ଇଫକୋ ଯୁବ (ଓଡିଆ) ପୋର୍ଟାଲ ଉନ୍ମାଚିତ

ଇଫକୋ ଯୁବ (ଓଡିଆ) ପୋର୍ଟାଲ ଉନ୍ମାଚିତ

ପାରାଦୀପ, (ଓଏନ୍ଏସ୍): ଇଣ୍ଡିଆନ ଫାରମରସ୍ ଫଟିଲାଇଜର କୋଅପରେଟିଭ ଲିମିଟେଡ୍ ତରଫରୁ ଆଜି ୧୮ ତାରିଖରେ ଓଡିଆ ଭାଷାରେ ଇଫକୋ ଯୁବ ପୋର୍ଟାଳ ଉନ୍ମୋଚିତ ହୋଇଛି । ପାରାଦୀପ ଇଫକୋ ୟୁନିଟ ତରଫରୁ ଆୟୋଜିତ ଏକ ମହାଡମ୍ବର ସଭାରେ ସଂସ୍ଥାର ନିଦେ୍ର୍ଦଶକ(ଏଚ୍ ଆର ଆଣ୍ଡ ଲିଗାଲ) ଶ୍ରୀଯୁକ୍ତ ଆର.ପି.ସିଂ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଉପସ୍ଥିତ ଥିବା କର୍ମଚାରୀ ଏବଂ ନିଯୁକ୍ତି ଖୋଜୁଥିବା ପ୍ରତିଭା ମାନଙ୍କୁ କହିଥିଲେ ଯେ ଏହି ପୋର୍ଟାଲ ନିଯୁକ୍ତି ପାଇଁ ଆବେଦନ କରୁଥିବା ଦକ୍ଷ ଆବେଦନକରୀ ମାନଙ୍କୁ ଆବେଦନ ସମୟରେ ସମ୍ମୁର୍ଣ୍ଣ ସହାୟତା ପ୍ରଦାନ କରିବ । ଏହି ପୋଟାଲରେ ୨୦୦ କମ୍ପାନୀ ସେମାନଙ୍କର ଖାଲି ପଡିଥିବା ପଦବୀ ବାବଦରେ ତଥ୍ୟ ଉପସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତତ୍ ସହିତ ୫୦୦୦ ନିଯୁକ୍ତି ପାଇବାକୁ ଥିବା ଆବେଦନକାରୀ ପଞ୍ଜିକରଣ କରିଛନ୍ତି । ଏହି ପୋର୍ଟାଲ ବ୍ୟବହାର ସମୟରେ ଇଫକୋ କୈାଣସି ଅର୍ଥ ଆବଶ୍ୟକତା କରିବ ନାହିଁ ଯାହା ଯୁବ ପିଢି ପାଇଁ ସମ୍ପୁର୍ଣ୍ଣ ଦେୟ ମୁକ୍ତ ଅଟେ । ପୁଣି କହିଥିଲେ ଏହା ଚାକିରି ଅନ୍ୱେଷଣରେ ଥିବା ଆବେଦନକାରୀ ଏବଂ ଯୁବପିଢି ପାଇଁ ଏହା ଏକ ସହଜ ବିନା ମୂଲ୍ୟର ସେବା । ଏହି ଈପକୋ ଯୁବ ପୋଟାଲ କିଭଳି ଭାବେ ଅପଲୋଡ କରାଯିବ ତାହା ପ୍ରଞ୍ଜଳ ଭାବେ ବୁଝାଇଥିଲେ ସଂସ୍ଥାର ମୁଖ୍ୟ ପରିଚାଳକ-ଆଇଟି ଶ୍ରୀଯୁକ୍ତ ଏ.କେ.ଶର୍ମା । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଶାଖା ମୂଖ୍ୟ ଶ୍ରୀଯୁକ୍ତ ଏ.କେ.ପଣ୍ଡା ଏବଂ ଡିଜିଏମ୍ ଏ.କେ.ମଲ୍ ପୋର୍ଟାଲର ଉପକାରିତା ବାବଦରେ କହିଥିଲେ । କର୍ମଚାରୀ ସଂଘ ସଭାପତି ଏବଂ ସଂପାଦକ ସହିତ ୩୦୦ରୁ ଉର୍ଦ୍ଧ ଚାକିରି ପାଇଁ ଅପେକ୍ଷାରତ ଯୁବ ସମାଜ ଉପସ୍ଥିତ ଥିଲେ । ଡିଜିଏମ୍(ଆଇ.ଟି) ଶ୍ରୀଯୁକ୍ତ ଏନ୍.ଆର.ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.