ୍କା ଜବତ କରାଯାଇଥିଲା । ସେହିପରି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର କରରଙ୍ଗାମାଲ ଗ୍ରାମ ନିକଟରେ ପ୍ଲାଇଁ ସ୍କ୍ୱାର୍ଡ଼ ଯାଂଚ କରୁଥିବା ବେଳେ ଓଡି ୨୬ – ୯୫୧୫ ବୋଲେରୋ ରୁ ୭ଲକ୍ଷ ୭୬ହଜାର ଜବଦ କରିବା ସହିତ ଏହି ଘଟଣାରେ ଡ୍ରାଇଭର ସମେତ ୫ଜଣଣଙ୍କୁ ଅଟକ ରଖାଯାଇଥିଲା । ମୟୁରଭଞ୍ଜ ଜିଲ୍ଲାର ବିଶୋଇର ସାରନା ଛଚକରେ ସୁଗୁଣା ଚିକେନ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ (ନଂ.- ଜେଏଚ୍ ୦୫ ବିଜେହି ୮୪୭୮ରୁ ୨ଲକ୍ଷ ୪୨ହଜାର ୧୫୦ଟଙ୍କା ଜବତ କରାଯିବା ସହିତ ଡ୍ରାଇଭର କି୍ରଷ୍ଣା ସାହୁ ଓ ଗାଡ଼ିରେ ଥିବା ନିତ୍ୟାନନ୍ଦ ନାୟକକୁ ଅଯକ ରକାଯାଇଥିଲା । ୨୧ ଏପ୍ରିଲରେ ବ୍ରହ୍ମପୁରର ସୁନାମୁହିଁ ଠାରେ ଫ୍ଲାଇଁ ସ୍କ୍ୱାର୍ଡ଼ ଏକ ବାଇକ୍ରୁ ୧୫ଲକ୍ଷ ୬୮ହଜାର ୫୦୦ଟଙ୍କା ଜବତକରିଥିବା ବେଳେ ଏହିଦିନ ବେଙ୍ଗାଲୁରୁର ଶିବମୋଗା ରାସ୍ତାରେ ଆୟକର ବିଭାଗ ଏକ କାରର ଟାୟାରରୁ ୨.୩କୋଟି ଟଙ୍କା ଜବତ କରିଥିଲା । କାରର ସ୍ପେୟାର ଟାୟାର ଭିତରେ ଏହି ଟଙ୍କା ରଖାଯାଇଥିଲା । ୨୫ ଏପ୍ରିଲ ସନ୍ଧ୍ୟା ୭ଟା ସମୟରେ ରେ ବାଲେଶ୍ୱର ଜିଲ୍ଲାର ବସ୍ତା – ବାଲିଆପାଳ ରାସ୍ତାର କୁଣ୍ଡେଇ ଛକ ନିକଟରେ ଏସଏସଟି ଏଫଏସଟିର ଯାଞ୍ଚ ସମୟରେ , ଓଡି ୦୧ ଏନ୍ ୪୩୩୩ ନମ୍ବରର ଏକ ଧଳା କାରରୁ ୨ଲକ୍ଷ ୩୫ହଜାର ଟଙ୍କା ସମେତ ଏହି ଗାଡ଼ିରେ ଥିବା ଲକ୍ଷାଧିକ ଟଙ୍କାର ପୋଷ୍ଟର ଜବତ କରାଯାଇଥିଲା ।
ସବୁଠାରୁ ଚିନ୍ତାର ବିଷୟ ହେଲା ନିର୍ବାଚନରେ ରାଜନୈତିକ ଦଳ/ ପ୍ରାର୍ଥୀ/ ନେତାମାନେ ପ୍ରଚୁର ଭାବରେ ଅର୍ଥବଳ ବିନିଯୋଗ କରୁଛନ୍ତି । ୨୦୭୯ ନିର୍ବାଚନରେ ଜବତ ଅର୍ଥର ପରିମାଣ ୨୦୧୪ ମସିଆ ନିର୍ବାଚନ ଠାରୁ ବହୁ ପରିମାଣରେ ଅଧିକ । ୩ୟପର୍ଯ୍ୟାୟ ନିର୍ବାଚନ ଶେଷ ସୁଧା ଜବତ ଟଙ୍କାର ପରିମାଣ ୨୦୧୪ ନିର୍ବାଚନରେ ଜବତ ଟଙ୍କାର ପରିମାଣ ଠାରୁ୨ଗୁଣ ଅଧିକ । ଏଥିରୁ ନିର୍ବାଚନରେ ପ୍ରାର୍ଥୀମାନେ କିପରି ଅର୍ଥ ବଳ ପ୍ରୟୋଗ କରୁଛନ୍ତି ତାହା ପ୍ରମାଣିତ । ଅପରପକ୍ଷରେ ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରୟୋଗ ଯେଉଁଭଳି ଭାବରେ ହେଉଛି, ସେଥିରେ ଜଣେ ସାଧାରଣ/ଭଦ୍ରବ୍ୟକ୍ତି/ସଚ୍ଚୋଟ ବ୍ୟକ୍ତି ନିର୍ବାଚନ ଲଢ଼ିବା ଅସମ୍ଭବ ହୋଇପଡ଼ିଲାଣି । ଧନୀ, ମାପିଆ, କଳାବଜାରୀ, ଅପରାଧିମାନେ କେବଳ ନିର୍ବାଚନ ଲଢ଼ିବାର ଭିତିଭୂମି ତିଆରୀ ହୋଇସାରିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ସାଧାରଣ/ଭଦ୍ରବ୍ୟକ୍ତି/ସଚ୍ଚୋଟ ବ୍ୟକ୍ତି ଶାସନ ଗାଦିକୁ ଯାଇପାରିବ ନାହିଁ । କେବଳ ଧନୀ, ମାପିଆ, କଳାବଜାରୀ, ଅପରାଧିମାନେ କ୍ଷମତାକୁ ଆସିବାର ବାଟ ପରିସ୍କାର ହେବାରେ ଲାଗିଛି, ଯାହା ଗଣତନ୍ତ୍ର ପ୍ରତି ବିପଦ । ଏହି ପ୍ରକ୍ରିୟା ଜାରି ରହିଲେ ଆଗାମି ଦିନରେ ଭାରତୀୟ ଗଣତନ୍ତ୍ର ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ଯିବାର ସମ୍ଭାବନା ଦେଖାଦେଇଛି । ତେଣୁ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ହେଲେ ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରୟୋଗକୁ ବନ୍ଦ କରିବା ସହିତ ଭଦ୍ର ବ୍ୟକ୍ତିମାନେ କିପରି ଶାସନ ଗାଦିକୁ ଆସିପାରିବେ ତାହାର ଉପାୟ ବାହାର କରିବା ଜରୁରୀ । (ରିପୋର୍ଟ: ସୀତାରାମ ପାତ୍ର)

Leave a Reply

Your email address will not be published.